ଏହି ସୁଲତାନ୍‌ ଦୈନିକ ୩୫ କିଲୋଗ୍ରାମ ଖାଦ୍ୟ ଗ୍ରହଣ କରୁଥିଲେ!

ଏହି ସୁଲତାନ୍‌ ଦୈନିକ ୩୫ କିଲୋଗ୍ରାମ ଖାଦ୍ୟ ଗ୍ରହଣ କରୁଥିଲେ!

ମେହେମୁଦ୍‌ ବେଗାଦା(ମେହେମୁଦ୍‌ ଶାହା-୧)ଗୁଜୁରାଟରେ ସର୍ବାଧିକ ୫୩ ବର୍ଷ ଯାଏଁ ଶାସନ କରିଥିଲେ। ସେ ନିଜର ଶାରୀରିକ ଦକ୍ଷତା ପାଇଁ ଯେତିକି
ଚର୍ଚ୍ଚିତ ଥିଲେ,ଠିକ୍‌ ସେହିଭଳି ନିଜର ଭୋଜନ ପାଇଁ କମ୍‌ ଚର୍ଚ୍ଚାରେ ନ ଥିଲେ। ମେହେମୁଦ୍‌ ଶାହା-୧ ପ୍ରତିଦିନ ପ୍ରାୟ ୩୫ କିଲୋଗ୍ରାମ ଓଜନର ଖାଦ୍ୟ ଗ୍ରହଣ କରୁଥିଲେ ବୋଲି କୁହାଯାଏ। ଆସନ୍ତୁ ଜାଣିବା ତାଙ୍କର ଭୋଜନ ଗ୍ରହଣ ଶୈଳୀ ସଂପର୍କରେ.....

ପ୍ରାତଃ ଭୋଜନ:- ତାଙ୍କର ପ୍ରାତଃ ଭୋଜନରେ ରହୁଥିଲା ଏକ କପ୍‌ ମହୁ ଓ ଏକ କପ୍‌ ଲହୁଣୀ। ତା’ ସାଙ୍ଗକୁ ସେ ୧୫୦ଟି କଦଳୀ ମଧ୍ୟ ଖାଉଥିଲେ।

publive-image photo-ndtv

୪.୬ କିଲୋ ଓଜନର ଶୁଖିଲା ଅନ୍ନ:- ପ୍ରତ୍ୟହ ସେ ଯେତିକି ଖାଦ୍ୟ ଖାଉଥିଲେ,ସେଥିରେ ପ୍ରାୟ ୪ କିଲୋଗ୍ରାମ୍‌ ୬୦୦ ଗ୍ରାମ୍‌ ଓଜନର ଶୁଖିଲା ଅନ୍ନ ବି ରହୁଥିଲା।
ମଟନ୍‌ ସିଙ୍ଗଡ଼ା:- ରାତିରେ ମେହେମୁଦ୍‌ ବେଗରଦାଙ୍କୁ ଭୋକ ହେଲେ ସେ ଦୁଇ ବଡ଼ ପ୍ଲେଟ୍‌ ମଟନ୍‌ ସିଙ୍ଗଡ଼ା ବି ଖାଉଥିଲେ।

ବିଷ ଖାଦ୍ୟ ଖାଉଥିଲେ:- ରାତିରେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ଲାଗି ସୁଲତାନ୍‌ ବିଷ ମଧ୍ୟ ସେବନ କରୁଥିବାର ୟୁରୋପୀୟ ଐତିହାସିକ ବାର୍‌ବୋସା ଓ ବର୍ଥେମା ସୂଚନା ଦେଇଛନ୍ତି। ମେହେମୁଦ୍‌ ବେଗାଦୀ ଥରେ ଅଳ୍ପ ମାତ୍ରା ବିଷ ସେବନ କରିଥିଲେ। ତା’ପରେ ସେ ପ୍ରତିଦିନ ନିଜ ଭୋଜନରେ ସାମିଲ୍‌ କରିଥିବା କୁହାଯାଏ। ଏହି କାରଣରୁ ସୁଲତାନଙ୍କର କପଡ଼ା ବିଷାକ୍ତ ହୋଇଯାଏ ଏବଂ ସେହି ପିନ୍ଧା ପୋଷାକକୁ ଜଳାଇ ଦିଆଯାଇଥାଏ ବୋଲି ଐତିହାସିକମାନେ କହିଛନ୍ତି।
ମେହେମୁଦ୍‌ ବେଗାଦ୍‌ କହୁଥିଲେ ଯେ ଯଦି ଆଲ୍ଲା ନ ଥା’ନ୍ତେ କିଏ ତାଙ୍କର କ୍ଷୁଧା ନିବାରଣ କରିଥାନ୍ତେ ଓ ସନ୍ତୋଷଜନକ ଆହାର ଦେଇଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe