ବିଶ୍ବର କ୍ଷୁଦ୍ରତମ ପ୍ରାଣୀ

Advertisment
ବିଶ୍ବର କ୍ଷୁଦ୍ରତମ ପ୍ରାଣୀ

ବିଶ୍ବର ବୃହତ୍ତମ ପ୍ରାଣୀ ନୀଳତିମି ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ମାତ୍ର କ୍ଷୁଦ୍ରତମ ପ୍ରାଣୀ ବାବଦରେ କ୍ବଚିତ୍‌ ଲୋକଙ୍କୁ ଜଣା ଥିବ। ତେବେ ‘ମିକ୍ସୋଜୋଆନ୍‌’ ନାମକ ଏକ ପ୍ରକାର ଏକକୋଷୀ ପ୍ରଜାତି ହେଉଛି କ୍ଷୁଦ୍ରତମ ପ୍ରାଣୀ ବୋଲି ପ୍ରାଣୀବିଜ୍ଞାନୀଙ୍କ ମତ। ପ୍ରକୃତି କୋଳରେ ନିଜର ଅଦୃଶ୍ୟ ପ୍ରାୟ ଚଳାଚଳ ପାଇଁ ଉପେକ୍ଷିତ ହୋଇ ରହିଥିବା ଜେଲିଫିସ୍‌ ସଦୃଶ ଏହି ଅମେରୁଦଣ୍ଡୀ ଅଣୁଜୀବମାନଙ୍କ ଠାରୁ ଆଉ କୌଣସି ଜୀବ ଛୋଟ ହୋଇନଥିବ ବୋଲି ଲଣ୍ଡନସ୍ଥିତ ପ୍ରାକୃତିକ ଇତିହାସ ସଂଗ୍ରହାଳୟର ବିଶିଷ୍ଟ ପ୍ରାଣୀବିଜ୍ଞାନୀ ପ୍ରଫେସର ବେଥ୍‌ ଓକାମୁରା ପ୍ରକାଶ କରିଛନ୍ତି। କାରଣ ଅନେକ ଏକକୋଷୀ ପ୍ରାଣୀ ବଡ଼ ହେଲା ପରେ ସ୍ବାଭାବିକ ଭାବେ ବହୁକୋଷୀକୁ ରୂପାନ୍ତରିତ ହୋଇଥିଲା ବେଳେ ମିକ୍ସୋଜୋଆନ୍‌ ପ୍ରଜାତି ପ୍ରାପ୍ତବୟସ୍କ ହେଲା ପରେ ମଧ୍ୟ ଏକକୋଷୀ ହୋଇ ରହିଥାନ୍ତି।

ଗୋଟିଏ ପ୍ରାପ୍ତବୟସ୍କ ‘ମିକ୍ସୋଜୋଆନ୍‌’ର ଆକାର ୦.୦୨ ମିଲିମିଟରରୁ ମଧ୍ୟ କମ୍ ଯାହା ଏକ ଧୂଳିକଣାର ଶହେ ଭାଗରୁ ଏକ ଭାଗ ସହ ସମାନ। ଏହି ପରଜୀବୀ ପ୍ରାଣୀଗୁଡ଼ିକ ଏକପ୍ରକାର ଜଳବାହିତ ସଂକ୍ରମଣଶୀଳ ଭ୍ରୂଣ ସୃଷ୍ଟି କରିଥା’ନ୍ତି, ଯାହା ସେମାନେ ବସବାସ କରୁଥିବା ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ (ବିଶେଷ କରି ପାକସ୍ଥଳୀରେ) ବିକଶିତ ହେବା ସହ ନୂତନ ମିକ୍ସୋଜୋଆନ୍‌ଙ୍କୁ ଜନ୍ମ ଦେଇଥା’ନ୍ତି। ବେଳେ ବେଳେ ସେମାନେ ପରିପୋଷକଙ୍କ ଶରୀରରେ ବିଭିନ୍ନ ରୋଗର କାରଣ ସାଜୁଥିବା ବେଳେ ଅନେକ ମିକ୍ସୋଜୋଆନ୍‌ ପ୍ରଜାତି ଆଦୌ ଅହିତକର ନୁହେଁ ବୋଲି ଜଣାଯାଇଛି। ପୃଥିବୀରେ ହଜାରେରୁ ଅଧିକ ସଂଖ୍ୟକ ମିକ୍ସୋଜୋଆନ୍‌ ପ୍ରଜାତି ଲୋକଲୋଚନକୁ ଆସିଥିବା ବେଳେ ସେମାନଙ୍କ ବାବଦରେ ଯେତେ ଅଧିକ ଅନ୍ବେଷଣ ଚାଲିଥିବ, ସେତେ ଅଧିକ ପ୍ରଜାତି ଆବିଷ୍କୃତ ହୋଇ ଚାଲିଥିବ ବୋଲି ପ୍ରଫେସର ଓକାମୁରା ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe