‘ଫ୍ୟାଟି ଲିଭର’ର ପୂର୍ବାଭାସ

ଆମ ଶରୀରର ନିରବ ନାୟକ ଯକୃତ ବା ଲିଭର ପୋଷକୀୟ ସଂରଚନା, ଶରୀର ଗଠନ, ପୁଷ୍ଟିସାର ସଂଶ୍ଳେଷଣ ଓ ବିଷ ହରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। ଶରୀର ସୁରକ୍ଷାକାରୀ ଗୁଣ ସତ୍ତ୍ବେ...

fsfsfsxcxc

ଆମ ଶରୀରର ନିରବ ନାୟକ ଯକୃତ ବା ଲିଭର ପୋଷକୀୟ ସଂରଚନା, ଶରୀର ଗଠନ, ପୁଷ୍ଟିସାର ସଂଶ୍ଳେଷଣ ଓ ବିଷ ହରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। ଶରୀର ସୁରକ୍ଷାକାରୀ ଗୁଣ ସତ୍ତ୍ବେ ଏହା ‘ଫ୍ୟାଟି ଲିଭର’ ବା ‘ଚର୍ବିଳ ଯକୃତ’ ଭଳି ରୋଗରେ ଆକ୍ରାନ୍ତ ହୋଇଥାଏ। ଯକୃତ କୋଷରେ ଅତ୍ୟଧିକ ଚର୍ବି ଜମା ହେବା ଦ୍ବାରା ଏହି ଅବସ୍ଥା ଦେଖାଦିଏ ଏବଂ ପ୍ରଦାହ, ଯନ୍ତ୍ରଣା ଓ ଅନ୍ୟାନ୍ୟ ଦୀର୍ଘକାଳୀନ ସମସ୍ୟା ସୃଷ୍ଟି କରେ। ‘ଫ୍ୟାଟି ଲିଭର’ର କିଛି ପ୍ରାକ୍‌ ଲକ୍ଷଣ ବିଷୟରେ ଜାଣନ୍ତୁ। 

ଯକୃତ ବିଶେଷଜ୍ଞଙ୍କ କହିବାନୁସାରେ, ତଳିପେଟ ଧୀରେ ଧୀରେ ପୃଥୁଳକାୟ ହେବା ‘ଫ୍ୟାଟି ଲିଭର’ର ପୂର୍ବାଭାସ। କ୍ଳାନ୍ତି ଅନୁଭବ ହେବା କି ବ୍ୟସ୍ତବିବ୍ରତ ଲାଗିବା ମଧ୍ୟ ଏହି ରୋଗର ଅନ୍ୟ ଏକ ପ୍ରାକ୍‌ସୂଚନା। ପିଞ୍ଜରାର ଡାହାଣ ପାଖ ତଳେ ଅସ୍ବସ୍ତି ଅନୁଭବ କରିବା ମଧ୍ୟ ଏକ ପ୍ରମୁଖ ସଂକେତ ହୋଇପାରେ। ସେହିପରି ପ୍ରବଳ ଚୁଟି ଝଡ଼ିବା, ମୁହଁରେ ବ୍ରଣ ଉଠିବା, ବାରମ୍ବାର ଓକାର ଆସିବା ଓ ଭୋକ ନ ଲାଗିବା ବି ଏହାର ଲକ୍ଷଣ ହୋଇପାରେ। ଏଭଳି ଲକ୍ଷଣ ଦେଖିଲେ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ଚିକିତ୍ସା ଆରମ୍ଭ କରିବା ଜରୁରି। 

‘ଫ୍ୟାଟି ଲିଭର’ର ଆଶଙ୍କା ହ୍ରାସ କରିବାର କେତେକ ଉପାୟ ହେଲା- ପ୍ରକ୍ରିୟାକୃତ ଖାଦ୍ୟ ବଦଳରେ ପନିପରିବା, ଫଳମୂଳ ଓ ସ୍ବାସ୍ଥ୍ୟପ୍ରଦ ଚର୍ବି ଗ୍ରହଣ କରିବା; ମଦ୍ୟପାନ, ପ୍ରକ୍ରିୟାକୃତ ଶର୍କରା ଓ ଚିନି ଆଦି ଗ୍ରହଣକୁ ପାରୁପର୍ଯ୍ୟନ୍ତ କମ୍ କରିବା; ପ୍ରଚୁର ଜଳପାନ କରି ଶରୀରକୁ ସର୍ବଦା ଆର୍ଦ୍ର ରଖିବା। ସର୍ବୋପରି ନିୟମିତ ବ୍ୟାୟାମ ସହ ଶରୀରର ଓଜନ ଉପରେ ନିଘା ରଖିବା ଦରକାର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe