ଯୁଦ୍ଧ ରୋକିବାରେ ଜାତିସଂଘ ଫେଲ୍‌!

Advertisment

ଏଯାବତ୍‌ ମାନବ ଇତିହାସରେ ସବୁଠୁ ମାରାତ୍ମକ ବିବେଚିତ ଦ୍ବିତୀୟ ବିଶ୍ବଯୁଦ୍ଧରେ ମୃତ୍ୟୁସଂଖ୍ୟା ଥିଲା ୮୫ ନିୟୁତ। ଯୁଦ୍ଧର ଭୟାବହତା ହୃଦୟଙ୍ଗମ କରି ଆଗାମୀ ଦିନମାନଙ୍କରେ ଯୁଦ୍ଧ ଓ ନରସଂହାର ପ୍ରତିରୋଧ କରିବା ଲକ୍ଷ୍ୟ ନେଇ ବିଜୟୀ ରାଷ୍ଟ୍ରସମୂହ ମିଳିତ ଜାତିସଂଘ ଗଠନ କରିଥିଲେ।

ଏଯାବତ୍‌ ମାନବ ଇତିହାସରେ ସବୁଠୁ ମାରାତ୍ମକ ବିବେଚିତ ଦ୍ବିତୀୟ ବିଶ୍ବଯୁଦ୍ଧରେ ମୃତ୍ୟୁସଂଖ୍ୟା ଥିଲା ୮୫ ନିୟୁତ। ଯୁଦ୍ଧର ଭୟାବହତା ହୃଦୟଙ୍ଗମ କରି ଆଗାମୀ ଦିନମାନଙ୍କରେ ଯୁଦ୍ଧ ଓ ନରସଂହାର ପ୍ରତିରୋଧ କରିବା ଲକ୍ଷ୍ୟ ନେଇ ବିଜୟୀ ରାଷ୍ଟ୍ରସମୂହ ମିଳିତ ଜାତିସଂଘ ଗଠନ କରିଥିଲେ।

fsfhsfhfshfshfh

ଏଯାବତ୍‌ ମାନବ ଇତିହାସରେ ସବୁଠୁ ମାରାତ୍ମକ ବିବେଚିତ ଦ୍ବିତୀୟ ବିଶ୍ବଯୁଦ୍ଧରେ ମୃତ୍ୟୁସଂଖ୍ୟା ଥିଲା ୮୫ ନିୟୁତ। ଯୁଦ୍ଧର ଭୟାବହତା ହୃଦୟଙ୍ଗମ କରି ଆଗାମୀ ଦିନମାନଙ୍କରେ ଯୁଦ୍ଧ ଓ ନରସଂହାର ପ୍ରତିରୋଧ କରିବା ଲକ୍ଷ୍ୟ ନେଇ ବିଜୟୀ ରାଷ୍ଟ୍ରସମୂହ ମିଳିତ ଜାତିସଂଘ ଗଠନ କରିଥିଲେ। ଆନ୍ତର୍ଜାତିକ ଶାନ୍ତି ବଜାୟ ରଖିବା ଏବଂ ଦେଶ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ କ୍ଷେତ୍ରରେ ସହାୟକ ହେବାଲାଗି ୧୯୪୫ ଅକ୍ଟୋବର ୨୪ରେ ଏହି ମହତ୍‌ ଅନୁଷ୍ଠାନ ସ୍ଥାପନା କରାଯାଇଥିଲା। କିନ୍ତୁ, ସ୍ଥାପିତ ହେବାର ୭୯ ବର୍ଷ ଅତିବାହିତ ହୋଇସାରିଥିଲେ ବି ଜାତିସଂଘ ତା’ର ମୂଳ ଲକ୍ଷ୍ୟ ହାସଲ କ୍ଷେତ୍ରରେ ବିଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ମଧ୍ୟ ଗାଜା, ସୁଦାନ ଓ ୟୁକ୍ରେନ୍‌ ଯୁଦ୍ଧ ରୋକିବାରେ ଜାତିସଂଘ ସଫଳ ହୋଇପାରୁନାହିଁ। 

ବିଶେଷଜ୍ଞଙ୍କ ମତରେ, ବିଫଳତା ମୂଳରେ ରହିଛି ୧୫ ସଦସ୍ୟସମ୍ବଳିତ ଜାତିସଂଘ ସୁରକ୍ଷା ପରିଷଦ୍‌। ଭିଟୋ କ୍ଷମତା ଥିବା ଆମେରିକା, ରୁଷ୍‌, ଚୀନ୍‌, ଫ୍ରାନ୍‌ସ୍‌ ଓ ଇଂଲଣ୍ଡ୍‌ ଆଦି ୫ ସ୍ଥାୟୀ ସଦସ୍ୟଙ୍କ ହସ୍ତକ୍ଷେପ ଯୋଗୁଁ ଜାତିସଂଘ ଯୁଦ୍ଧ ରୋକିବାରେ ବିଫଳ ହେଉଛି। ଇଏ ଆଜିର କଥା ନୁହେଁ, ସ୍ଥାପନା କାଳରୁ ସୁରକ୍ଷା ପରିଷଦ୍‌ର ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ଭିଟୋ ପ୍ରୟୋଗ ଜାତିସଂଘକୁ ପଙ୍ଗୁ କରିପକାଇଛି। ସମସ୍ତ ଦେଶର ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତା ଅକ୍ଷୁଣ୍ଣ ରହିବା ଜରୁରି ବୋଲି ଜାତିସଂଘ ଚୁକ୍ତିନାମା ଓ ଆନ୍ତର୍ଜାତିକ ଆଇନରେ ଉଲ୍ଲେଖ ଅଛି। କିନ୍ତୁ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ବିଚାର କଲେ ଏହାର ଉଲ୍ଲଂଘନ ସ୍ପଷ୍ଟ ପ୍ରତିପାଦିତ ହୁଏ। ରୁଷ୍‌ ଭିଟୋ କ୍ଷମତାଧାରୀ ତଥା ଏ ଯୁଦ୍ଧର ପ୍ରଥମ ଆକ୍ରମଣକାରୀ ପକ୍ଷ ହୋଇଥିବାରୁ ସୁରକ୍ଷା ପରିଷଦ୍‌ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ସେମିତି ଅନ୍ୟତମ ଭିଟୋ କ୍ଷମତାଶାଳୀ ରାଷ୍ଟ୍ର ଅାମେରିକା ଇସ୍ରାଏଲ୍‌ର ପରମ ମିତ୍ର ହୋଇଥିବାରୁ ଗାଜାରେ ଲାଗିଥିବା ଇସ୍ରାଏଲ୍‌-ହମାସ୍ ଯୁଦ୍ଧ ସମୟରେ ମଧ୍ୟ ସୁରକ୍ଷା ପରିଷଦ୍‌ କୌଣସି ପ୍ରକାରର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ବିରତ ରହିଛି। ସଂପ୍ରତି ଇସ୍ରାଏଲ୍  ବିରୋଧୀ ଯୁଦ୍ଧରେ ଇରାନ୍‌ ସାମିଲ୍‌ ହୋଇଛି ଏବଂ ଆମେରିକା ଖୋଲାଖୋଲି ଇସ୍ରାଏଲ୍‌ ସପକ୍ଷରେ ବାହାରିଛି। ଯୁଦ୍ଧ କ୍ରମଶଃ ସଙ୍ଗିନ ସ୍ଥିତିକୁ ଗତିକରୁଛି।  

ଦ୍ବିତୀୟ ବିଶ୍ବଯୁଦ୍ଧର କୁପରିଣାମ ହୃଦୟଙ୍ଗମ କରିବା ପରେ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଗଠନ କରାଯାଇଥିଲା ଜାତିସଂଘ। ସ୍ବାସ୍ଥ୍ୟସେବା ଏବଂ ଅନ୍ୟ କେତେକ ମାନବୀୟ ସହାୟତା ଯୋଗାଇବାରେ ସମର୍ଥ ହୋଇଥିଲେ ବି ଯୁଦ୍ଧ ଓ ଶାନ୍ତି କ୍ଷେତ୍ରରେ ଜାତିସଂଘ ସଫଳ ହୋଇପାରୁନାହିଁ। ଏଥିରେ ବିଘ୍ନ ସୃଷ୍ଟି କରୁଛି ସୁରକ୍ଷା ପରିଷଦ୍‌ ସ୍ଥାୟୀ ସଦସ୍ୟଙ୍କ ଭିଟୋ ପ୍ରୟୋଗ କ୍ଷମତା।

ଜାତିସଂଘ ଥାଇ ସୁଦ୍ଧା ରୁଷ୍-ଭିଏତ୍‌ନାମ୍, ଇରାକ୍‌-ଇରାନ୍‌, ବୋସ୍‌ନିଆ-ସର୍ବିୟା, ଆଜର୍‌ବୈଜାନ୍‌-ଆର୍ମେନିଆ, ସାଉଦୀ-ୟେମେନ୍‌, ଭାରତ-ପାକିସ୍ତାନ ସଂଘର୍ଷ ଲାଗିଥିଲା। କେବଳ ଏତିକି ନୁହେଁ, ଅତୀତରେ ଘଟିଥିବା ଏବଂ ଲାଗି ରହିଥିବା ବହୁ ଯୁଦ୍ଧ, ଗୃହଯୁଦ୍ଧ ଓ ତଜ୍ଜନିତ ମାନବୀୟ ଅଧିକାର ଉଲ୍ଲଂଘନ ଘଟଣା ପ୍ରତିକାର କରିବାରେ ଜାତିସଂଘ ଅସଫଳ ହୋଇଛି। ପ୍ରଥମେ ୧୯୫୦ରେ ରୁଷ୍‌ ସହଯୋଗ ବଳରେ ଉତ୍ତର କୋରିଆ ଦକ୍ଷିଣ କୋରିଆ ଆକ୍ରମଣ କଲା। ଜାତିସଂଘ ଏହି ଯୁଦ୍ଧ ରୋକିବାରେ ବିଫଳ ହେଲା। ୧୯୪୬ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଜାତିସଂଘ ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ସଂଘର୍ଷର ପ୍ରତିକାର କରିବାରେ ଅସମର୍ଥ ହୋଇଛି। ଇସ୍ରାଏଲ୍‌ ପାଲେଷ୍ଟାଇନ୍‌ ଅଧିକାର କରିବା ସହିତ ଅସୁମାରି ମାନବୀୟ ଅଧିକାର ମଧ୍ୟ ଉଲ୍ଲଂଘନ କରିଛି। କିନ୍ତୁ, ସୁରକ୍ଷା ପରିଷଦ୍‌ର ସ୍ଥାୟୀ ସଦସ୍ୟ ଆମେରିକା ଭିଟୋ ପ୍ରୟୋଗ କରି ଜାତିସଂଘର ସବୁ ଉଦ୍ୟମ ବ୍ୟର୍ଥ କରିପକାଇଛି।

ଆମେରିକାରେ ୯/୧୧ ଆକ୍ରମଣ ପରେ ଇରାକ୍‌ ଗଣବିଧ୍ବଂସୀ ଅସ୍ତ୍ର ରଖିଛି ବୋଲି ଦାବି କରି ଯୁକ୍ତରାଷ୍ଟ୍ର ଆମେରିକା ସଦ୍ଦାମ୍‌ ହୁସେନ୍‌ଙ୍କ ଶାସନ କାଳରେ ଇରାକ୍‌ ଆକ୍ରମଣ କଲା। ବହୁ ଅନୁସନ୍ଧାନ ଓ ତଦନ୍ତ କରାଯିବା ପରେ ଜଣାପଡ଼ିଲା ଅଭିଯୋଗ ମିଥ୍ୟା। ୨୦୦୩ରୁ ୨୦୧୧ ପର୍ଯ୍ୟନ୍ତ ଚାଲିଥିବା ଏହି ଆକ୍ରମଣ‌ ସମୟରେ ଅସୁମାରି ସାଧାରଣ ନାଗରିକ ପ୍ରାଣ ହରାଇଲେ। ଆମେରିକା ଭିଟୋ ପ୍ରୟୋଗକାରୀ ରାଷ୍ଟ୍ର ହୋଇଥିବାରୁ ଜାତିସଂଘ କୌଣସି କଠୋର ଆଭିମୁଖ୍ୟ ଗ୍ରହଣ କରିପାରିଲା ନାହିଁ। ଏହାଛଡ଼ା, ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ଚାଲିଥିବା କାମ୍ବୋଡିଆ ସଂଘର୍ଷ ରୋକିବାରେ ମଧ୍ୟ ଜାତିସଂଘ ବିଫଳ ହୋଇଥିଲା। ଏଥିରେ ୨ ନିୟୁତ ଲୋକଙ୍କୁ ହତ୍ୟା କରାଯାଇଥିଲା। ୧୯୯୧ରୁ ଚାଲିଥିବା ସୋମାଲି ଗୃହଯୁଦ୍ଧ ବନ୍ଦ କରିବାରେ ଜାତିସଂଘ ଶାନ୍ତିରକ୍ଷା ଅଭିଯାନ ସଫଳ ହୋଇପାରିନାହିଁ। ଜାତିସଂଘ ଶାନ୍ତିରକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ ବି ୧୯୯୪ରୁ ଚାଲିଥିବା ରୁୱାଣ୍ଡା ଗୃହଯୁଦ୍ଧରେ ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଉଛନ୍ତି।
ପୁଣି ୧୯୯୫ରେ ସ୍ରେବ୍ରେନିଚାରେ ବୋସନୀୟ ମୁସଲ୍‌ମାନ ସଂହାର, ସୁଦାନରେ ୨୦୦୩ରୁ ଆରମ୍ଭ ହୋଇଥିବା ଡାଫୁଆ ସଂଘର୍ଷ, ୨୦୧୧ରୁ ଲାଗିଥିବା ସିରିଆ ଗୃହଯୁଦ୍ଧ ପ୍ରତିକାର କରିବାରେ ଜାତିସଂଘ ସଫଳ ହୋଇନାହିଁ। ସଙ୍କଟ ଟାଳିବା ଲାଗି ଜାତିସଂଘ ବହୁଥର ପ୍ରସ୍ତାବ ଆଗତ କରିଥିଲେ ବି ରୁଷ୍‌ ଭିଟୋ ପ୍ରୟୋଗ କରିବାରୁ ସବୁ ବ୍ୟର୍ଥ ଯାଇଛି।

୨୦୧୩ରୁ ଲାଗିଥିବା ଦକ୍ଷିଣ ସୁଦାନ ଗୃହଯୁଦ୍ଧ ମାନବୀୟ ସଙ୍କଟର କାରଣ ହୋଇଥିଲେ ବି ଜାତସଂଘ ଶାନ୍ତିସେନା ସାଧାରଣ ନାଗରିକଙ୍କ ମୃତ୍ୟୁ ରୋକିବାରେ ବ୍ୟର୍ଥ ହୋଇଛି। ୨୦୧୪ରୁ ଚାଲିଥିବା ୟେମେନ୍‌ ଗୃହଯୁଦ୍ଧ ସମାଧାନ କରିବାରେ ବି ଜାତିସଂଘ ଅସମର୍ଥ ହୋଇଛି। ୨୦୧୭ରୁ ମିଆଁମାର୍‌ରେ ଦେଖାଦେଇଥିବା ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ ସମାଧାନ ‌େକ୍ଷତ୍ରରେ ବି ଅସଫଳ ହୋଇଛି ଜାତିସଂଘ। ସୁରକ୍ଷା ପରିଷଦ୍‌ରେ ଚୀନ୍‌ ମିଆଁମାର୍‌କୁ ସମର୍ଥନ କରୁଥିବାରୁ ସେଠାରେ ନିର୍ମମ ଅତ୍ୟାଚାର ଓ ବିସ୍ଥାପନ ଚାଲିଛି। ସୁତରାଂ ଜାତିସଂଘ ଏକ ଦନ୍ତହୀନ ଅନୁଷ୍ଠାନରେ ପରିଣତ ହୋଇଛି କହିଲେ ଭୁଲ୍‌ ହେବନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe