ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ସିଦ୍ଧାଶ୍ରମ

ତାଡ଼କା ବନ ଅତିକ୍ରମ କରି ରାମ, ଲକ୍ଷ୍ମଣ ଓ ବିଶ୍ବାମିତ୍ର ଆଗକୁ ଗଲାବେଳକୁ ରାମଚନ୍ଦ୍ରଙ୍କର ଦୃଷ୍ଟି ଏକ ସୁନ୍ଦର, କୁସୁମିତ ବନଭୂମି ଓ ସୁନୀଳ ପର୍ବତ ଶିଖର ଉପରେ ପଡ଼ିଲା। ଏହି ବନଭୂମି ପକ୍ଷୀମାନଙ୍କର ମଧୁର କାକଳିରେ ପରିପୂର୍ଣ୍ଣ ଥିଲା।

sfhfhshfxbv

ତାଡ଼କା ବନ ଅତିକ୍ରମ କରି ରାମ, ଲକ୍ଷ୍ମଣ ଓ ବିଶ୍ବାମିତ୍ର ଆଗକୁ ଗଲାବେଳକୁ ରାମଚନ୍ଦ୍ରଙ୍କର ଦୃଷ୍ଟି ଏକ ସୁନ୍ଦର, କୁସୁମିତ ବନଭୂମି ଓ ସୁନୀଳ ପର୍ବତ ଶିଖର ଉପରେ ପଡ଼ିଲା। ଏହି ବନଭୂମି ପକ୍ଷୀମାନଙ୍କର ମଧୁର କାକଳିରେ ପରିପୂର୍ଣ୍ଣ ଥିଲା। ମୃଗଯୂଥମାନେ ଆନନ୍ଦରେ କ୍ରୀଡ଼ାକୌତୁକରେ ମାତି ରହିଥିଲେ। ତାଡ଼କାବନ ପରି ଭୟାନକ ବନଭୂମି ନିକଟରେ ଏପରି ଏକ ସୁନ୍ଦର ସ୍ଥାନ ଦେଖି ଶ୍ରୀରାମ ଆଶ୍ଚର୍ଯ୍ୟ ହୋଇ ବିଶ୍ବାମିତ୍ରଙ୍କୁ ପଚାରିଲେ– ଏହା କିପରି ସମ୍ଭବ? ବିଶ୍ବାମିତ୍ର ଶାନ୍ତ ସ୍ବରରେ କହିଲେ–ଏ ହେଉଛି ସେହି ବନଭୂମି। ଏଠାରେ ଅଛି ସିଦ୍ଧାଶ୍ରମ, ଯେଉଁଠାରେ ଯଜ୍ଞାନୁଷ୍ଠାନ ସଂପନ୍ନ ହେବ। ଏହାପରେ ବିଶ୍ବାମିତ୍ର ସିଦ୍ଧାଶ୍ରମ ସଂପର୍କରେ ରାମଚନ୍ଦ୍ରଙ୍କୁ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ତାହାଥିଲା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ।

ବିଶ୍ବାମିତ୍ର ସୂଚନା ଦେଲେ–ଏହି ହେଉଛି ସେହି ପବିତ୍ର ଆଶ୍ରମ ଯେଉଁଠି ଭଗବାନ ବାମନ ଅନେକ ବର୍ଷ ଧରି ତପସ୍ୟା କରିଥିଲେ। ଏହି ଆଶ୍ରମ ଭଗବାନ ବିଷ୍ଣୁଙ୍କର ବାମନାବତାର ଧାରଣ କରିବାର ବହୁ ପୂର୍ବରୁ ଥିଲା। ସେତେବେଳେ ‌ଏହା ସିଦ୍ଧାଶ୍ରମ ଭାବରେ ପ୍ରସିଦ୍ଧ ଥିଲା। ଏଠାରେ ମହାପ୍ରତାପୀ ବିଷ୍ଣୁଙ୍କର ସିଦ୍ଧିପ୍ରାପ୍ତ ହୋଇଥିଲା। ଯେତେବେଳେ ସେ ତପସ୍ୟା କରୁଥିଲେ, ସେତେବେଳେ ମହାପ୍ରତାପୀ ବୈରୋଚନ‑ପୁତ୍ର ବଳି ଦେବତାମାନଙ୍କୁ ପରାଜିତ କରି ସ୍ବର୍ଗରାଜ୍ୟ ଅଧିକାର କରି ନେଇଥିଲା। ତ୍ରିଲୋକର ଅଧିପତି ହେଲା ପରେ ସେ ଏକ ମହାଯଜ୍ଞର ଆୟୋଜନ କଲା; ଯାହା ଫଳରେ ସେ ଆହୁରି ଶକ୍ତିଶାଳୀ ହୋଇଯିବ। ବଳିର ଏ ପ୍ରୟାସ ସଂପର୍କରେ ଅବଗତ ହୋଇ ‌ସମସ୍ତ ଦେବତା ଏକତ୍ରିତ ହୋଇ ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ। ତାଙ୍କୁ ଜଣାଇଲେ, ଏହି ଯଜ୍ଞରେ ବଳି ଶପଥ ନେଇଛି, ଯିଏ ଯାହା ମାଗିବ ସେ ତାହା ତାକୁ ଦେବ। ‌ଏଣୁ ଆପଣ ଯୋଗମାୟାଙ୍କ ସାହାଯ୍ୟରେ ବାମନରୂପ ଧାରଣ କରି ଦେବତାମାନଙ୍କର କଲ୍ୟାଣ କରନ୍ତୁ।

ସେହି ସମୟରେ ମରୀଚିନନ୍ଦନ କଶ୍ୟପ ଓ ଦେବମାତା ଅଦିତି ସହସ୍ରବର୍ଷ ତପସ୍ୟା କରି ଭଗବାନ ବିଷ୍ଣୁଙ୍କୁ ପୁତ୍ର ରୂପରେ ପାଇବା ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ। ଦେବତାମାନଙ୍କର ଅନୁରୋଧ ଓ ମାତା ଅଦିତିଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ମଧୁସୂଦନ ଏହି ସିଦ୍ଧାଶ୍ରମରେ ଅଦିତିଙ୍କ ଗର୍ଭରୁ ବାମନ ରୂପରେ ଜନ୍ମ ଗ୍ରହଣ କରି ବଳିକୁ ପାତାଳକୁ ପ୍ରେରଣ କରି‌ଥିଲେ। ବିଶ୍ବାମିତ୍ର କହିଥିଲେ–ଭଗବାନଙ୍କର ଚରଣସ୍ପର୍ଶ ଲାଭ କରିଥିବାରୁ ଏହି ଭୂମିରେ ଲୋକକଲ୍ୟାଣ ନିମିତ୍ତ ମୁଁ ଏକ ଯଜ୍ଞ କରିବା ନିମିତ୍ତ ସ୍ଥିର କରିଛି।

ରାମ ଓ ଲକ୍ଷ୍ମଣଙ୍କ ସହିତ ବିଶ୍ବାମିତ୍ର ସିଦ୍ଧାଶ୍ରମରେ ପ୍ରବେଶ କରିବାରୁ ସେଠାରେ ଆନନ୍ଦର ଲହରୀ ଖେଳିଗଲା। ବିଶ୍ବାମିତ୍ର ଯଜ୍ଞ ଦୀକ୍ଷା ନେଇ ଯଜ୍ଞର ପ୍ରାରମ୍ଭ କଲେ। ତାଡ଼କା ବଧର ପ୍ରତିଶୋଧ ନେବାପାଇଁ ଅନେକ ରାକ୍ଷସ ସେଥିରେ ବିଘ୍ନ ଘଟାଇବା ପାଇଁ ପହଞ୍ଚିଗଲେ। କିନ୍ତୁ ରାମଙ୍କ ଶରାଘାତରେ ଅନେ‌େକ ମୃତ୍ୟୁ ବରଣ କଲେ ଏବଂ ତାଡ଼କାପୁତ୍ର ମାରୀଚକୁ ଶର ସନ୍ଧାନ କରି ରାମଚନ୍ଦ୍ର ଅନେକ ଦୂର ସମୁଦ୍ର କୂ‌ଳରେ ଫିଙ୍ଗିଦେଲେ। ନିର୍ବିଘ୍ନରେ ଯଜ୍ଞ ସଂପନ୍ନ ହେଲା।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe