ନୂଆଦିଲ୍ଲୀ: ଅନେକଲୋକଙ୍କୁ ସଫଳତା ଖୁବ୍ କମ୍ ବୟସରୁ ମିଳି ଯାଇଥାଏ। ଏଭଳି ସଫଳତା ହାସଲ କରିଥିବା ତାଲିକାରେ ୨୪ବର୍ଷୀୟ ରିତେଶ ଅଗ୍ରଓ୍ଵାଲଙ୍କ ନାମ ବି ରହିଛି। ଭାରତୀୟ ଷ୍ଟାର୍ଟଅପ୍ ଓୟୋ ହୋଟେଲସ୍ର ଶୁଭାରମ୍ଭ କରିଥିଲେ ୨୪ବର୍ଷୀୟ ରିତେଶ ଅଗ୍ରଓ୍ଵାଲ । ସମ୍ପ୍ରତି ସେ ବିଦେଶରେ ନିଜର ବ୍ୟବସାୟ ବିସ୍ତାର କରିବେ ବୋଲି ଯୋଜନା ରଖିଛନ୍ତି। ଏଥିପାଇଁ ସେ ଏକ ଅରବ ଡଲାର ଅର୍ଥାତ୍ ୭,୨୮୦କୋଟି ଟଙ୍କାର ଜମା କରିଛନ୍ତି।
ଅୟୋର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିତେଶ ଅଗ୍ରଓ୍ଵାଲ କହିଛନ୍ତି, ଗତ ୧୨ ମାସ ମଧ୍ୟରେ ସେ ପାଞ୍ଚଟି ଦେଶ ଭାରତ, ଚୀନ, ମାଲେସିଆ, ନେପାଳ ଓ ଶେଷରେ ବ୍ରିଟେନ୍ ବୁଲି ବ୍ୟବସାୟ କରିଛନ୍ତି। ଏବେ ସେ ବ୍ରିଟେନ୍ ଓ ଚୀନରେ ନିଜର ବ୍ୟବସାୟ ବିସ୍ତାର କରିବେ ବୋଲି ସ୍ଥିର କରିଛନ୍ତି। ମାତ୍ର ୨୪ବର୍ଷ ବୟସରେ ସଫଳତାର ଅନେକ ସ୍ୱାଦ ଚାଖିବା ପରେ ରିତେଶ ଏବେ ଜମା କରିଥିବା ରାଶି ଜରିଆରେ ଏହି ଦେଶମାନଙ୍କରେ ନିଜ ବ୍ୟବସାୟକୁ ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି।
Follow Us