ଆଖି ତଳ କଳା ପଡୁଥିଲେ...

ଆଖି ତଳ କଳା ପଡ଼ିଗଲେ ମଣିଷର ସୁନ୍ଦରତା କମିଯାଏ। ବର୍ତ୍ତମାନ ଅଧିକ ସମୟ କମ୍ପ୍ୟୁଟର୍‌ରେ କାମ କରିବା, ଚଷମା ପିନ୍ଧିବା କିମ୍ବା ଅନ୍ୟ କାରଣ ଯୋଗୁଁ ଆଖିତଳ କଳା ପଡ଼ିବାକୁ ନେଇ ଅନେକେ ଚିନ୍ତିତ।

sfsffsf

ଆଖି ତଳ କଳା ପଡ଼ିଗଲେ ମଣିଷର ସୁନ୍ଦରତା କମିଯାଏ। ବର୍ତ୍ତମାନ ଅଧିକ ସମୟ କମ୍ପ୍ୟୁଟର୍‌ରେ କାମ କରିବା, ଚଷମା ପିନ୍ଧିବା କିମ୍ବା ଅନ୍ୟ କାରଣ ଯୋଗୁଁ ଆଖିତଳ କଳା ପଡ଼ିବାକୁ ନେଇ ଅନେକେ ଚିନ୍ତିତ। ଏହାକୁ ଦୂର କରିବା ପାଇଁ ସେମାନେ ବିଭିନ୍ନ କ୍ରିମ୍‌, ମେଡିସିନ୍‌ସ ଆଦି ବ୍ୟବହାର କରୁଛନ୍ତି। ହେଲେ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ବି ଆଖି ତଳ କଳାଦାଗ ଦୂର କରିପାରିବେ…

 ଆଖି ତଳ କଳା ନ ପଡ଼ିବା ପାଇଁ ପ୍ରତିଦିନ ଅତିକମ୍‌ରେ ୭-୮ ଘଣ୍ଟା ଶୁଅନ୍ତୁ। ଆଖିକୁ ବିଶ୍ରାମ ଦେବା ଲାଗି ଅନାବଶ୍ୟକ ସମୟରେ ମୋବାଇଲ୍‌, କମ୍ପ୍ୟୁଟର୍‌ ଦେଖିବାଠୁ ଦୂରେଇ ରହନ୍ତୁ। ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ସବୁଠୁ ବଡ଼କଥା ହେଲା ନିଶା ସେବନଠୁ ଦୂରେଇ ରହନ୍ତୁ।
 ଅଧାଚାମଚ ବାଦାମତେଲ ସହ ୨ ବୁନ୍ଦା ମହୁ ମିଶାନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ଆଙ୍ଗୁଳି ଦ୍ୱାରା ଆଖିର ଚାରିପଟେ ମାଲିସ କରନ୍ତୁ। ୧୦-୧୫ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ପ୍ରତିଦିନ ଏପରି କଲେ ଆଖିତଳେ କଳାଦାଗ ଆଦୌ ରହିବ ନାହିଁ।
 କୁକମ୍ବର ଥେରାପି ଆଖି ତଳ କଳାଦାଗ ଦୂରକରିବା ପାଇଁ ବେଶ୍‌ ଉପଯୋଗୀ। ଏଥିପାଇଁ କାକୁଡ଼ିକୁ ଗୋଲ୍‌ ଗୋଲ୍‌ କରି କାଟି ଆଖି ଉପରେ ରଖନ୍ତୁ। କାକୁଡ଼ି ଆଖିକୁ ଥଣ୍ଡା ରଖିବା ସହ କଳାଦାଗ ମଧ୍ୟ ଦୂର କରିବ।
 ବ୍ୟବହାର କରିସାରିଥିବା ଗ୍ରିନ୍‌ଟି-ବ୍ୟାଗ୍‌କୁ ଆଖି ତଳେ ରଖନ୍ତୁୁ। ଏଥିରେ ଥିବା ତତ୍ତ୍ୱ ଟ୍ୟାନିଂ, ଆଖି ଫୁଲିବା ଓ ଆଖି ତଳର କଳାଦାଗ ଦୂରକରିବାରେ ସାହାଯ୍ୟ କରିଥାଏ।
 ୫୦ ଗ୍ରାମ୍‌ ତୁଳସୀପତ୍ର, ନିମ୍ବପତ୍ର ଓ ପୋଦିନାପତ୍ରରେ ସାମାନ୍ୟ ଗୋଲାପଜଳ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣରେ ସାମାନ୍ୟ ହଳଦୀଗୁଣ୍ଡ ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରି ଆଖି ତଳେ ଲଗାନ୍ତୁ। କିଛି ସମୟ ପରେ ଧୋଇଦିଅନ୍ତୁ। କିଛିଦିନ ଏପରି କଲେ ଦେଖିବେ କଳାଦାଗ ଦୂର ହୋଇଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe