ଶ୍ରୀରାମଙ୍କ ପଥ: ଆମର ତୀର୍ଥ

Advertisment

ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କର ମର୍ଯ୍ୟାଦାପାଳନ ବ୍ରତର ଏକ ବିଶେଷ ଅଂଶ ଲକ୍ଷ୍ମଣ-ଶକ୍ତିଭେଦ। ଏହି ‌େଗାଟିଏ ପର୍ବରେ ଅନେକ ବିଶେଷ ଘଟଣା ଗୁନ୍ଥି ହୋଇ ରହିଛି। ତାହା ଏକାଧାରରେ  ଭକ୍ତ, ଭକ୍ତି, ସେବା ଓ ସେବକଙ୍କର କର୍ତ୍ତବ୍ୟନିଷ୍ଠାର ଏକ ମନୋହର ସମାବେଶ।

ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କର ମର୍ଯ୍ୟାଦାପାଳନ ବ୍ରତର ଏକ ବିଶେଷ ଅଂଶ ଲକ୍ଷ୍ମଣ-ଶକ୍ତିଭେଦ। ଏହି ‌େଗାଟିଏ ପର୍ବରେ ଅନେକ ବିଶେଷ ଘଟଣା ଗୁନ୍ଥି ହୋଇ ରହିଛି। ତାହା ଏକାଧାରରେ  ଭକ୍ତ, ଭକ୍ତି, ସେବା ଓ ସେବକଙ୍କର କର୍ତ୍ତବ୍ୟନିଷ୍ଠାର ଏକ ମନୋହର ସମାବେଶ।

dgddaggda

ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କର ମର୍ଯ୍ୟାଦାପାଳନ ବ୍ରତର ଏକ ବିଶେଷ ଅଂଶ ଲକ୍ଷ୍ମଣ-ଶକ୍ତିଭେଦ। ଏହି ‌େଗାଟିଏ ପର୍ବରେ ଅନେକ ବିଶେଷ ଘଟଣା ଗୁନ୍ଥି ହୋଇ ରହିଛି। ତାହା ଏକାଧାରରେ  ଭକ୍ତ, ଭକ୍ତି, ସେବା ଓ ସେବକଙ୍କର କର୍ତ୍ତବ୍ୟନିଷ୍ଠାର ଏକ ମନୋହର ସମାବେଶ। ସର୍ପବନ୍ଧନରୁ ମୁକ୍ତ ହୋଇ ରାମ ଓ ଲକ୍ଷ୍ମଣ ଦ୍ବିଗୁଣ ବୀରତ୍ବର ସହିତ ଯୁଦ୍ଧ କରିବାରୁ ଇନ୍ଦ୍ରଜିତ ଆଶଙ୍କିତ ହୋଇ ମାୟାଯୁଦ୍ଧ ଆରମ୍ଭ କଲା। ଏଥିରେ କ୍ରୋଧାନ୍ବିତ ହୋଇ ଲକ୍ଷ୍ମଣ ବିଶେଷ ଅସ୍ତ୍ର ପ୍ରୟୋଗ କରି ମେଘନାଦକୁ ଅସ୍ତବ୍ୟସ୍ତ କରିବାକୁ ଆରମ୍ଭ କରିଦେଲେ। ମେଘନାଦ ଚିନ୍ତାକଲା, ଏବେ ମୋର ପ୍ରାଣସଙ୍କଟ ସମୟ ଉପସ୍ଥିତ। ଏ ଲକ୍ଷ୍ମଣ ନିଶ୍ଚୟ ମୋର ପ୍ରାଣ ହରଣ କରିବ। 

ଏହା ଚିନ୍ତା କରି ସେ ବୀରଘାତିନୀ ବ୍ରହ୍ମଶର ଚଳାଇଦେଲା। ସେହି ତେଜପୂର୍ଣ୍ଣ ଶକ୍ତିଅସ୍ତ୍ର ଲକ୍ଷ୍ମଣଙ୍କର ବକ୍ଷଭେଦ କଲା। ଶକ୍ତି ଲାଗିବା ମାତ୍ରେ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇପଡ଼ିଲେ।  ସେ ମୂର୍ଚ୍ଛା ଯିବାମାତ୍ରେ, ତାଙ୍କୁ ବନ୍ଦୀ କରି ଲଙ୍କା ନେଇଯିବା ଉଦ୍ଦେଶ୍ୟରେ ମେଘନାଦ ତାଙ୍କ ନିକଟକୁ ଆସିଲା। ତା’ ନିର୍ଦ୍ଦେଶରେ ରାକ୍ଷସ ଯୋଦ୍ଧାମାନେ ଆସି ଲକ୍ଷ୍ମଣଙ୍କୁ ଉଠାଇ ନେବାକୁ ତତ୍ପର ହୋଇପଡ଼ିଲେ। କିନ୍ତୁ ଲକ୍ଷ୍ମଣଙ୍କୁ ତଳୁ ଉଠାଇବାକୁ ସମର୍ଥ  ନ ହୋଇ ସେମାନେ ଲଜ୍ଜାରେ ସେ ସ୍ଥାନ ତ୍ୟାଗ କରି ପଳାୟନ କଲେ।

ପ୍ରଳୟ କାଳରେ ଯେଉଁ ଶେଷନାଗଙ୍କର କ୍ରୋଧାଗ୍ନି ଚଉଦଭୁବନକୁ ଜାଳି ପକାଏ, ଦେବତା ଓ ମନୁଷ୍ୟଙ୍କ ସହିତ  ଚରାଚର ସମସ୍ତ ଜୀବ ଯାହାଙ୍କର ସେବା କରନ୍ତି, ଗୋଟିଏ ଫଣାରେ ଯେ ସମଗ୍ର ଧରଣୀକୁ ସୋରି‌ଷଟିଏ ଜ୍ଞାନ କରି ଧାରଣ କରନ୍ତି, ତାଙ୍କୁ ଟେକିବା କ’ଣ ତୁଚ୍ଛ ନିଶାଚର ରାକ୍ଷସମାନଙ୍କ ପକ୍ଷରେ ସମ୍ଭବ? ଅଥଚ ସେହିପରି ଏକ ରାକ୍ଷସର ବାଣରେ ସେ ମୂର୍ଚ୍ଛା ଗଲେ କିପରି? ଏହାର ଏକମାତ୍ର ଉତ୍ତର ହେଉଛି- ଏବେ ରାମ ଓ ଲକ୍ଷ୍ମଣ ନରରୂପରେ ଅବତୀର୍ଣ୍ଣ। ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ। ନରର ସୀମିତ ଶକ୍ତି ସଂପର୍କରେ ସେ ସର୍ବଦା ସଚେତନ। ତେଣୁ କୌଣସି ପରିସ୍ଥିତିରେ ବି ସେ ସୀମିତ ବନ୍ଧନକୁ ଲଂଘନ କରିବାକୁ ପ୍ରସ୍ତୁତ ନ ଥିଲେ। ସ୍ବୟଂ ବିଷ୍ଣୁ ହୋଇ ମଧ୍ୟ ନିଜର କୌଣସି ଅସ୍ତ୍ରକୁ ସେ ରାବଣ ବଧ ନିମିତ୍ତ ବ୍ୟବହାର କରି ନ ଥିଲେ। ସେହିପରି, ନିଜର କୌଣସି ଶକ୍ତିର ମଧ୍ୟ ସେ ପରିପ୍ରକାଶ କରି ନ ଥିଲେ। ରାମାବତାରରେ ତାଙ୍କର ଆୟୁଧ‌ କୋଦଣ୍ଡ। ଶାର୍ଙ୍ଗ ନୁହେଁ। ତା’ ସାଙ୍ଗକୁ ଥିଲା ମହାମୁନି ଅଗସ୍ତିଙ୍କ ପ୍ରଦତ୍ତ ଅକ୍ଷୟ ତୁଣୀର, ସୂର୍ଯ୍ୟାସ୍ତ୍ର ଓ ଐନ୍ଦ୍ରାସ୍ତ୍ର। ସେହି ହେତୁ ସେବକ ଭାବରେ ବ୍ରହ୍ମଶରକୁ ପ୍ରତିହତ କରିବାର ଶକ୍ତି ଶେଷନାଗ ଲକ୍ଷ୍ମଣଙ୍କର ଥିଲେ ମଧ୍ୟ, ବ୍ରହ୍ମଦେବଙ୍କୁ ସମ୍ମାନ ଜଣାଇ ଅମିତଶକ୍ତିଶାଳୀ ଲକ୍ଷ୍ମଣ ମୂର୍ଚ୍ଛିତ ହେଲେ।

ଅଧିକନ୍ତୁ ଲକ୍ଷ୍ମଣଙ୍କର ଏପରି ଅବସ୍ଥାରେ ସ୍ବୟଂ ରାମଚନ୍ଦ୍ର ସାଧାରଣ ମନୁଷ୍ୟ ପରି ବିଳାପ କଲେ। ତାଙ୍କର ବିଳାପ ଦେଖି ସମସ୍ତ ବାନର ବ୍ୟତିବ୍ୟସ୍ତ ହୋଇଉଠିଲେ। ପ୍ରାଜ୍ଞ ଜାମ୍ବବାନ ଲଙ୍କାରେ ବାସ କରୁଥିବା ରାବଣର ରାଜବୈଦ୍ୟ ସୁଷେଣଙ୍କୁ ଆଣିବାକୁ ପ୍ରସ୍ତାବ ଦେଲେ। ସଂପର୍କରେ ସୁଷେଣ ବାନରରାଜ ସୁଗ୍ରୀବଙ୍କର ଶ୍ବଶୁର ଅଟନ୍ତି। ସେ ସୁଗ୍ରୀବଙ୍କର ପତ୍ନୀ ରୁମାଙ୍କର ପିତା। ହନୁମାନ ଲଙ୍କାଗଡ଼ରେ ପ୍ରବେଶ କରି ସଂପୂର୍ଣ୍ଣ ବାସଗୃହ ସହିତ ସୁଷେଣଙ୍କୁ ଉଠାଇଆଣିଲେ। ସୁ‌େ‌ଷଣ ଆସି ହିମାଳୟର ମନ୍ଦର ପର୍ବତରେ ଶୋଭିତ ହେଉଥିବା ଚାରିଟି ବନସ୍ପତିକୁ ସଂଗ୍ରହ କରି ଆଣିବାପାଇଁ ପ୍ରସ୍ତାବ ଦେଲେ। ମାତ୍ର ଏହି ବୁଟିରୁ ପ୍ରସ୍ତୁତ ଔଷଧ ଲକ୍ଷ୍ମଣଙ୍କୁ ସୂ‌େର୍ଯ୍ୟ‌ାଦୟ ପୂର୍ବରୁ ଦେବାକୁ ହେବ, ନହେଲେ ଲକ୍ଷ୍ମଣ ଆଉ ଜୀବିତ ରହିବେନି ବୋଲି ସେ କହିଲେ। ଏହା ଜାଣି ସଂକଟ‌େମାଚନ ହନୁମାନ ରାମ ନାମ ସ୍ମରଣ କରି କ୍ଷିପ୍ର ଗତିରେ ହିମାଳୟ ଗମନ କରିଥିଲେ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe