ହିଂସାର କୋଳାହଳଠାରୁ ଶାନ୍ତିର ସ୍ବର ଅଧିକ

ସେପ୍ଟେମ୍ବର ୨୧କୁ ଅନ୍ତର୍ଜାତୀୟ ଶାନ୍ତି ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ପରିପ୍ରେକ୍ଷୀରେ ସମାଜ ଓ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଦିଗରେ ଦ ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କରଙ୍କ କାର୍ଯ୍ୟ ଓ ଯୋଗଦାନ ନିଶ୍ଚିତଭାବେ ଆଲୋଚନାର ମୁହୂର୍ତ୍ତ ସୃଷ୍ଟି କରେ।

sfhffhfhh

Photograph: (Sri Sri College of Ayurvedic Science and Research)

ସେପ୍ଟେମ୍ବର ୨୧କୁ ଅନ୍ତର୍ଜାତୀୟ ଶାନ୍ତି ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ପରିପ୍ରେକ୍ଷୀରେ ସମାଜ ଓ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଦିଗରେ ଦ ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କରଙ୍କ କାର୍ଯ୍ୟ ଓ ଯୋଗଦାନ ନିଶ୍ଚିତଭାବେ ଆଲୋଚନାର ମୁହୂର୍ତ୍ତ ସୃଷ୍ଟି କରେ। ଭାରତଠାରୁ ଆରମ୍ଭ କରି ବିଶ୍ବର କୋଣ ଅନୁକୋଣରେ ଶାନ୍ତି ପ୍ରତିଷ୍ଠା ପାଇଁ ଶ୍ରୀଶ୍ରୀ ରବିଶଙ୍କର ବହୁବର୍ଷ ହେଲା ପ୍ରଚେଷ୍ଟା ଜାରି ରଖିଛନ୍ତି। ଜଙ୍ଗଲଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ସେ ସେହି ଗୋଟିଏ ବାର୍ତ୍ତା ପ୍ରଚାର କରୁଛନ୍ତି। ତାହା ହେ‌ଲା କେବଳ ଶାନ୍ତିପୂର୍ଣ୍ଣ ବ୍ୟକ୍ତିମାନେ ଶାନ୍ତିପୂର୍ଣ୍ଣ ବିଶ୍ବ ସୃ୍ଷ୍ଟି କରିପାରିବେ। ସେ ଏହା ମଧ୍ୟ ଦେଖାଇ ଦେଇଛନ୍ତି ଯେ ଶାନ୍ତିର ସ୍ବର ହିଂସା ଓ ସଂଘର୍ଷର କୋଳାହଳଠାରୁ ଅଧିକ ଶବ୍ଦ ସୃଷ୍ଟି କରିପାରେ।  ୟୁ‌କ୍ରେନରେ ଯୁଦ୍ଧର ଘନଘଟା ମଧ୍ୟରେ ୮ ହଜାରରୁ ଅଧିକ ସୈନିକ ଏବଂ ସାଧାରଣ ନାଗରିକ ଧ୍ୟାନ ଓ ସୁଦର୍ଶନ କ୍ରିୟା ଜରିଆରେ ସେମାନଙ୍କ ମନରେ ଶାନ୍ତି ପାଇପାରିଛନ୍ତି। ଶ୍ରୀଶ୍ରୀ ରବିଶଙ୍କରଙ୍କ ଉଦ୍ୟମରେ ଗୌହାଟୀ ‌ଘୋଷଣାନାମାରେ ଦସ୍ତଖତ କରିବା ପାଇଁ  ଆସାମର ୬୭ଟି ଉଗ୍ରବାଦୀ ଗୋଷ୍ଠୀ ବନ୍ଧୁକ ଛାଡ଼ି ଶାନ୍ତି ଆଲୋଚନାରେ ଭାଗ ନେଇଛନ୍ତି। କଲମ୍ବିଆର ଫାର୍କ ବିଦ୍ରୋହୀମାନେ ଶ୍ରୀଶ୍ରୀ ରବିଶଙ୍କରଙ୍କୁ ଭେଟି ବିରାଟ ଅଲୌକିକତା ଅନୁଭବ କରୁଥିବା ସ୍ବୀକାର କରିଛନ୍ତି। ଶ୍ରୀଶ୍ରୀ ରବିଶଙ୍କରଙ୍କୁ ଭେଟିବା ପରେ ଗାନ୍ଧୀଙ୍କ ଅହିଂସା ପଥ ଅନୁସରଣ ପାଇଁ ପ୍ରତିଜ୍ଞାବନ୍ଧ ମଧ୍ୟ ହୋଇଛନ୍ତି। ଯୁଦ୍ଧ ପ୍ରପୀଡ଼ିତ ଇରାକରେ ସେ ସିଆ, ସୁନ୍ନି ଏବଂ କୁର୍ଦ୍ଦମାନଙ୍କ ସହ ବସି ଆଲୋଚନା କରିଛନ୍ତି। ସେମାନେ ପରସ୍ପରର ଘୋର ବିରୋଧରେ ଥିଲେ ମଧ୍ୟ ଶ୍ରୀଶ୍ରୀ ରବିଶଙ୍କର କଥା ଶୁଣିଥିଲେ। 

କାଶ୍ମୀରରେ ହୁରିୟାତ ନେତା, ସହିଦ ସୈନିକଙ୍କ ବିଧବା ପତ୍ନୀ, ମୃତ ଆତଙ୍କବାଦୀଙ୍କ ପରିବାର ସଦସ୍ୟଙ୍କୁ ଏକାଠି କରି ସେମାନଙ୍କ ମଧ୍ୟରେ ଶାନ୍ତିର ବାର୍ତ୍ତା ପ୍ରଚାର କରିବାରେ ଶ୍ରୀଶ୍ରୀ ରବିଶଙ୍କର ସମର୍ଥ ହୋଇଛନ୍ତି। ‌ମଣିପୁରରେ ୬୮ଟି ଉଗ୍ରବାଦୀ ଗୋଷ୍ଠୀ ଆଲୋଚନା ପରେ ଅସ୍ତ୍ରଶସ୍ତ୍ର ଛାଡ଼ିଛନ୍ତି। ଶ୍ରୀଶ୍ରୀ ରବିଶଙ୍କରଙ୍କ କାର୍ଯ୍ୟକ୍ରମ ତିହାର ଜେଲ୍‌ରୁ ଆରମ୍ଭ କରି ବେଲ୍‌ଜିୟମ ଏବଂ ଦକ୍ଷିଣ ଆଫ୍ରିକାର କାରାଗାର ପର୍ଯ୍ୟନ୍ତ ୭ ଲକ୍ଷ ଅନ୍ତେବାସୀଙ୍କ ନିକଟରେ ପହଞ୍ଚିଛି। ସେମାନଙ୍କୁ ଅନ୍ତରରୁ ମୁକ୍ତି ଶିକ୍ଷା ପ୍ରଦାନ କରାଯାଇଛି। ମୁଜାଫରନଗର ଦଙ୍ଗା ପୀଡ଼ିତଙ୍କ ପାଇଁ  ଶ୍ରୀଶ୍ରୀ ରବିଶଙ୍କରଙ୍କ ଉପସ୍ଥିତି ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା। ଆଇଏସ୍‌ଆଇଏସ୍‌ ଗଣସଂହାରରୁ ବଞ୍ଚି ଯାଇଥିବା ୟେଜିଦି ଶରଣାର୍ଥୀମାନଙ୍କୁ ରବିଶଙ୍କର ଅନୁଗାମୀମାନେ ଟ୍ରମାରୁ ମୁକ୍ତି ଓ ଆଶାର ବାଟ ଦେଖାଇଥିଲେ। ଅଯୋଧ୍ୟାରେ ରାମମନ୍ଦିର ବିବାଦର ସମାଧାନ ପାଇଁ ଗୁରୁଦେବ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ସବୁପକ୍ଷଙ୍କ ସହ ଆଲୋଚନା କରି ଶାନ୍ତିପୂର୍ଣ୍ଣ ସମାଧାନ ରାସ୍ତା ବାହାର କରିବା ଲାଗି ସେ ନିବେଦନ କରିଥିଲେ। ପ୍ୟାରିସଠାରେ ବିଶ୍ବର ଇହୁଦି ଏବଂ ମୁସଲମାନ ଧର୍ମଗୁରୁମାନଙ୍କ ସାମ୍‌ନାରେ ଉପସ୍ଥିତ ହୋଇ ଶାନ୍ତିର ପଥରେ ମିଳିମିଶି ଆଗକୁ ବଢ଼ିବା ପାଇଁ ଧର୍ମୀୟ ନେତାମାନଙ୍କୁ ଆହ୍ବାନ ଦେବା ବିଶ୍ବରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଶ୍ରୀଶ୍ରୀ ରବିଶଙ୍କର କାର୍ଯ୍ୟ ମଧ୍ୟରୁ ଅଳ୍ପ କେତୋଟିର ବୟାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe