ଏହି ଜେଲରେ ଖାଇବା ତିଆରି କରି ସ୍ୱିଗ୍ଗୀ ଜରିଆରେ ବିକ୍ରି କରୁଛନ୍ତି କଏଦି, ୮ବର୍ଷ ହେଲାଣି ଚାଲି ଆସୁଛି କ୍ୟାଣ୍ଟିନ

Advertisment
ଏହି ଜେଲରେ ଖାଇବା ତିଆରି କରି ସ୍ୱିଗ୍ଗୀ ଜରିଆରେ ବିକ୍ରି କରୁଛନ୍ତି କଏଦି, ୮ବର୍ଷ ହେଲାଣି ଚାଲି ଆସୁଛି କ୍ୟାଣ୍ଟିନ

Deccan Chronicle

ନୂଆଦିଲ୍ଲୀ : କେରଳର ତ୍ରିଶୁରରେ ଥିବା ବିୟୁର ସେଣ୍ଟ୍ରାଲ ଜେଲରେ ୮ବର୍ଷ ହେଲାଣି ଏକ କ୍ୟାଣ୍ଟିନ ଚାଲି ଆସୁଛି । ଯେଉଁଠି ବନ୍ଦୀ ଥିବା କଏଦି ରୋଷେଇ କରୁଥିବା ବେଳେ ସ୍ୱିଗ୍ଗୀ ଜରିଆରେ ତାହାକୁ ଅନ୍‌ଲାଇନ ବିକ୍ରି କରାଯାଉଥିବା ଜଣା ପଡ଼ିଛି । କ୍ୟାଣ୍ଟିନର ନାଁ ଫ୍ରିଡମ ଫୁଡ୍‌ ଫ୍ୟାକ୍ଟ୍ରୀ ରଖା ଯାଇଥିବା ବେଳେ କ୍ୟାଣ୍ଟିନର ଖାଇବା ଖୁବ୍‌ ପ୍ରସିଦ୍ଧ । ଧିରେ ଧିରେ କ୍ୟାଣ୍ଟିନରେ ତିଆରି ହେଉଥିବା ଖାଦ୍ୟର ଲୋକପ୍ରିୟତା ବଢ଼ୁଥିବା ଦେଖି ଏହାର ସେବା ବିୟୁର ବାହାରେ ମଧ୍ୟ ଉପଲବ୍ଧ କରାଇବା ପାଇଁ ଯୋଜନା ଆରମ୍ଭ ହୋଇ ଯାଇଛି । ଏଠାରେ ବିରିୟାନୀ, ରୁଟି ସମେତ ଅନେକ ସ୍ୱାଦିଷ୍ଟ ଜିନିଷ ମିଳିଥାଏ ।

publive-image oneindia.com

ତେବେ ଫୁଡ୍‌ ଡେଲିଭରୀ ଆପ୍‌ ସ୍ୱିଗ୍ଗୀରେ ଖାଦ୍ୟର ଲୋକପ୍ରିୟତା ବଢ଼ାଇବା ପାଇଁ କଏଦି ମାନେ ଖାଦ୍ୟର ସ୍ୱତନ୍ତ୍ର କମ୍ବୋ ତିଆରି କରିଛନ୍ତି । ଯାହାର ନାଁ ଫ୍ରିଡମ କମ୍ବୋ ମିଲ ରଖାଯାଇଛି । ଦାମ୍‌ ୧୨୭ଟଙ୍କା ଥିବା ବେଳେ ଏହି ମିଲ୍‌ରେ ୩୦୦ଗ୍ରାମ ବିରିୟାନୀ ରାଇସ୍‌, ୩ଟି ରୁଟି, ଗୋଟେ ଚିକେନ ଲେଗ୍‌ ଫ୍ରାଏ, ମାଂସ ତରକାରୀ, ସାଲାଡ, ଆଚାର,ପାଣି ଏବଂ କପ କେକ୍‌ ଦିଆଯାଇଥାଏ । ୧୦୦ଜଣ କଏଦି ଏହି କାମରେ ଲାଗିଥିବା ବେଳେ ହେଉଥିବା ଆୟ ସେମାନଙ୍କୁ ଦେଇ ଦିଆଯାଇଥାଏ । ମହିଳା କଏଦିମାନେ ଏଠାରେ କେରଳର ପାରମ୍ପାରିକ ସ୍ନାକ୍ସ ତିଆରି କରୁଥିବା ମଧ୍ୟ ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe