୩୦ ବର୍ଷ ତଳେ ହୋଇଥାନ୍ତେ ଜନ୍ମ ! ୩ ଦଶନ୍ଧି ପରେ ଦୁନିଆ ଦେଖିଲେ ଏହି ଯାଆଁଳା ଶିଶୁ

Advertisment
୩୦ ବର୍ଷ ତଳେ ହୋଇଥାନ୍ତେ ଜନ୍ମ ! ୩ ଦଶନ୍ଧି ପରେ ଦୁନିଆ ଦେଖିଲେ ଏହି ଯାଆଁଳା ଶିଶୁ

ନୂଆଦିଲୀ: ମଣିଷ ଜନ୍ମ ହେବା ପ୍ରକ୍ରିୟା ଖୁବ୍ ସରଳ। ମାତ୍ର ବେଳେ କିଛି କ୍ଷେତ୍ରରେ ଏହା ଜଟିଳ ବି ହୋଇଥାଏ। ଆପଣ ଜାଣନ୍ତି ଯେ ଭ୍ରୁଣଟି ସଞ୍ଚାର ହୋଇ ମାଆ ପେଟରେ ୯ ମାସ ରହିବା ପରେ ପିଲା ଜନ୍ମ ହୋଇଥାଏ। ମାତ୍ର ଆମେ ଆଜି ଏପରି ୨ଟି ଭ୍ରୂଣ ବିଷୟରେ କହିବୁ, ଯାହାକି ସଞ୍ଚାର ହେବାର ୩୦ ବର୍ଷ ପରେ ଶିଶୁ ରୂପରେ ଜନ୍ମଲାଭ କରିଛନ୍ତି।

ବିଜ୍ଞାନ ଆଗକୁ ବଢୁଥିବା ବେଳେ ଅନେକ କିଛି ପରିବର୍ତ୍ତନ ଘଟୁଛି। ଏହି ବିଜ୍ଞାନ ହିଁ ୩୦ ବର୍ଷ ତଳେ ସଞ୍ଚାର ହୋଇଥିବା ଭ୍ରୂଣରୁ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛି। ଏ କଥାକୁ ଆଉ ଅଧିକ ଜଟିଳ ନକରି ଆପଣଙ୍କୁ ସିଧାସଳଖ ଦୁନିଆର ସବୁଠାରୁ ନିଆରା ଯାଆଁଳାଙ୍କ ବିଷୟରେ କହୁଛୁ।

publive-image

ଚଳିତବର୍ଷ ଅକ୍ଟୋବର ୨୨ ତାରିଖରେ ଜନ୍ମ ନେଇଥିଲେ ଯାଆଁଳା ଶିଶୁ ଲିଡିଆ ଏବଂ ତିମୋଥି। ମାତ୍ର ଏମାନେ ସାଧାରଣ ଯାଆଁଳା ଶିଶୁଙ୍କ ପରି ନୁହଁନ୍ତି। ଯେଉଁ ଭ୍ରୂଣରୁ ଏମାନଙ୍କ ଜନ୍ମ ତାହା ଗତ ୩୦ ବର୍ଷରୁ ଅଧିକ ସମୟ ହେବ ହିମିକୃତ ହୋଇ ରହିଥିଲା। ଅର୍ଥାତ ଗତ ୩୦ ବର୍ଷରୁ ଏହି ଶିଶୁ ଭ୍ରୂଣ ଆକାରରେ ରହିଥିଲେ।

ମାତ୍ର ଏହା କିପରି ସମ୍ଭବ ? ସୂଚନା ମୁତା‌ବକ, ୧୯୯୨ ମସିହା ଏପ୍ରିଲ୍‌ ୨୨ ତାରିଖ‌ରେ ଏକ ଦମ୍ପତି ଆଇଭିଏଫ୍‌ ପ୍ରକ୍ରିୟା ଜରିଆରେ ଏହି ୨ ଭ୍ରୂଣ ସଞ୍ଚାର କରାଇଥିଲେ। ସେବେଠାରୁ ସେହି ଭ୍ରୂଣକୁ ଲିକ୍ୟୁଡ୍ ନାଇଟ୍ରୋଜେନ୍‌ରେ ବିଯୁକ୍ତ୧୯୬ ଡିଗ୍ରି ସେଲ୍‌ସିୟସ୍‌ ତାପମାତ୍ରାରେ ସୁରକ୍ଷିତ ଭାବେ ରଖିଥିଲେ। ଏବେ ସେହି ୨ ଭ୍ରୂଣକୁ ପୋଲାଣ୍ଡ୍‌ ଦମ୍ପତି ରାହେଲ ଏବଂ ଫିଲିପକୁ ଦିଆଯିବା ପରେ ୨ ଶିଶୁ ଜନ୍ମଲାଭ କରିଛନ୍ତି। ଏହି ଦମ୍ପତିଙ୍କର ପୂର୍ବରୁ ୪ ଜଣ ପିଲା ଅଛନ୍ତି। ‌ସେ ସମସ୍ତ ପିଲାଙ୍କ ବୟସ ୧୦ ବର୍ଷରୁ କମ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe