ସ୍ତନ କର୍କଟ ପଛରେ ଜୀବନଶୈଳୀର ଭୂମିକା

‘ସ୍ତନ କର୍କଟ’ କଥା ଶୁଣିଲେ ପ୍ରଥମେ ପରିବାରରେ ଏ ବ୍ୟାଧିର ଇତିହାସ ଥିବା କଥା ଆମ ମନକୁ ଆସେ। ମାତ୍ର ବାସ୍ତବରେ ସ୍ତନ କର୍କଟ ହୋଇଥିବା ପ୍ରାୟ ୭୦% ମହିଳାଙ୍କର ପରିବାରର କେହି ଏଥିରେ ପୀଡ଼ିତ ଥିବା ନଜିର ନାହିଁ।

କର୍କଟ ପାଇଁ ବର୍ଷକୁ ୩୦ ହଜାର କୋଟି କ୍ଷତି

‘ସ୍ତନ କର୍କଟ’ କଥା ଶୁଣିଲେ ପ୍ରଥମେ ପରିବାରରେ ଏ ବ୍ୟାଧିର ଇତିହାସ ଥିବା କଥା ଆମ ମନକୁ ଆସେ। ମାତ୍ର ବାସ୍ତବରେ ସ୍ତନ କର୍କଟ ହୋଇଥିବା ପ୍ରାୟ ୭୦% ମହିଳାଙ୍କର ପରିବାରର କେହି ଏଥିରେ ପୀଡ଼ିତ ଥିବା ନଜିର ନାହିଁ। ଅର୍ଥାତ୍ ଜୀବନଶୈଳୀର ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ। ବିଶେଷଜ୍ଞ ଡାକ୍ତରମାନଙ୍କ ମତରେ ପ୍ରାୟ ୫ରୁ ୧୦% ସ୍ତନ କର୍କଟ ବଂଶାନୁକ୍ରମିକ। ଅବଶିଷ୍ଟ ହେଉଛି ପରିବେଶ, ହରମୋନ୍‌ ଓ ଜୀବନଶୈଳୀର ମିଶ୍ରିତ ଫଳ। 

ଓଜନ ବୃଦ୍ଧି ଶରୀରରେ ଇଷ୍ଟ୍ରୋଜେନ୍ ସ୍ତରକୁ ବୃଦ୍ଧି କରେ, ଯାହା ସ୍ତନ କର୍କଟକୁ ଇନ୍ଧନ ଦେଇପାରେ। ସପ୍ତାହରେ ପାଞ୍ଚ ଦିନ, ଦୈନିକ କେବଳ ୩୦ ମିନିଟ୍ ନିୟମିତ ବ୍ୟାୟାମ ମାଧ୍ୟମରେ ଏହି ଆଶଙ୍କା କମିପାରିବ। ଅଧ୍ୟୟନ ଅନୁଯାୟୀ ମଦ୍ୟପାନ, ସ୍ତନ କର୍କଟ ଆଶଙ୍କାକୁ ୭ରୁ ୧୦% ବଢ଼ାଇପାରେ। ସେହିପରି ଧୂମପାନ କେବଳ ଫୁସ୍‌ଫୁସ୍‌ ଓ ଗଳା କର୍କଟ ସହିତ ଜଡ଼ିତ ନୁହେଁ, ବରଂ ସ୍ତନ କର୍କଟର ଉଚ୍ଚ ଆଶଙ୍କା ସହିତ ମଧ୍ୟ ଜଡ଼ିତ। ତେଣୁ ମଦ୍ୟପାନ ଓ ଧୂମପାନ ଛାଡ଼ିବା, କର୍କଟ ଆଶଙ୍କା କମାଇବାର ସବୁଠୁ ପ୍ରଭାବଶାଳୀ ଜୀବନଶୈଳୀ ପରିବର୍ତ୍ତନ। ଯଦିଓ ଲାଲ ମାଂସ, ଅଧିକ ଚର୍ବିଯୁକ୍ତ ଖାଦ୍ୟ ଓ ପ୍ରକ୍ରିୟାକୃତ ଖାଦ୍ୟ ସିଧାସଳଖ ସ୍ତନ କର୍କଟ ସୃଷ୍ଟି କରେ ନାହିଁ, ତେବେ ସ୍ଥୂଳତା ଓ ପ୍ରଦାହରେ ସେଗୁଡ଼ିକର ଅବଦାନ ରହିଥାଏ। ଅନ୍ୟପକ୍ଷରେ, ତନ୍ତୁଯୁକ୍ତ ପନିପରିବା, ଫଳ ଓ ଲିନ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ହରମୋନ୍ ସନ୍ତୁଳନ ରକ୍ଷା କରି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ। 

ତେଣୁ କର୍କଟ ଆଶଙ୍କା ହ୍ରାସ କରିବା ଲାଗି ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ କରିବା ସହ ଖାଦ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ଦୈନିକ ଅନ୍ୟୂନ ୭ ଘଣ୍ଟା ଶୋଇବା ବାଞ୍ଛନୀୟ। ଆଗୁଆ ସ୍ତନ କର୍କଟ ଚିହ୍ନଟ ହୋଇପାରିଲେ, ତାହାର ଚିକିତ୍ସା ପ୍ରଭାବଶାଳୀ ହୋଇଥାଏ। ତେଣୁ କୌଣସି ପ୍ରକାର ଅସ୍ୱାଭାବିକ ଫୁଲା ବା ସ୍ତନାଗ୍ରରୁ ସ୍ରାବ ଲକ୍ଷ୍ୟ କଲେ ଡାକ୍ତରଙ୍କୁ ତୁରନ୍ତ ଜଣାଇବା ଜରୁରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe