ନୂଆଦିଲ୍ଲୀ: ଇଣ୍ଟର୍ନେଟ୍ରେ ବେଳେ ବେଳେ ବହୁ ମଜାଦାର ଭିଡିଓ ସବୁ ଦେଖିବାକୁ ମିଳିଥାଏ ତ ପୁଣି ବେଳେ ବେଳେ ମନକୁ ଛୁଇଁଗଲା ପରି କିଛି ଭିଡିଓ ବି ଦେଖିବାକୁ ମିଳିଥାଏ। ନିକଟରେ ଯେଉଁ ଭିଡିଓଟି ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି ସେଥିରେ ଏକ କୁକୁରର ତା’ ବନ୍ଧୁ ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳିଛି।
ଆପଣ ଜାଣନ୍ତି ଯେ କୁକୁରମାନେ ହେଉଛନ୍ତି ମଣିଷମାନଙ୍କର ସବୁଠାରୁ ଭଲ ବନ୍ଧୁ। ଅନ୍ୟ କୌଣସି ବି ଜୀବ ତୁଳନାରେ କୁକୁର ମଣିଷ ପ୍ରତି ବେଶି ବିଶ୍ବସ୍ତ ରହିପାରେ। ଭାଇରାଲ୍ ହୋଇଥିବା କ୍ଲିପ୍ରେ ଦେଖିବାକୁ ମିଳିଛି ଯେ ଏକ କୁକୁରଟି ରାସ୍ତାର ତା’ର ୯୦ ବର୍ଷୀୟ ବନ୍ଧୁଙ୍କୁ ଅପେକ୍ଷା କରି ରହିଛି। ୯୦ ବର୍ଷୀୟ ବୃଦ୍ଧ ଜଣକ ଆସି କୁକୁର ନିକଟରେ ପହଞ୍ଚିବା ପରେ ସେ ଦୁହେଁ କୋଳାକୋଳି ହେଉଥିବା ଦେଖିବାକୁ ମିଳଛି।
ଏହି ଭିଡିଓଟି ଟ୍ବିଟର୍ରେ ସେୟାର ହେବା ପରେ ୨ ମିଲିୟନ୍ରୁ ଅଧିକ ଭିୟୁ ହୋଇ ସାରିଲାଣି। ଭିଡିଓରେ ଦିଶୁଥିବା ଏହି ୧୧ ବର୍ଷୀୟ କୁକୁରଟିର ନାଁ ମୈସୀ। କୁକୁରଟି ବୟସ୍କ ବ୍ୟକ୍ତି ଜଣଙ୍କୁ ଅପେକ୍ଷା କରି ବସି ରହିଥିବା ଦେଖିବାକୁ ମିଳିଛି।
ଜାଣିବାକୁ ମିଳିଛି ପ୍ରତିଦିନ ୧୧ଟା ସମୟରେ ମୈସୀ ୯୦ ବର୍ଷୀୟ ବୃଦ୍ଧଙ୍କୁ ଅପେକ୍ଷା କରିିଥାଏ। ଏହି ଭିଡିଓଟି ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହାକୁ ବହୁ ସଂଖ୍ୟାରେ ପସନ୍ଦ କରିବା ସହ କମେଣ୍ଟ୍ ବି ଦେଇଛନ୍ତି।
Follow Us