ଦୈନିକ ୨୪ କିଲୋମିଟର ସାଇକେଲିଂ କରି ସ୍କୁଲ୍‌ ଯାଉଥିବା ଛାତ୍ରୀ ଦଶମ ପରୀକ୍ଷାରେ ରଖିଲେ ୯୮.୭୫ ପ୍ରତିଶତ ମାର୍କ

Advertisment
ଦୈନିକ ୨୪ କିଲୋମିଟର ସାଇକେଲିଂ କରି ସ୍କୁଲ୍‌ ଯାଉଥିବା ଛାତ୍ରୀ ଦଶମ ପରୀକ୍ଷାରେ ରଖିଲେ ୯୮.୭୫ ପ୍ରତିଶତ ମାର୍କ

www.newindianexpress.com

ଭୋପାଳ: ଶିକ୍ଷା ଏକ ପୂଜା। ତାହାର ମହତ୍ବ ଯିଏ ଜାଣିଛି ତା’ ପାଇଁ କିଛି ବି କଷ୍ଟସାଧ୍ୟ ନୁହେଁ। ଏପରି ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଜ‌ଣେ ଦଶମ ଶ୍ରେଣୀର ଝିଅ।

ଏହି ୧୫ ବର୍ଷୀୟା ଝିଅ ଜଣକ ପାଠ ପଢ଼ିବାକୁ ଦୈନିକ ନିଜ ଘରୁ ସ୍କୁଲ୍‌କୁ ଯିବା ପାଇଁ ୨୪ କିଲୋମିଟର୍‌ ସାଇକେଲିଂ କରିଥାନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ବାଳିକା ଜଣକ ନିଜ ଦଶମ ବୋର୍ଡ ପରୀକ୍ଷାରେ ୯୮.୭୫ ପ୍ରତିଶତ ମାର୍କ ରଖି ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି।

ଏହି ଛାତ୍ରୀ ଜଣକ ହେଉଛନ୍ତି ରୋଶନୀ ଭଦୋରିଆ। ରୋଶନୀ ସିଭିଲ୍‌ ସର୍ଭିସ୍‌ରେ ନିଜ କ୍ୟାରିୟର୍‌ ଗଢ଼ିବାକୁ ଚିନ୍ତା କରିଛନ୍ତି। ରୋଶନୀଙ୍କ ବାପା ଜଣେ ଚାଷୀ। ନିଜ ଝିଅର ସଫଳତା ପରେ ରୋଶନୀଙ୍କ ବାପା କହନ୍ତି ସେ ନିଜ ଝିଅର ସଫଳତାରେ ନିଜେ ଗର୍ବିତ ମନେ କରୁଛନ୍ତି। ‌ଏବେ ସେ ରୋଶନୀଙ୍କ ଯାତାୟାତ ପାଇଁ ପରିବହନ ସୁବିଧା ଯୋଗାଇ ଦେବେ।

publive-image New Indian Express

ସେ ୯୮.୭୫ ପ୍ରତିଶତ ମାର୍କ ରଖି ମଧ୍ୟପ୍ରଦେଶ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌ର ମେରିଟ୍‌ ତାଲକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଶନିବାର ଫଳାଫଳ ପ୍ରକାଶ ପାଇଥିଲା।

ରୋଶନୀଙ୍କ ବାପା ପୁରୁଷୋତ୍ତମ ଭଦୋରିଆ ଗଣମାଧ୍ୟମ‌େ କହିଛନ୍ତି ଯେ ତାଙ୍କ ଝିଅ ଅଷ୍ଟମ ପର୍ଯ୍ୟନ୍ତ ଅନ୍ୟ ଏକ ସ୍କୁଲ୍‌ରେ ପାଠ ପଢୁଥିଲେ, ଯେଉଁଠି ବସ୍‌ ସୁବିଧା ଉପଲବ୍ଧ ଥିଲା।

ମାତ୍ର ତାପରେ ସେ ଅଜନୋଲ୍‌‌ରୁ ୧୨ କିଲୋମିଟର୍‌ ଦୂରରେ ଥିବା ମେହଗାଓଁର ଏକ ସରକାରୀ ସ୍କୁଲ୍‌ରେ ନାମ ଲେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe