Dezeen
ଭିଏତନାମର ନବନିର୍ମିତ କାଚ ପୋଲଟିକୁ ଗିନିସ୍ ବୁକ୍ ଅଫ୍ ଵାର୍ଲଡ୍ ରେକର୍ଡସ୍ ବିଶ୍ବର ଦୀର୍ଘତମ କାଚ ପୋଲର ସ୍ବୀକୃତି ପ୍ରଦାନ କରିଛି। ଏହି ପୋଲର ନାମ ‘ବାକ୍ ଲଙ୍ଗ’। ସ୍ଥାନୀୟ ଭାଷାରେ ଏହାର ଅର୍ଥ ‘ଧଳା ଡ୍ରାଗନ୍’। ଭିଏତନାମର ସନ୍ ଲା ପ୍ରଦେଶ ଅନ୍ତର୍ଗତ ମକ୍ ଚାଉ ଜିଲ୍ଲାର ସୁଦୃଶ୍ୟ ପାର୍ବତ୍ୟାଞ୍ଚଳରେ ନିର୍ମିତ ଉକ୍ତ ପୋଲଟି ଗତ ଏପ୍ରିଲ୍ ମାସରେ ଉନ୍ମୋଚିତ ହୋଇଥିଲା। ୨,୦୭୩ ଫୁଟ୍ ଦୀର୍ଘ ପୋଲଟି ଭୂପୃଷ୍ଠରୁ ୪୯୨ ଫୁଟ୍ ଉପରେ ଝୁଲିରହିଛି। ମହାମାରୀ ପରେ ପର୍ଯ୍ୟଟନ ଶିଳ୍ପର ପୁନରୁତ୍ଥାନ ପାଇଁ ସ୍ଥାନୀୟ ପର୍ଯ୍ୟଟନ ବିଭାଗ ଏକ ଫରାସୀ ନିର୍ମାଣକାରୀ ସଂସ୍ଥାର ସାହାଯ୍ୟ ନେଇ ଏହି ଅଭିନବ ପୋଲର ପରିକଳ୍ପନା କରିଥିଲେ। ଏହାର ଚଟାଣ ଦେଢ଼ ଇଞ୍ଚ୍ ମୋଟା କାଚର ତିନିଟି ପ୍ରସ୍ତରେ ନିର୍ମିତ। ଅତି ପତଳା ହୋଇଥିଲେ ବି ଏହା ଏତେ ଶକ୍ତ ଯେ ଏଥିରେ ଏକକାଳୀନ ୪୫୦ ଜଣ ଚାଲିପାରିବେ। ପୋଲଟିର କ୍ଷମତା ପରୀକ୍ଷା ପାଇଁ ନିକଟରେ ଏହା ଉପରେ ଏକ ଏସୟୁଭି କାର୍ ଚଳାଯାଇଥିଲା। ଏହା ପୂର୍ବରୁ ଚୀନର ଗୁଆଙ୍ଗଡୋଙ୍ଗରେ ଥିବା ୧,୭୨୬ ଫୁଟ୍ ଲମ୍ବା କାଚ ପୋଲଟି ଏହି ରେକର୍ଡର ଅଧିକାରୀ ଥିଲା।
Follow Us