ଶଶୁରଘରକୁ ଡଙ୍ଗାରେ ବସି ଯାଉଥିବା ବେଳେ ନବବଧୂଙ୍କ ଭିଡିଓ ଭାଇରାଲ୍‌

Advertisment
ଶଶୁରଘରକୁ ଡଙ୍ଗାରେ ବସି ଯାଉଥିବା ବେଳେ ନବବଧୂଙ୍କ ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ୍‌: ନିଜ ବିବାହ ମଣ୍ଡପରେ କନ୍ୟାମାନଙ୍କୁ ଆପଣ ବିଭିନ୍ନ ଢଙ୍ଗରେ ପହଞ୍ଚୁଥିବାର ଦେଖିଥିବେ। ଖାଲି ବିବାହ ମଣ୍ଡପ କାହିଁକି, ଝିଅ ବିଦା ହୋଇ ଶଶୁରଘରକୁ ଯିବା ବେଳେ ବି ଆଜିକାଲି ବହୁ ନିଆରା ତରିକା ସବୁ ଆପଣଉଛ୍ତି। ବିବାହକୁ ନେଇ ସଭିଙ୍କ ମନରେ ରହିଥାଏ ଅନେକ ଉତ୍ସୁକତା। ଏହି ଉତ୍ସୁକତା ହେତୁ ସଭିଏଁ କିଛି ନା କିଛି ନିଆରା କରିବାକୁ ଚିନ୍ତା କରିଥାନ୍ତି। ପୂର୍ବରୁ ଆପଣ କନ୍ୟାମାନଙ୍କୁ ଘୋଡ଼ାରୁ ନେଇ ଟ୍ରାକ୍ଟର ଚଢ଼ି ନିଜ ବିବାହ ମଣ୍ଡପ ବା ଶଶୁରଘରେ ପହଞ୍ଚିଥିବାର ଦେଖିଥିବେ।

ମାତ୍ର ଆନ୍ଧ୍ରପ୍ରଦେଶରେ  ପ୍ରବଳ ବର୍ଷା ହେତୁ ହୋଇଥିବା ବନ୍ୟାରେ ଏପରି ପରିସ୍ଥିତି ଉପୁଜିଛି ଯେ ଜଣେ କନ୍ୟା ନିଜ ଶଶୁରଘରେ ପହଞ୍ଚିବା ପାଇଁ ଗାଡ଼ି ବଦଳରେ ଡଙ୍ଗାର ସହାୟତା ନେଇଛନ୍ତି। ଅବଶ୍ୟ ଦୃଶ୍ୟଟି ବେଶ୍‌ ନିଆରା। ହେଲେ କନ୍ୟା ଜଣକ ନିଜ ବିବାହକୁ ନିଆରା କରିବାକୁ ଏପରି ଘଟଣା ଘଟାଇନାହାନ୍ତି, ପରିସ୍ଥିତି ତାଙ୍କୁ ସେପରି କରିବାକୁ ବାଧ୍ୟ କରିଛି।

ଏବେ ଚର୍ଚ୍ଚାରେ ଥିବା ଏହି କନ୍ୟା ଜଣକ ହେଉଛନ୍ତି ପ୍ରଶାନ୍ତି। ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇ ଚାରିଆଡ଼େ ଜଳମଗ୍ନ ହୋଇଥିବାରୁ ପ୍ରଶାନ୍ତି ଡଙ୍ଗାର ସହାୟତାରେ ରାସ୍ତା ପାର୍‌ ହୋଇ ନିଜ ଶଶୁରଘର ପର୍ଯ୍ୟନ୍ତ ଯାଇଛନ୍ତି। ସେହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ପାରମ୍ପରିକ ବେଶଭୂସା ହୋଇ କନ୍ୟା ଜଣକ ଡଙ୍ଗାର ବସି ଯାଉଥିବାର ଦୃଶ୍ୟ ଅନେକଙ୍କ ମନକୁ କିଣି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe