ବିଶ୍ୱ ଇମୋଜି ଦିବସ: ଆଇଫୋନ୍‌ରେ ୫୯ଟି ନୂଆ ଇମୋଜି

Advertisment

www.news18.com

ବିନା ଶବ୍ଦରେ ଭାବକୁ ବୁଝାଇ ହେଉଥିବା ଛବିକୁ ଆମେ ‘ଇମୋଜି’ ଭାବେ ଜାଣନ୍ତି। ଫେସ୍‌ବୁକ୍‌, ମେସେଞ୍ଜର, ହ୍ଵାଟ୍‌ସଆପ ଆଦି ସୋସିଆଳ୍‌ ମିଡିଆ ସାଇଟ୍‌ରେ ଆମେ ଅନେକ ଇମୋଜି ବ୍ୟବହାର କରିଥାନ୍ତି। ଆଉ କିଛି ଇମୋଜି ଥାଆନ୍ତା କି ବୋଲି ବେଳେ ବେଳେ ଭାବନାଟି ମନକୁ ଆସେ। ଇମୋଜି ପ୍ରିୟ ଆଇଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ବିଶ୍ୱ ଇମୋଜି ଡେ ପାଳନ କରିବାକୁ ‘ଆପେଲ୍‌’କମ୍ପାନି ପକ୍ଷରୁ କିଛି ନୂଆ ଇମୋଜି ସୃଷ୍ଟି କରାଯାଇଛି।

publive-image SowetanLIVE

ଶରୀରର ରଂଗ, ଲିଙ୍ଗ, ପୋଷାକ, ଆଦି ଅନେକ ନୂଆ ଜିନିଷକୁ ନେଇ ଏହି ଇମୋଜି ହୋଇଛି। ଏଗୁଡ଼ିକ ବ୍ୟତୀତ ଦିବ୍ୟାଙ୍ଗ, ପଶିକ୍ଷଣପ୍ରାପ୍ତ କୁକୁର, ଖାଦ୍ୟ, ପୋଷାକ, ମାଙ୍କଡ଼, ରସୁଣ, ବଗ, ଜ୍ୟାକେଟ୍‌ ଆଦି ସ୍ଥାନ ପାଇଛି।

ନୂଆ କରି ବାହାରିଥିବା ଏହି ୫୯ ଇମୋଜି ଆଇଫୋନ୍‌, ଆଇପ୍ୟାଡ୍‌, ମ୍ୟାକ୍‌ସ ଏବଂ ଆପେଲ୍‌ ଓ୍ଵାଚ୍‌ରେ ଉପଲବ୍ଧ ହେବ। ଭାରତ ପରି ରାଷ୍ଟ୍ରରେ ମନ୍ଦିର ଓ ଶାଢ଼ି ପରି କିଛି ଇମୋଜି ବେଶ୍‌ ଆଗ୍ରହଜନକ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe