Image Courtesy of The Speaking Tree
ମାଟି ପିଆଲାରେ ଚା ପରିବେଷଣ କରିବା କିଛି ନୂଆ କଥା ନୁହେଁ। କିନ୍ତୁ, ଏ କଥାଟି ଭିନ୍ନ। କଲେଜ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ମାଟି ପିଆଲାରେ ଚା ପରିବେଷଣ କରୁଛନ୍ତି ହାଇଦ୍ରାବାଦର ଜଣେ ୧୮ ବର୍ଷିୟ ତରୁଣ। ଧନ୍ୟ କହିବ ସମଗ୍ର ହାଇଦ୍ରାବାଦରେ ‘ଟେଷ୍ଟ୍ ବଡ୍’ ନାଁ’ରେ ଟି’ ଷ୍ଟଲ୍ ଚେନ୍ ଖୋଲିଥିବା ହାଇଦ୍ରାବାଦର ୩୭ ବର୍ଷିୟ ମେକାନିକାଲ ଇଞ୍ଜିନିୟ ସତ୍ୟନାରାୟଣଙ୍କୁ। ପ୍ଲାଷ୍ଟିକ୍ କିଂବା କାଗଜ ପିଆଲା ପରିବର୍ତ୍ତେ ସେ ଗ୍ରାହକମାନଙ୍କୁ ଗିଲାସ ଆକୃତିର ମାଟି ପିଆଲାରେ ଚା ପରିବେଷଣ କରୁଛନ୍ତି। ସେ ଦୈନିକ ୨୦୦ରୁ ୩୦୦ କପ୍ ବିକୁଛନ୍ତି।
ସେ କହନ୍ତି: ମୁଁ ଜାଣିବାକୁ ପାଇଲି, ସମଗ୍ର ଉତ୍ତର ଭାରତରେ ଚା ବିକ୍ରେତାମାନେ ମାଟି ପିଆଲାରେ ଚା ପରିବେଷଣ କରୁଛନ୍ତି। ସେମିତି ଏଠି ଆରମ୍ଭ କରିବାକୁ ମୁଁ ଚାହିଁଲି। ଏହାଦ୍ୱାରା କୁମ୍ଭାରମାନେ ଉପକୃତ ହୋଇ ପାରିବେ।
ସେଥିପାଇଁ ସହସା କର୍ମସଂସ୍ଥାନ ଖୋଜୁଥିବା ଲୋକ ଏବଂ ଯୁବକମାନଙ୍କୁ ମୁଁ ନିଯୁକ୍ତ କଲି। ସେମାନଙ୍କ ରହିବା ଖାଇବା ଓ ପଢ଼ିବାର ବ୍ୟବସ୍ଥା କରାଇଲି। ଏବେ ସେମାନେ ମୋ ପାଇଁ କାମ କରିବାକୁ ସୁଖ ପାଉଛନ୍ତି।
ତରୁଣମାନଙ୍କ ଭିତରୁ ଜଣେ ହେଲେ ୧୮ ବର୍ଷିୟ ଜି ରାଜକୁମାର। ତାଙ୍କ ଘର ହାଇଦ୍ରାବାଦର ଉପ୍ପଲ ଅଞ୍ଚଳରେ। ବୃତ୍ତିରେ ତା’ର ବାପ ଜଣେ କୁମ୍ଭାର। ମାଟି ପାତ୍ରର ଚାହିଦା ନ ଥିବାରୁ ତାଙ୍କର ବେପାର ବୁଡ଼ିବାକୁ ବସିଥିଲା।
ରାଜକୁମାର କହନ୍ତି: ବେପାର ବୁଡ଼ି ଯାଉଥିବା ଯୋଗୁଁ ଆଗରୁ ଆମର ଆର୍ଥିକ ଅସୁବିଧା ଥିଲା। କଲେଜ ଫିଜ୍ ଭରଣା କରିବାକୁ ମୁଁ ସାମୟିକ କାମ ଖୋଜୁଥିଲି। ଧନ୍ୟ କହିବି ବଡ଼ ଭାଇ ସତ୍ୟନାରାୟଣଙ୍କୁ। ଏବେ ଆମର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହୋଇଛି।
ଏବେ ସେ ସମାୟିକ କାମ ଖୋଜୁ ନାହାନ୍ତି। କଲେଜରୁ ଆସିବା ପରେ ସେ କିଛି ଚା ପିଆଲା ଗଢ଼ି ତାଙ୍କୁ ଯୋଗାଉଛନ୍ତି। ସେଥିରୁ ମିଳୁଥିବା ଅର୍ଥରେ କଲେଜ ଫି’ ଭରଣା ହୋଇ ଯାଉଛି। ସତ୍ୟନାରାୟଣଙ୍କ ଉଦ୍ୟମ କେବଳ ଯେ ଉତ୍ସାହୀ ଯୁବକମାନଙ୍କୁ କାମ ଦେଇ ନାହିଁ, ପ୍ରାଚୀନ ପରମ୍ପରାକୁ ନୂତନ ଜୀବନ ଦେଇଛି।
Follow Us