ହନୁମାନଙ୍କ ସଂପର୍କିତ ଏହି କାହାଣୀ ଜାଣିଛନ୍ତି କି? କିପରି ‌ହେଲେ ସେ ସକଳ ଶକ୍ତିର ଆଧାର?

Advertisment
ହନୁମାନଙ୍କ ସଂପର୍କିତ ଏହି କାହାଣୀ ଜାଣିଛନ୍ତି କି? କିପରି ‌ହେଲେ ସେ ସକଳ ଶକ୍ତିର ଆଧାର?

Latestly

ଆପଣ ଜାଣିଥିବେ ନିଶ୍ଚୟ ଯେ ହନୁମାନ ହେଉଛନ୍ତି ଶିବଙ୍କର ଏକ ଅବତାର। ସେ ଅମର ଓ ରାମଙ୍କ ପରମ ଭକ୍ତ। ତାଙ୍କୁ ଶକ୍ତିର ପ୍ରତିମୂର୍ତ୍ତି ବୋଲି ମନାଯାଏ। ମାତ୍ର ଆପଣ ଜାଣନ୍ତି କି ଏ‌ତେ ଶକ୍ତି ହନୁମାନ କେଉଁଠୁ ପାଇଲେ? ହିନ୍ଦୁ ପୁରାଣ କୁହେ, ଅଶୁରଙ୍କୁ ଦମନ କରି ବିଶ୍ବରେ ଘଟୁଥିବା ଭୁଲ୍‌କୁ ଠିକ୍‌ କରିବାକୁ ହନୁମାନଙ୍କ ଜନ୍ମ। ଈଶ୍ବର ଶିବ ହନୁମାନଙ୍କ ରୂପ ନେଇ ଜନ୍ମଗ୍ରହଣ କରିଛନ୍ତି। ଆପଣ ଜାଣନ୍ତି କି ହନୁମାନଙ୍କୁ ଏତେ ସବୁ ଶକ୍ତି କିପରି ପ୍ରାପ୍ତ ହେଲା?

ଈଶ୍ବର ଶିବ ଜଣେ ମାଙ୍କଡ଼ ରୂପରେ ଧରାପୃଷ୍ଠରେ ଅବତରଣ କଲେ। ଏହି ମାଙ୍କଡ଼ ଜଣକ ହେଉଛନ୍ତି ହନୁମାନ। ବାଲ୍ମିକୀ ରାମାୟଣରେ ଲେଖା ଅଛି ଯେ ହନୁମାନ ପିଲା ଥିବା ଅବସ୍ଥାରେ ଥରେ ସୂର୍ଯ୍ୟଙ୍କୁ ଦେଖି ଏକ ପା‌ଚିଲା ଆମ୍ବ ଭାବି ତାକୁ ଧରିବାକୁ ଧାଇଁଲେ। ଏଥିରେ ରାଗି ଯାଇ ଇନ୍ଦ୍ର ରାଜା ହନୁମାନଙ୍କୁ ଆକ୍ରମଣ କଲେ। ଫଳରେ ହନୁମାନ ଅଚେତ ହୋଇପଡ଼ିଲେ। ତା’ପରେ ହନୁମାନଙ୍କ ବାପା ପବନ ଦେବତା ଇନ୍ଦ୍ରଙ୍କ ଉପରେ ରାଗି ପବନ ଚଳାଚଳ ବନ୍ଦ କରିଦେଲେ। ପବନ ଦେବତାଙ୍କୁ ଶାନ୍ତ କରିବାକୁ ବ୍ରହ୍ମା ହନୁମାନଙ୍କ ପାଦ ଆଉଁସି ତାଙ୍କ ଚେତା ଫେରାଇ ଆଣିଲେ।

ସେଠାରେ ସମସ୍ତ ଦେବତା ଆସି ଉପସ୍ଥିତ ରହି ତାଙ୍କୁ ଆଶୀର୍ବାଦ କରିଲେ। ସୂର୍ଯ୍ୟ ତାଙ୍କୁ ଜ୍ଞାନ ପ୍ରଦାନ କଲେ। ଧର୍ମରାଜ ତାଙ୍କୁ ସଦା ସୁସ୍ଥ ରହିବାର ଆଶୀର୍ବାଦ ପ୍ରଦାନ କଲେ। ଶିବ ତାଙ୍କୁ  ବର ପ୍ରଦାନ କଲେ ‌ଯେ ସେ କାହାରି ଅସ୍ତ୍ରରେ ମରିବେ ନାହିଁ। ଇନ୍ଦ୍ର ଦେବତା ଅମର ବର ପ୍ରଦାନ କଲେ। ବ୍ରହ୍ମା ତାଙ୍କୁ ସବୁଆଡକୁ ଯାଇପାରିବାର ବର ପ୍ରଦାନ କଲେ। ସେହିଦିନଠାରୁ ହନୁମାନ ଖୁବ୍ ଶକ୍ତିଶାଳୀ ହୋଇଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe