Mobile Phone Users Photograph: (sambad.in)
ନୂଆଦିଲ୍ଲୀ: ଆଜି କାଲିର ଦୈନନ୍ଦିନ ଜୀବନରେ ମୋବାଇଲ ଏକ ଅବିଚ୍ଛେଦ୍ୟ ଅଂଶ ରୂପେ ପରିଗଣିତ ହେଲାଣି । ତୁରନ୍ତ ଯୋଗାଯୋଗର ମାଧ୍ୟନ, ସୂଚନାର ଆଦାନ ପ୍ରଦାନ, ବ୍ୟାଙ୍କ ସେବା, ମନୋରଞ୍ଜନ ଏବଂ ନାଭିଗେସନ୍ ଭଳି ବିଭିନ୍ନ କାର୍ଯ୍ୟ ମୋବାଇଲ ଦ୍ବାରା ସହଜରେ ହୋଇପାରୁଛି। ମୋବାଇଲ ଆଜିର ଯୁଗରେ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ଏମିତି କି ଜଣକା ୨ରୁ ୩ଟି ମୋବାଇଲ୍ ଫୋନ ବି ବ୍ୟବହାର କରୁଛନ୍ତି । ସେମିତି ଗୋଟେ ଗୋଟେ ପରିବାରରେ ସଦସ୍ୟଙ୍କ ଠାରୁ ମୋବାଇଲ୍ ସଂଖ୍ୟା ବି ଅଧିକ ଥିବା ଜଣାପଡୁଛି ।
ଜନସଂଖ୍ୟାଠୁ ମୋବାଇଲ୍ ଅଧିକ
ତେବେ ଆପଣ ଜାଣି ଆଚମ୍ବିତ ହେବେ ଯେ- ଏପରି କିଛି ଦେଶ ଅଛି ଯାହାର ଜନସଂଖ୍ଯା ଠାରୁ ସେମାନେ ଅଧିକ ମୋବାଇଲ ଫୋନ୍ ବ୍ୟବହାର କରନ୍ତି। କଥାର ସତ୍ୟତା ଜଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।
କେବଳ ଯୁବପିଢି ନୁହେଁ ସବୁବର୍ଗର ଲୋକମାନେ ସ୍ମାର୍ଟଫୋନ୍ ନିଶାରେ ମାତିଛନ୍ତି। ଖାଇବା ପିଇବା ଠାରୁ ସ୍ମାର୍ଟଫୋନ ଅଧିକ ଦରକାରୀ ହୋଇପଡିଛି। ସେପ୍ଟେମ୍ବର ୧୯୮୧ରେ ସ୍ୱିଡେନରେ ଇ.ଏଫ୍. ଜନସନ୍ ଏବଂ ମିଲିକମ୍ ଙ୍କ ଦ୍ବାରା ମିଲିକମ୍ ସହାୟକ କମ୍ପାନୀ କମଭିକ୍ ଦ୍ୱାରା ପ୍ରଚଳନ ହୋଇଥିବା ସ୍ମାର୍ଟ ଫୋନ୍ ନିଶା କେବଳ ସହର ମଧ୍ୟରେ ସୀମିତ ରହିନାହିଁ , ଏହା ଗ୍ରାମ ଠାରୁ ଆରମ୍ଭ କରି ଅପହଞ୍ଚ ଅଞ୍ଚଳ ଯାଏଁ ବି ନିଜର କାୟା ବିସ୍ତାର କରିବାରେ ଲାଗିପଡିଛି।
କିନ୍ତୁ ଏପରି ଅନେକ ଦେଶରେ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ହାର ସେମାନଙ୍କ ଜନସଂଖ୍ୟାର ଦୁଇଗୁଣରୁ ଅଧିକ, ଅର୍ଥାତ୍ ପ୍ରତି 100 ଜଣ ଲୋକଙ୍କ ପାଇଁ 200 ରୁ ଅଧିକ ମୋବାଇଲ୍ ଫୋନ୍ ରହିଛି।
ତାଲିକାରେ କେଉଁ ଦେଶ ?
CIA ଏବଂ ଡିଜିଟାଲ୍ 2025 ରିପୋର୍ଟ ଅନୁସାରେ, ୫ଟି ଦେଶ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ସେଥିମଧ୍ୟରୁ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦୁତୀୟ ସ୍ଥାନରେ ରହିଛି। ଚୀନରେ ୨୦୨୩ ସୁଦ୍ଧା ପ୍ରାୟ ୧.୪ ବିଲିୟନ ଜନସଂଖ୍ୟା ଥିବାବେଳେ, ପ୍ରାୟ ୧.୮୧ ବିଲିୟନ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ରହିଛନ୍ତି।
ଭାରତର କେତେ ଫୋନ୍ ବ୍ୟବହାରକାରୀ ?
ସେହିପରି ଭାରତରେ ଦେଶର ପ୍ରାୟ 93% ଜନସଂଖ୍ୟା ରହିଥିବା ବେଳେ 1.09 ବିଲିୟନ ମୋବାଇଲ୍ ଫୋନ୍ ଗ୍ରାହକ ରହିଛନ୍ତି । ଏହି ତାଲିକାରେ ଆମେରିକା , ଋଷ ଏବଂ ଇଣ୍ଡୋନେସିଆ ମଧ୍ୟ ସାମିଲ ରହିଛନ୍ତି। ଆମେରିକାରେ ଏ ପର୍ଯ୍ୟନ୍ତ ପ୍ରାୟ ୪୧ କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ ରହିଛନ୍ତି। ଋଷରେ ଜନସଂଖ୍ୟା ପ୍ରାୟ ୧୪୬ ନିୟୁତ ହେଇଥିବା ବେଳେ ୨୪୫ ନିୟୁତ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ରହିଛନ୍ତି । ଇଣ୍ଡୋନେସିଆରେ ମୋବାଇଲ ଫୋନ୍ ର କ୍ରେଜ ଅଧିକ ଥିବାବଳେ ୨୦୨୩ ମସିହା ପର୍ଯ୍ୟନ୍ତ ୩୫୨ ନିୟୁତ ମୋବାଇଲ ଫୋନ୍ ବ୍ୟବହାରକାରୀ ରହିଥିବା ବେଳେ ତାଙ୍କର ଜନସଂଖ୍ୟା ମାତ୍ର ୨୮୫ ନିୟୁତ ଅଟେ ।
ଆହୁରି ପଢନ୍ତୁ-
Jaipur Vegetable Seller: ରାତାରାତି କୋଟିପତି ହେଲେ ପରିବା ବିକ୍ରେତା
ଅଧିକ ମୋବାଇଲ ସବସ୍କ୍ରିପସନ ହାରର କାରଣ କଣ ?
ବିଶେଷକରି ହଂକଂ ଏବଂ ୟୁଏସ ଭଳି ସମୃଦ୍ଧ ଦେଶରେ ଅନେକ ବ୍ୟକ୍ତି ନିଜର ବିଭିନ୍ନ କାମରେ ଏକାଧିକ ମୋବାଇଲ୍ ବା ଡିଭାଇସ୍ ସହ ଏକାଧିକ ସିମ କାର୍ଡ ବ୍ୟବହାର କରିଥାଆନ୍ତି। ଯାହା ଜନସଂଖ୍ୟା ବ୍ୟତିତ ମୋବାଇଲର ସଂଖ୍ୟାନ କୁ ବଢାଇଥାଏ। ସେହିପରି ଏହିସବୁ ଦେଶମାନଙ୍କରେ ଅନେକ ମୋବାଇଲ ଫୋନ୍ ନିର୍ମାଣ ହେଉଥିବା ବେଳେ ଏଠିକାର ଲୋକମାନେ ଏହାକୁ ଅଧିକ ବ୍ୟବହାର କରିଥାଆନ୍ତି।
ଆହୁରି ପଢନ୍ତୁ-
Flower Plants in Winter: ଫୁଲର ଋତୁ ଶୀତ ଋତୁରେ ଏସବୁ ଫୁଲଗଛ ଲଗାନ୍ତୁ, ସୁନ୍ଦର ସହ ସୁଗନ୍ଧରେ ପୂରି ଉଠିବ ଘର...
Follow Us