organ transplants: ଅଙ୍ଗ ପ୍ରତିରୋପଣ ଓ ଚିର ଯୌବନ ସମ୍ଭାବନା

Advertisment

ଗତ ସେପ୍‌ଟେମ୍ବରରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ବେଜିଂ ଗସ୍ତ ବେଳେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ କହିଥିଲେ ଯେ ବାରମ୍ବାର ଅଙ୍ଗ ପ୍ରତିରୋପଣ ଦ୍ବାରା ଜଣେ ବ୍ୟକ୍ତି ‘ଯୁବା’ ରହିବା ସହ ୧୫୦ ବର୍ଷ ଯାଏ ବଞ୍ଚିପାରେ।

ଗତ ସେପ୍‌ଟେମ୍ବରରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ବେଜିଂ ଗସ୍ତ ବେଳେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ କହିଥିଲେ ଯେ ବାରମ୍ବାର ଅଙ୍ଗ ପ୍ରତିରୋପଣ ଦ୍ବାରା ଜଣେ ବ୍ୟକ୍ତି ‘ଯୁବା’ ରହିବା ସହ ୧୫୦ ବର୍ଷ ଯାଏ ବଞ୍ଚିପାରେ।

organ

Photograph: (Narayana Health)

ଗତ ସେପ୍‌ଟେମ୍ବରରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ବେଜିଂ ଗସ୍ତ ବେଳେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ କହିଥିଲେ ଯେ ବାରମ୍ବାର ଅଙ୍ଗ ପ୍ରତିରୋପଣ ଦ୍ବାରା ଜଣେ ବ୍ୟକ୍ତି ‘ଯୁବା’ ରହିବା ସହ ୧୫୦ ବର୍ଷ ଯାଏ ବଞ୍ଚିପାରେ। ଏହି ମନ୍ତବ୍ୟକୁ କାଳ୍ପନିକ କହି ଖାରଜ କରାଯାଉଥିଲେ ହେଁ ଏହା ପ୍ରକୃତରେ ବୈଜ୍ଞାନିକ ଅଗ୍ରଗତି ସହ ସୁସଂଗତ। କିଛି ଦିନ ତଳେ ଗବେଷକମାନେ ଏକ ଆଣବିକ ‘ସୁଇଚ୍’ ଚିହ୍ନଟ କରିଥିଲେ, ଯାହା ଯକୃତ ପ୍ରତିରୋପଣରେ ପ୍ରଦତ୍ତ ପ୍ରତ୍ୟଙ୍ଗକୁ ଅଧିକ ଦିନ କାର୍ଯ୍ୟକ୍ଷମ ରହିବାରେ  ସାହାଯ୍ୟ କରିପାରିବ। ଖରାପ ଅଙ୍ଗକୁ ବଦଳାଇ ଜୀବନ ବଞ୍ଚାଇବାର ସମ୍ଭାବନାକୁ ବିଜ୍ଞାନ ଉନ୍ନତ କରିଚାଲିଥିବା ବେଳେ ବାର୍ଦ୍ଧକ୍ୟକୁ ଦୂର କରିବା ପାଇଁ ଅଙ୍ଗଗୁଡ଼ିକୁ ବଦଳାଇବାର ବିଚାର ଭୟଙ୍କର ପରିଣାମ ସୃଷ୍ଟି କରିପାରେ।

ଯୌବନ ଫେରାଇ ଆଣିବା ପାଇଁ ଅଙ୍ଗ ବଦଳାଇବାର ସ୍ୱପ୍ନ ନୂଆ ନୁହେଁ। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପୁରୁଷତ୍ୱ ନବୀକରଣ ପାଇଁ ମାଙ୍କଡ଼ର ଅଣ୍ଡକୋଷ ପ୍ରତିରୋପଣ ଧନୀ ପୁରୁଷମାନଙ୍କ ମଧ୍ୟରେ ଏକ ଫେସନ୍‌ ପାଲଟିଥିଲା। ତାହାର ଏକ ଶତାବ୍ଦୀ ପରେ ପ୍ରଯୁକ୍ତି ଉଦ୍ୟୋଗୀ ତଥା ଆତ୍ମଘୋଷିତ ବାୟୋହ୍ୟାକର ବ୍ରାୟନ ଜନ୍‌ସନ୍‌ ପ୍ଲାଜ୍‌ମା ଟ୍ରାନ୍ସଫ୍ୟୁଜନ ମାଧ୍ୟମରେ ଅନନ୍ତ ଯୁବାବସ୍ଥା ଲାଗି ଉଦ୍ୟମରତ ଅଛନ୍ତି। ତେବେ ୨୦୧୯ରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ‘ଯୁବ ରକ୍ତ’ ଟ୍ରାନ୍ସଫ୍ୟୁଜନ୍‌କୁ ‘ଅପ୍ରମାଣିତ ତଥା ସମ୍ଭାବ୍ୟ କ୍ଷତିକାରକ’ ବୋଲି ଚେତାବନୀ ଦେଇଥିଲା। ତଥାପି ଯୁବାବସ୍ଥାକୁ ବୋତଲରେ ବନ୍ଦ କରି ଧନୀ ଲୋକଙ୍କୁ ବିକ୍ରି କରାଯାଇପାରେ ବୋଲି ଏକ ଧାରଣା ବଞ୍ଚି ରହିଛି। 

ଯୌବନ ଫେରାଇ ଆଣିବା ପାଇଁ ଅଙ୍ଗ ବଦଳାଇବାର ସ୍ୱପ୍ନ ନୂଆ ନୁହେଁ। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପୁରୁଷତ୍ୱ ନବୀକରଣ ପାଇଁ ମାଙ୍କଡ଼ର ଅଣ୍ଡକୋଷ ପ୍ରତିରୋପଣ ଧନୀ ପୁରୁଷମାନଙ୍କ ମଧ୍ୟରେ ଏକ ଫେସନ୍‌ ପାଲଟିଥିଲା। ତାହାର ଏକ ଶତାବ୍ଦୀ ପରେ ପ୍ରଯୁକ୍ତି ଉଦ୍ୟୋଗୀ ତଥା ଆତ୍ମଘୋଷିତ ବାୟୋହ୍ୟାକର ବ୍ରାୟନ ଜନ୍‌ସନ୍‌ ପ୍ଲାଜ୍‌ମା ଟ୍ରାନ୍ସଫ୍ୟୁଜନ ମାଧ୍ୟମରେ ଅନନ୍ତ ଯୁବାବସ୍ଥା ଲାଗି ଉଦ୍ୟମରତ ଅଛନ୍ତି।

ଅବଶ୍ୟ ଏ କଥା ସ୍ପଷ୍ଟ ଯେ ଅଙ୍ଗ ପ୍ରତିରୋପଣ ଯଦିଓ ଜୀବନର ଅବଧିକୁ ବଢ଼ାଇପାରିବ, ଯୌବନକୁ ପୁନଃସ୍ଥାପିତ କରିପାରିବ ନାହିଁ। ଅସ୍ତ୍ରୋପଚାରର ଖର୍ଚ୍ଚ ଏବଂ ଜୀବନବ୍ୟାପୀ ରୋଗପ୍ରତିରୋଧ ଦମନର ଆବଶ୍ୟକତା ଆଦି ବାଧକ ସାଙ୍ଗକୁ ପ୍ରତିରୋପଣ ପାଇଁ ଉପଯୁକ୍ତ ଅଙ୍ଗର ଉପଲବ୍ଧତା ମଧ୍ୟ ଦୁର୍ଲଭ। ପ୍ରାୟ ପ୍ରତ୍ୟେକ ଦେଶରେ ଦାତା ଅଙ୍ଗ ହାସଲ ପାଇଁ ‘ଅପେକ୍ଷା ତାଲିକା’ ବହୁତ ଲମ୍ବା ଏବଂ ଯୋଗାଣଠାରୁ ଚାହିଦା ବହୁତ ଅଧିକ। ଏ ପରିସ୍ଥିତିରେ ଏକ ପ୍ରଶ୍ନ ଉପୁଜିଥାଏ: ଜଣେ ଯୁବ ବ୍ୟକ୍ତିର ଜୀବନ ରକ୍ଷା ପାଇଁ ପ୍ରଥମେ ଉପଲବ୍ଧ ଅଙ୍ଗ ଦେବା ଉଚିତ ନା ଚିର ଯୌବନ ଚାହୁଁଥିବା ଜଣେ ବିତ୍ତଶାଳୀ ବୃଦ୍ଧଙ୍କୁ ତାହା ମିଳିବା ଉଚିତ? ପୁଣି ଏହି ଅସନ୍ତୁଳନ ଏକ ବିପଜ୍ଜନକ କଳାବଜାରକୁ ପ୍ରୋତ୍ସାହିତ କରେ, ଯେଉଁଥିରେ ଗରିବ ଅଞ୍ଚଳର ଦୁର୍ବଳ ଜନସଂଖ୍ୟାରୁ ଅଙ୍ଗଗୁଡ଼ିକୁ ଚାଲାଣ କରି ଧନୀମାନଙ୍କୁ ବେଆଇନ ଭାବରେ ବିକ୍ରି କରାଯାଏ। ଦାତା ଅଙ୍ଗର ଅଭାବ ଦୂର କରିବା ପାଇଁ ବୈଜ୍ଞାନିକମାନେ ବିକଶିତ କରିଥିବା ଜେନୋ-ଟ୍ରାନ୍ସପ୍ଲାଣ୍ଟେଟେସନ୍ (ମନୁଷ୍ୟ ଠାରେ ଅନ୍ୟ ପ୍ରାଣୀର ଅଙ୍ଗ ପ୍ରତିରୋପଣ) ପ୍ରତିଶ୍ରୁତି ବହନ କରୁଥିଲେ ମଧ୍ୟ ଅଧିକାଂଶ ଅଙ୍ଗ ଦିନେ କିମ୍ବା ସପ୍ତାହେ ମଧ୍ୟରେ ଅକାମୀ ହୋଇଯାଏ। ଏ ପରିପ୍ରେକ୍ଷୀରେ କ୍ଲୋନ୍‌ ହୋଇଥିବା କିମ୍ବା ପ୍ରୟୋଗଶାଳାରେ ବଢୁଥିବା ଅଙ୍ଗଗୁଡ଼ିକ ଅଧିକ ସମ୍ଭାବନା ବହନ କରନ୍ତି। ଗବେଷକମାନେ ଏବେ କ୍ଷୁଦ୍ର ଅର୍ଗାନୋଏଡ୍ ବା ମାନବ ଅଙ୍ଗର ସରଳୀକୃତ ସଂସ୍କରଣ ପ୍ରସ୍ତୁତ କରିପାରିବେ କିନ୍ତୁ ପୂର୍ଣ୍ଣ ଆକାରର ପ୍ରତିରୋପଣଯୋଗ୍ୟ ଅଙ୍ଗ ସୃଷ୍ଟି କରିବା ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ବାହାରେ। 
ଅନ୍ୟ ସବୁ ଅଙ୍ଗ ପ୍ରତିରୋପଣ ସଫଳ ହେଲେ ବି ସବୁଠାରୁ ବଡ଼ ସମସ୍ୟା ହେଲା ମସ୍ତିଷ୍କରେ ବ୍ୟକ୍ତିର ଚେତନା ନିହିତ ଥିବାରୁ ତାହାକୁ ହୃତ୍‌ପିଣ୍ଡ କିମ୍ବା ବୃକ୍‌କ ପରି ବଦଳ କିମ୍ବା ପୁନର୍ଜୀବିତ କରାଯାଇପାରିବ ନାହିଁ। ତେଣୁ ନିଷ୍କର୍ଷରେ କୁହାଯାଇପାରେ ଯେ  ବାର୍ଦ୍ଧକ୍ୟ ଏକ ଯାନ୍ତ୍ରିକ ତ୍ରୁଟି ନୁହେଁ ଯାହାକୁ ସମାଧାନ କରିବା ଦରକାର, ବରଂ ଏହା ମଣିଷ ହେବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଆମକୁ ସ୍ବୀକାର କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe