ମାନବ ଚାଲାଣ ରୋକିବା ବାର୍ତ୍ତା ଦେବାକୁ ୧୦୦ କିଲୋମିଟର ସାଇକେଲ୍‌ରେ ଯାତ୍ରା କଲେ ଛତିଶଗଡ଼ ଆଇଏଏସ୍‌ ଅଫିସର୍‌

Advertisment
ମାନବ ଚାଲାଣ ରୋକିବା ବାର୍ତ୍ତା ଦେବାକୁ ୧୦୦ କିଲୋମିଟର ସାଇକେଲ୍‌ରେ ଯାତ୍ରା କଲେ ଛତିଶଗଡ଼ ଆଇଏଏସ୍‌ ଅଫିସର୍‌

(Photo | EPS)

ରାୟପୁର: ମାନବ ଚାଲାଣ ରୋକିବା ଲାଗି  ଛତିଶଗଡ଼ରେ ଅବସ୍ଥାପିତ  ୨୦୧୧ ମସିହା ବ୍ୟାଚର  ଆଇଏଏସ୍‌ ଅଫିସର୍‌ ନିଲେଶ କୁମାର କ୍ଷୀରସାଗର ୧୦୦ କିଲୋମିଟର ସାଇକେଲ୍‌ ଯାତ୍ରା କରି ଉଦାହାରଣ ପାଲଟିଛନ୍ତି। ସେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏପରି ସାଇକେଲ୍‌ ଯାତ୍ରାକୁ ଆପଣେଇବାକୁ ଉଚିତ ମଣିଥିଲେ। ଏହି ୧୦୦ କିଲୋମିଟର ବାଟ ଯିବା ପାଇଁ ତାଙ୍କୁ ସମୁଦାୟ ୬ ଘଣ୍ଟା ସମୟ ଲାଗିଥିଲା।

ଛତିଶଗଡ଼ର ଜଶପୁର ଜିଲ୍ଲାରୁ ବହୁ ସଂଖ୍ୟାରେ ମାନବ ଚାଲାଣ ହେଉଛି ବୋଲି କୁଖ୍ୟାତି ରହିଛି। ଏହି ଧାରଣା ଲୋକଙ୍କ ମନରୁ ଦୂରେଇବା ପାଇଁ ଆଇଏଏସ୍‌ ନିଲେଶ ଏପରି ପନ୍ଥା ଆପଣେଇଛନ୍ତି। କେବଳ ମାନବ ଚାଲାଣକୁ ରୋକିବାକୁ ନୁହେଁ, ବରଂ ସଂପୃକ୍ତ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣକୁ ଆଣିବାକୁ ମଧ୍ୟ ଚିନ୍ତା କରୁଛନ୍ତି ନିଲେଶ।

ଛତିଶଗଡ଼ର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ନିଲେଶ ଗାଁଗଣ୍ଡା ଭିତରେ ପଶି ଯାଇଛନ୍ତି। ସେ କହିଛନ୍ତି ଯେ ମାନବ ଚାଲାଣ ହେଉଥିବା ହେତୁ ଜଶପୁର ଅଞ୍ଚଳରେ ନିଯୁକ୍ତି ସୁବିଧା ବିଶେଷ ନାହିଁ। ଯଦି ଏହାକୁ ପର୍ଯ୍ୟଟନସ୍ଥଳୀ ବନାଯାଇପାରେ ତେବେ ନିଯୁକ୍ତି ସୁବିଧା ବି ଆପେ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe