ହରିୟାଣାରେ ରହିଛି ଏକ ଏପରି ସ୍କୁଲ ଯେଉଁଠି ଗୋଟେ ଛାତ୍ରୀଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ! ଜାଣନ୍ତୁ କେତେ ଦରମା ପାଉଛନ୍ତି ସେହି ସ୍କୁଲର ଶିକ୍ଷକ ଏବଂ କ’ଣ ପାଇଁ ସ୍କୁଲଟିକୁ ଖୋଲା ରଖାଯାଇଛି...

Advertisment
ହରିୟାଣାରେ ରହିଛି ଏକ ଏପରି ସ୍କୁଲ ଯେଉଁଠି ଗୋଟେ ଛାତ୍ରୀଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ! ଜାଣନ୍ତୁ କେତେ ଦରମା ପାଉଛନ୍ତି ସେହି ସ୍କୁଲର ଶିକ୍ଷକ ଏବଂ କ’ଣ ପାଇଁ ସ୍କୁଲଟିକୁ ଖୋଲା ରଖାଯାଇଛି...

indiatimes.com

ଚଣ୍ଡିଗଡ଼ : ହରିୟାଣାରେ ରେଓ୍ଵାରି ସହରରେ ଥିବା ଲୁଖି ଗ୍ରାମରେ ରହିଛି ଏକ ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟ । ଯେଉଁଠି ସବୁ ସ୍କୁଲ ଭଳି ସ୍କୁଲ ଘର ରହିଛି । ସ୍କୁଲରେ ମିିଳୁଥିବା ସବୁ ସୁବିଧା ମଧ୍ୟ ଏହି ସ୍କୁଲରେ ରହିଛି । କିନ୍ତୁ ଏହି ସ୍କୁଲରେ ଗୋଟେରୁ ଅଧିକ ଛାତ୍ରୀ ନଥିବା ବେଳେ ଗୋଟେରୁ ଅଧିକ ଶିକ୍ଷକ ମଧ୍ୟ ନାହାନ୍ତି । ଆଜ୍ଞା ହଁ! ଏହି ସ୍କୁଲରେ ଜଣେ ଛାତ୍ରୀ ଥିବା ବେଳେ ଜଣେ ଛାତ୍ରୀଙ୍କୁ ପଢ଼ାଇବା ପାଇଁ ଜଣେ ଶିକ୍ଷକ ରହିଛନ୍ତି । ଶିକ୍ଷକଙ୍କ ନାମ ଦୟା କିଶନ ବୋଲି ଜଣା ପଡ଼ିଛି । ଦୟା କିଶନଙ୍କୁ ଜଣେ ଛାତ୍ରୀଙ୍କୁ ପଢ଼ାଇବା ପାଇଁ ମାସକୁ ମିଳୁଛି ୭୦ହଜାର ଟଙ୍କା । ମୁଁ ସାମାଜିକ ବିଜ୍ଞାନ ପଢ଼ାଇବା ପାଇଁ ଆସିଥିଲେ ମଧ୍ୟ ସ୍କୁଲରେ ଅନ୍ୟ କୌଣସି ଶିକ୍ଷକ ନଥିବାରୁ ମୋତେ ସବୁ ବିଷୟ ପଢ଼ାଇବାକୁ ପଡ଼ୁଛି । ଗଣିତ ଏତେ ଭଲ ଭାବରେ ମୁଁ ଜାଣି ନଥିଲେ ମଧ୍ୟ ଯେତିକି ପାରୁଛି ପଢ଼ାଇବାକୁ ଚେଷ୍ଟା କରୁଛି । ସ୍କୁଲରେ ୩ଟି ଘର ଥିଲେ ମଧ୍ୟ ମୁଁ ଏବଂ ମୋ ଛାତ୍ରୀ ସ୍କୁଲ ବାରଣ୍ଡାରେ ବସି ପଢ଼ିଥାଉ । ୨୦୧୬ରେ ଏହି ସ୍କୁଲରେ ୨୨ଜଣ ଛାତ୍ରୀ ପଢ଼ୁଥିବା ବେଳେ ୨୦୧୪-୧୫ରେ ୧୨ଜଣ ପଢ଼ୁଥିଲେ । ୨୦୧୬-୧୭ରେ କିଛି ପିଲାଙ୍କ ସଂକ୍ୟା ବଢ଼ିଥିବା ବେଳେ ଏବେ ମାତ୍ର ଜଣେ ଛାତ୍ରୀ ଅଛନ୍ତି ବୋଲି ଦୟା ଦିନେଶ କହିଛନ୍ତି । ପାଠ ପଢ଼ା ସହ ଦୟା ସ୍କୁଲକୁ ସଫା ମଧ୍ୟ କରିଥାନ୍ତି । ପ୍ରତି ବର୍ଷ ଶିକ୍ଷା ବିଭାଗ ସ୍କୁଲ ଉପରେ ୮.୫ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାରୁ ପାଠ ପଢ଼ାଇବା ସହ ଦୟା ସ୍କୁଲର ଅନ୍ୟ କାମ ମଧ୍ୟ କରିଥାନ୍ତି ।

publive-image indiatimes.com

ତେବେ ଗୋଟେ ଛାତ୍ରୀ ଥାଇ କ’ଣ ପାଇଁ ସ୍କୁଲଟିକୁ ଖୋଲା ରଖା ଯାଇଛି ବୋଲି ପ୍ରଶ୍ନ କରାଯିବା ପରେ ଛାତ୍ରୀ କୁଶୁମ କୁମାରୀ ଏହି ସ୍କୁଲରେ ନାମ ଲେଖାଇଥିବା ବେଳେ ସେହି ସ୍କୁଲକୁ ଛାଡ଼ି ଆଉ କେଉଁ ଆଡ଼େ ଯିବାକୁ ଚାହୁଁ ନାହାନ୍ତି । ଏଭଳି ପରିସ୍ଥିତରେ ଆମେ କ’ଣ କରି ପାରିବୁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୁରେଶ ଗୋରିଆ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe