ପୃଥିବୀର ସବୁଠୁ ଗୋଲାକାର ହ୍ରଦ

ପୃଥିବୀର ସବୁଠୁ ଗୋଲାକାର ହ୍ରଦ

ଚାରିପାଖ ସ୍ଥଳଭାଗ ଦ୍ବାରା ପରିବେଷ୍ଟିତ କୌଣସି ବିଶାଳ ଜଳାଶୟକୁ ଆମେ ହ୍ରଦର ଆଖ୍ୟା ଦେଇଥାଉ। ତେବେ ସ୍ଥଳଭାଗର ପରିବେଷ୍ଟନୀ ଉପରେ ନିର୍ଭର କରି ଏହା ଯେ କୌଣସି ଆକୃତିର ହୋଇଥାଏ। ଏହି କ୍ରମରେ ଫ୍ଲୋରିଡାର ‘ସିଲଭର ଡଲାର ହ୍ରଦ’ ଭାବେ ପରିଚିତ କିଂଗସ୍ଲେ ହ୍ରଦର ଆକୃତି ହିଁ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାକୃତିକ ଭାବେ ସୃଷ୍ଟ ଏହି ଜଳାଶୟଟି ପୃଥିବୀର ସବୁଠୁ ଗୋଲାକାର ହ୍ରଦର ମାନ୍ୟତା ରଖିଛି। ଏହା ଏପରି ବୃତ୍ତାକାର ଯେ ତାହା ପ୍ରାକୃତିକ ଭାବେ ସୃଷ୍ଟ ହୋଇଥିବ ବୋଲି ବିଶ୍ବାସ କରିବା କଷ୍ଟ। ଫ୍ଲୋରିଡାର କ୍ଲେ କାଉଣ୍ଟି ପାଇଁ ଗ୍ରୀଷ୍ମକାଳୀନ ବିଚରଣସ୍ଥଳୀର ଭୂମିକା ନିର୍ବାହ କରୁଥିବା ଏହି ହ୍ରଦ ମାଛମରା ପାଇଁ ମଧ୍ୟ ପ୍ରସିଦ୍ଧ। ଏହାର ବ୍ୟାସ ପ୍ରାୟ ଦୁଇ ମାଇଲ ହୋଇଥିବା ବେଳେ ପରିଧି ହେଉଛି ପାଖାପାଖି ସାଢ଼େ ପାଞ୍ଚ ମାଇଲ।

ଏହାର ସୃଷ୍ଟି କୌଣସି ନଦୀ ବା ଝରଣା ଦ୍ବାରା ହୋଇନାହିଁ, ଭୂଗର୍ଭର ପାଣିରୁ ଏହାର ସୃଷ୍ଟି। ଏହି ହ୍ରଦର ମଧ୍ୟଭାଗରେ ଜଳ ସ୍ତର ୯୦ ଫୁଟ ଗଭୀର ରହିଥିବା ଜଣାଯାଇଛି। ତେବେ ଏହାର ଏପରି ବିଶାଳତା ଯୋଗୁଁ ଗୋଟିଏ ପାର୍ଶ୍ବରୁ ଦେଖିଲେ ତାହାର ଆକୃତିକୁ ଠିକ୍‌ରେ ଅନୁମାନ କରିହେବନାହିଁ। ତେବେ ଆକାଶ ମାର୍ଗରୁ ଦେଖିଲେ ହିଁ ସମଗ୍ର ହ୍ରଦକୁ ଅବଲୋକନ କରିହେବା ସହ ତାହାର ଅବିଶ୍ବସନୀୟ ବୃତ୍ତାକାର ଆକୃତି ନଜରକୁ ଆସିଥାଏ। ଏହା ଉପର ଦେଇ ବିମାନରେ ଯାଉଥିବା ବିମାନଚାଳକମାନେ ଏହାର ବୃତ୍ତାକାର ରୂପକୁ ଲକ୍ଷ୍ୟ କରି ତାହାକୁ ‘ରୁପା ମୁଦ୍ରା’ ବା ‘ସିଲଭର ଡଲାର’ ବୋଲି ନାମକରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe