ମାତ୍ର ୨ ଟଙ୍କା ଫିସ୍‌ ନେଇ ଏହି ଡାକ୍ତର ଜଣକ ରୋଗୀମାନଙ୍କୁ ଦୀର୍ଘ ୨୪ ବର୍ଷ ହେଲା ଯୋଗାଇ ଦେଉଛନ୍ତି ୨୪ ଘଣ୍ଟିଆ ସେବା

Advertisment
ମାତ୍ର ୨ ଟଙ୍କା ଫିସ୍‌ ନେଇ ଏହି ଡାକ୍ତର ଜଣକ ରୋଗୀମାନଙ୍କୁ ଦୀର୍ଘ ୨୪ ବର୍ଷ ହେଲା ଯୋଗାଇ ଦେଉଛନ୍ତି ୨୪ ଘଣ୍ଟିଆ ସେବା

ଏପରି ଜଣେ ଡାକ୍ତର ଯିଏକି ବିଳାସପୂର୍ଣ୍ଣ ଜୀବନଯାପନକୁ ଛାଡି ଗରିବ ରୋଗୀମାନଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଡାକ୍ତର ଜଣକ ନିଜ ଫିସରେ ମାତ୍ର ୨ ଟଙ୍କା ହିଁ ନିଅନ୍ତି ରୋଗୀମାନଙ୍କ ଚିକିତ୍ସା ନିମନ୍ତେ। ଏହି ଡାକ୍ତର ଜଣକ ସହରର ଚାକଚକ୍ୟ ଛାଡି ଆଦିବାସୀଙ୍କ ଗହଣରେ ରହି ଦୀର୍ଘ ୨୪ ବର୍ଷ ହେଲା ଯୋଗାଇ ଦେଉଛନ୍ତି ୨୪ ଘଣ୍ଟିଆ ସେବା। ସେ ହେଉଛନ୍ତି ଡା. ରବିନ୍ଦ୍ର କୋହ୍ଲେ। ଆଉ ତାଙ୍କର ଏହି ମହତ କାର୍ଯ୍ୟରେ ତାଙ୍କ ସାଥ ଦେଇଛନ୍ତି ପତ୍ନୀ ସମିତା କୋହ୍ଲେ।

publive-image photo by : YouTube

ଏହି ଡାକ୍ତର ଜଣକ ରୋଗୀମାନଙ୍କଠାରୁ ନିଜ ଫିସରେ ମାତ୍ର ୨ ଟଙ୍କା ହିଁ ନିଅନ୍ତି ଏବଂ ଦ୍ୱିତୀୟ ଥର ଗଲେ ଟଙ୍କାଟିଏ ନିଅନ୍ତି। ରବିନ୍ଦ୍ର ମହାରାଷ୍ଟ୍ରର ଏକ ଆଦିବାସୀ ତଥା ଦୁଗର୍ମ ଅଂଚଳରେ ଗତ ୨୪ ବର୍ଷ ହେଲା କାମ କରିଆସୁଛନ୍ତି। ସେ ଚାହିଁଥିଲେ ଟାଉନରେ ନିଜର ଏକ ବିଳାସପୂର୍ଣ୍ଣ ବଙ୍ଗଳା କରି ସେଥିରେ ରହିପାରିଥାନ୍ତେ ଆଉ ରୋଗୀଙ୍କଠାରୁ ମୋଟା ଅଙ୍କର ଫିସ୍‌ ମଧ୍ୟ ନେଇପାରିଥାନ୍ତେ ହେଲେ ରବିନ୍ଦ୍ର କିନ୍ତୁ ସେଭଳି ନୁହଁନ୍ତି କାରଣ, ସେ ନିଜର ଏହି ପେଶାକୁ ଗରିବଙ୍କ ପାଇଁ ଉତ୍ସର୍ଗ କରିଦେଇଛନ୍ତି।

publive-image

ରବିନ୍ଦ୍ର କୋହ୍ଲେ ଯେତେବେଳେ ଏମବିବିିଏସର ପାଠପଢା ସାରି ମେଲଘାଟର ଅତି ପଛୁଆ ବର୍ଗ ଅଂଚଳରେ ଚାକିରି କରିଥିଲେ ସେତେବେଳେ ତାଙ୍କୁ ଅନୁଭବ ହୋଇଥିଲା କି ଏହି ଆଦିବାସୀମାନଙ୍କର ଆବଶ୍ୟକତା ବହୁତ ଭିନ୍ନ। ଯେଉଁଥିପାଇଁ ସେ ସେଠାରୁ ଫେରି ଆସିଥିଲେ ଏବଂ ଏମଡିର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ମେଲଘାଟ ଆସି ଏହି ଆଦିବାସୀଙ୍କ ଗ୍ରହଣରେ ରହି ସେମାଙ୍କର ଚିକିତ୍ସା କରିଥିଲେ। ରବିନ୍ଦ୍ରଙ୍କ ନିକଟକୁ ଯଦି କୌଣସି ରୋଗୀ ପ୍ରଥମ ଥର ପାଇଁ ଚିକିତ୍ସିତ ପାଇଁ ଆସନ୍ତି ତେବେ ରବିନ୍ଦ୍ର ତାଙ୍କଠାରୁ ମାତ୍ର ୨ ଟଙ୍କା ଫିସ ନିଅନ୍ତି ଆଉ ଦ୍ୱିତୀୟ ଥର ପାଇଁ ଆସିଲେ ୧ ଟଙ୍କା ନିଅନ୍ତି। ଖାଲି ଏତିକି ନୁହେଁ ରବିନ୍ଦ୍ର ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏକ କ୍ଲିନିକ ମଧ୍ୟ ସେଠାରେ ଖୋଲିଛନ୍ତି। ଯେଉଁଠାରେ ସେ ନିଜେ ରହି ରୋଗୀଙ୍କୁ ୨୪ ଘଣ୍ଟିଆ ସେବା ଉପଲବ୍ଧ କରାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe