ପୃଥିବୀର ବୃହତ୍ତମ ମଧୁର ମାଛ

Advertisment
ପୃଥିବୀର ବୃହତ୍ତମ ମଧୁର ମାଛ

NBC News

ନିକଟରେ କାମ୍ବୋଡ଼ିଆର ଷ୍ଟଙ୍ଗ ଟ୍ରେଙ୍ଗ ପ୍ରଦେଶ ଦେଇ ପ୍ରବାହିତ ମେକଙ୍ଗ ନଦୀରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏକ ପ୍ରକାର ବିରଳ ଶାଙ୍କୁଚ ମାଛ ଧରିଛନ୍ତି ଯାହାକୁ ଗବେଷକମାନେ ବିଶ୍ବର ବୃହତ୍ତମ ମଧୁରଜଳ ମାଛର ଆଖ୍ୟା ଦେଇଛନ୍ତି। ଲାଙ୍ଗୁଡ଼ ସହ ଏହାର ଲମ୍ବ ୩.୯୮ ମିଟର ବା ୧୩ ଫୁଟ ହୋଇଥିବା ବେଳେ ଓଜନ ହେଉଛି ୩୦୦ କିଲୋଗ୍ରାମ୍ ବା ୬୬୧ ପାଉଣ୍ଡ୍‌। ବୋରାମି ନାମକ ଏହି ହ୍ବିପ୍ରେ ପ୍ରଜାତିର ମାଈ ଶାଙ୍କୁଚ ମାଛଟିର ଓସାର ୨.୨ ମିଟର ବା ୭.୨ ଫୁଟ। ଏହାକୁ ଆବିଷ୍କାର କଲା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଗତ ମେ’ ମାସରେ ଏକ ୧୮୦ କିଲୋଗ୍ରାମ ଓଜନର ଅବିକଳ ମାଈ ବୋରାମି ଧରିଥିବା କହିଛନ୍ତି।

ସେହିପରି ସେମାନଙ୍କ ପୂର୍ବପୁରୁଷମାନେ ଅତୀତରେ ୫୦୦ କେଜି ଓଜନ ଯାଏ ଏହି ପ୍ରଜାତିର ମଧୁର ମାଛ ଧରିଥିଲେ ବୋଲି ସେମାନେ ଦାବି କରୁଥିବା ବେଳେ ସେ ସମ୍ପର୍କରେ କୌଣସି ପ୍ରମାଣସିଦ୍ଧ ନଥିପତ୍ର ନାହିଁ। ସୂଚନାଯୋଗ୍ୟ, ପୂର୍ବରୁ ୨୦୦୫ ମସିହା ଜୁନ୍‌ ମାସରେ ଥାଇଲାଣ୍ଡରେ ମଧ୍ୟ ପ୍ରବାହିତ ସେହି ମେକଙ୍ଗ ନଦୀରୁ ୮ ଫୁଟ ୧୧ ଇଞ୍ଚ ଲମ୍ବର ତଥା ୨୯୩ କିଲୋଗ୍ରାମ୍ ଓଜନର ଏକ ବିଶାଳ ମାଗୁର ମାଛ ଧରାହୋଇଥିଲା ଯାହା ଅଦ୍ୟାବଧି ବୃହତ୍ତମ ମଧୁର ମାଛର ମାନ୍ୟତା ବହନ କରି ଆସୁଥିଲା। ଦକ୍ଷିଣ ଆମେରିକାରେ ଦେଖା ଦେଉଥିବା ଆରାପାଇମା ନାମକ ଦୀର୍ଘତମ ମଧୁର ମାଛ ଯଦିଓ ୧୪ ଫୁଟ ୯ ଇଞ୍ଚ ଯାଏ ଲମ୍ବ ହେବାର ନଜିର ରହିଛି, ତେବେ ତାହାର ଓଜନ ବୋରାମି ଠାରୁ ଯଥେଷ୍ଟ କମ୍‌, ୨୦୦ କେଜି ଭିତରେ ସୀମିତ। ଚଟକା ଥାଳିଆ ସଦୃଶ ଏହି ବୋରାମିକୁ ଟ୍ୟାଗିଂ କରି ଗବେଷକମାନେ ପୁଣି ସେଇ ମେକଙ୍ଗ ନଦୀରେ ଛାଡ଼ିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe