ଏହି ମନ୍ଦିରରେ ପୂଜା ପାଆନ୍ତି ମାତୁଳ ଶକୁନି ! ଭୋଗ ଲାଗେ ନଡ଼ିଆ ଓ ତାଡ଼ି

Advertisment
ଏହି ମନ୍ଦିରରେ ପୂଜା ପାଆନ୍ତି ମାତୁଳ ଶକୁନି ! ଭୋଗ ଲାଗେ ନଡ଼ିଆ ଓ ତାଡ଼ି

Storypick

ତିରୁବନନ୍ତପୁରମ୍‌: କେରଳର ବିଭିନ୍ନ ସ୍ଥାନରେ ‘ମହାଭାରତ’ର ସମସ୍ତ ପ୍ରମୁଖ ଖଳନାୟକଙ୍କ ନାମରେ ଗୋଟିଏ ଗୋଟିଏ ମନ୍ଦିର ଅଛି, ଯେଉଁଠି ସେମାନେ ପୂଜା ପାଉଛନ୍ତି। କୋଲ୍ଲମ ଜିଲ୍ଲା ଅନ୍ତର୍ଗତ ପବିତ୍ରେଶ୍ୱରମରେ ଅଛି ଶକୁନି ମନ୍ଦିର। ଏହାର ନାମ ମାୟମକୋଟ୍ଟୂ ମଲଂଚାରୁଓ୍ଵୁ ମଲନାଡ଼। ଏହି ମନ୍ଦିରରେ ଶକୁନିଙ୍କ ନିକଟରେ ନଡ଼ିଆ, ରେଶମ ଓ ତାଡ଼ି ଭୋଗ ଲଗାଯାଏ। ଏହି ଅଦ୍ଭୁତ ପରଂପରା କେଉଁ କାଳୁ ଗଡ଼ିଆସିଲାଣି। କିଂବଦନ୍ତି ଅନୁଯାୟୀ ନିଜର ସମସ୍ତ ମନ୍ଦ କର୍ମକୁ ନେଇ ଶକୁନି ଅନୁତପ୍ତ ଥିଲେ। ମୋକ୍ଷ ପାଇବା ପାଇଁ ସେ ଏଠାରେ ଶିବଙ୍କୁ ତପସ୍ୟା କରିଥିଲେ ଏବଂ ଶେଷରେ ତାଙ୍କୁ ମୁକ୍ତି ମିଳିଥିଲା। ଶକୁନି ତପସ୍ୟା କରିଥିବାରୁ ସ୍ଥାନର ନାମ ‘ପବିତ୍ରେଶ୍ୱରମ’ ରଖାଯାଇଛି ବୋଲି ଜଣାପଡ଼ୁଛି ।

publive-image Hindu Blog

ଶକୁନି ନିଜର ସାଧନା ପାଇଁ ଏକ ଶିଳାର ଉପଯୋଗ କରୁଥିଲେ। ସେହି ଶିଳାଟିକୁ ଶକୁନିଙ୍କ ସ୍ୱରୂପ ଭାବେ ପୂଜାକରାଯାଉଛି। ମନ୍ଦିରରେ ଶକୁନିଙ୍କ ସହ ମାତା ଭୁବନେଶ୍ୱରୀ, ନାଗରାଜ ଓ ଭଗବାନ କିରାତମୂର୍ତ୍ତି ମଧ୍ୟ ପୂଜିତ। ପ୍ରତି ବର୍ଷ ମନ୍ଦିର ନିକଟରେ ‘ମଲକ୍କୁଡ଼ା ମହୋଲସଓ୍ଵମ’ ନାମକ ଉତ୍ସବ ପାଳନ କରାଯାଏ। କୁରାଓ୍ଵର ସଂପ୍ରଦାୟ ଦ୍ୱାରା ଶକୁନି ମନ୍ଦିର ପରିଚାଳିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe