ମାତ୍ର ୫ ମିନିଟ୍‌ରେ ଚାର୍ଜ ହେବ ସ୍ମାର୍ଟଫୋନ୍‌!

Advertisment
ମାତ୍ର ୫ ମିନିଟ୍‌ରେ ଚାର୍ଜ ହେବ ସ୍ମାର୍ଟଫୋନ୍‌!

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ସ୍ମାର୍ଟଫୋନ୍‌ ଏକ ଅପରିହାର୍ଯ୍ୟ ସାମଗ୍ରୀ ପାଲଟିଛି। ତେବେ ଏହାର ନିରନ୍ତର ବ୍ୟବହାର ପାଇଁ ତାହାର ବ୍ୟାଟେରି ସଂପୂର୍ଣ୍ଣ ଚାର୍ଜ ହେବା ଦରକାର। ତେବେ ତାହା କେତେ ସମୟ ପାଇଁ ସକ୍ରିୟ ବା ରହିପାରିବ? ପୁଣି ଥରେ ଚାର୍ଜ କରିବାକୁ ସମୟ ବି ଦରକାର। ତେଣୁ ଦିନକୁ ଦିନ ଫାଷ୍ଟ୍‌ ଚାର୍ଜିଂ କରିପାରୁଥିବା ଉପକରଣର ଚାହିଦା ବଢ଼ିବାରେ ଲାଗିଛି। ଏହି କ୍ରମରେ ‘ରିଅଲ୍‌ମି’ କମ୍ପାନି ଦ୍ବାରା ବିକଶିତ ୩୨୦ ଵାଟ୍‌ର ସୁପର୍‌ସୋନିକ୍‌ ଚାର୍ଜର୍‌ ଏକ ଆଶୁ ସମାଧାନ ଆଣିଛି। ମାତ୍ର ସାଢ଼େ ୪ ମିନିଟ୍‌ରେ ଏହା ୪,୪୨୦ ଏମ୍‌ଏଏଚ୍‌ର ବ୍ୟାଟେରିକୁ ସଂପୂର୍ଣ୍ଣ ଚାର୍ଜ କରିପାରୁଛି। ଅର୍ଥାତ୍‌, ଜଣେ କଫି କପେ ପିଇବା ନ ସାରୁଣୁ ମଧ୍ୟ ନିଜର ସ୍ମାର୍ଟଫୋନ୍‌କୁ ଚାର୍ଜ କରିଦେଇପାରିବ। ଏପରିକି ଗୋଟିଏ ମିନିଟ୍‌ରେ ଏହା ବ୍ୟାଟେରିକୁ ୨୬% ଚାର୍ଜ କରିପାରୁଥିବା କମ୍ପାନି ଦାବି କରିଛି।

ଆପଲ୍‌ ଓ ସାମସଙ୍ଗ୍‌ ପରି ନାମୀଦାମୀ କମ୍ପାନି ସର୍ବାଧିକ ୪୫ ଵାଟ୍‌ ଚାର୍ଜିଂ ସୁବିଧା ଦେଉଥିବା ବେଳେ ରିଅଲ୍‌ମିର ୩୨୦ ଵାଟ୍‌ ଚାର୍ଜର୍ ଫୋନ୍‌କୁ ୧ ମିନିଟ୍‌ରେ ୨୬% ଚାର୍ଜ କରିପାରୁଛି।

କିଛି ଦିନ ତଳେ ସାଓମି କମ୍ପାନି ଦ୍ବାରା ବଜାରକୁ ଆସିଥିବା ୩୦୦ ଵାଟ୍‌ର ଚାର୍ଜର୍‌କୁ ଏହା ପଛରେ ପକାଇ ସମ୍ପ୍ରତି ଦ୍ରୁତତମ ଚାର୍ଜରର ମାନ୍ୟତା ହାସଲ କରିଛି। ଆପଲ୍‌ ଓ ସାମସଙ୍ଗ୍‌ ପରି ନାମୀଦାମୀ ସ୍ମାର୍ଟଫୋନ୍‌ ନିର୍ମାତାମାନେ ଅଦ୍ୟାବଧି ୪୫ ଵାଟ୍‌ର ସମୟସାପେକ୍ଷ ଚାର୍ଜର୍‌ ସହ ଯୁଝି ହେଉଥିବା ବେଳେ ‘ରିଅଲ୍‌ମି’ର ଏହି ନୂଆ ଉପକରଣ ଫୋନ୍‌ ବ୍ୟବହାରକାରୀଙ୍କୁ ଆଶ୍ବସ୍ତ କରିଛି। ଏହା ସ୍ବଳ୍ପ ଵାଟ୍‌ର ଚାର୍ଜର୍‌ ଭଳି ନିରାପଦ। ଏଥିରେ ଉପଯୋଗ ହୋଇଥିବା ‘ଏୟାର୍‌ଗ୍ୟାପ୍‌ ଭୋଲ୍‌ଟେଜ୍‌ ଟ୍ରାନ୍ସଫର୍ମର୍‌’ ଜ୍ଞାନକୌଶଳ ଏହାର ଭୋଲ୍‌ଟେଜ୍‌କୁ ବ୍ୟାଟେରିଠାରୁ ପୃଥକ୍‌ କରି ରଖୁଛି। ଏଥି ସହିତ ଏହି ଚାର୍ଜର୍‌ରୁ ବାହାରୁଥିବା ଭୋଲ୍‌ଟେଜ୍‌ ୨୦ ଭୋଲ୍‌ଟରେ ସୀମିତ ରହି ୯୮% କାର୍ଯ୍ୟଦକ୍ଷତା ଯୋଗାଉଥିବା କମ୍ପାନି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe