ଏହି କାର୍ଡ଼ରେ ରହିଛି ସେଲଫୋନ ଚିପ୍‌ : ଗୋଟିଏ କାର୍ଡରେ କରିପାରିବେ ୪ଟି ବ୍ୟାଙ୍କର ଆକାଉଣ୍ଟରେ କାରବାର

Advertisment
ଏହି କାର୍ଡ଼ରେ ରହିଛି ସେଲଫୋନ ଚିପ୍‌ : ଗୋଟିଏ କାର୍ଡରେ କରିପାରିବେ ୪ଟି ବ୍ୟାଙ୍କର ଆକାଉଣ୍ଟରେ କାରବାର

http://mashable.com

ଆମେରିକାର ଡାଇନାମିକ ଇନକର୍ପୋରେସନ୍‌ ଏବଂ ଏସପ୍ରିଣ୍ଟ କମ୍ପାନି ମିଳିତ ଭାବେ ଏକ ଭିନ୍ନ ପ୍ରକାରର କାର୍ଡ଼ ପ୍ରସ୍ତୁତ କରିଛନ୍ତି, ଯାହାକୁ ଡ଼େବଟ୍‌ , କ୍ରେଡ଼ିଟ ଓ ଲୟାଲିଟି କାର୍ଡ ଭାବେ ବ୍ୟବହାର କରାଯାଇ ପାରିବ। ଏହି କାର୍ଡ଼ରେ ମଧ୍ୟରେ ପ୍ରଥମ ଥର ପାଇଁ ଏକ ସେଲଫୋନ ଚିପ ଖଞ୍ଜା ଯାଇଛି । ଏହାକୁ ଏହି ଆମେରିକୀୟ କମ୍ପାନି ଖୁବ୍‌ ଶୀଘ୍ର ଲଞ୍ଚ କରିବ ବୋଲି ସୂଚନା ରହିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକାବେଳେକେ ୪ଟି ବ୍ୟାଙ୍କର କାର୍ଡ ଭାବେ ଏହା ବ୍ୟବହୃତ ହୋଇପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାର୍ଡ଼କୁ କେଉଁ ବ୍ୟାଙ୍କ ତରଫରୁ ଲଞ୍ଚ କରାଯିବ, ତାହାର ସଠିକ ସୂଚନା ମିଳିନାହିଁ।

publive-image http://mashable.com

ଏହାକୁ କୁହାଯାଉଛି ସେଲଫୋନ ଆଣ୍ଟେନା କାର୍ଡ଼ । ଏହା ଦ୍ୱାରା ଆପଣଙ୍କୁ ଆଉ ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ , ଏହା ଆପଣଙ୍କୁ ସିଧାସଲଖ ଭାବେ ବ୍ୟାଙ୍କ ସହ ସଂପର୍କ କରାଇବ । ଏହା ଦ୍ୱାରା କାର୍ଡ଼ ପରିବର୍ତ୍ତନ , ସ୍ପେଶାଲ ଅଫର , ନୂତନ କାର୍ଡ଼ ସିକ୍ୟୁରିଟି ଏବଂ ଆବଶ୍ୟକୀୟ ସ୍ଥଳରେ କାର୍ଡ଼କୁ ଲକ କରିବା ଆଦି ବ୍ୟବସ୍ଥା ସିଧାସଳଖ ଭାବେ ହୋଇଯିବ। ଏହାକୁ ବ୍ୟବହାର କରିବା ମଧ୍ୟ ଅତ୍ୟନ୍ତ ସହଜ । ଏହି କାର୍ଡ଼ରେ ଗୋଟେ ଛୋଟ ଇ-ଲିଙ୍କ୍‌ ରିଡ଼ଆଉଟ ସହ ସମ୍ମୁଖରେ ଦୁଇଟି କ୍ଲିକବଟନ ରହିଛି। ଏହି ଦୁଇଟି ବଟନକୁ କ୍ଲିକ କରିବା ଦ୍ୱାରା ଏଥିରେ ଉପଲବ୍ଧ ଥିବା ସୁବିଧା ଆପଣ ଉଠାଇ ପାରିବେ। ସବୁଠାରୁ ଭଲ କଥା ହେଲା, ଏହି କାର୍ଡ଼ରେ ଏକା ସମୟରେ ୪ଟି ଭିନ୍ନ ବ୍ୟାଙ୍କର ତଥ୍ୟ ରହିପାରିବ।

ଏହି ସେଲଫୋନ ଆଣ୍ଟେନା କାର୍ଡ଼ର ଆଉ ଏକ ଭଲ ଜିନିଷ ହେଉଛି ଏହାର ଚାର୍ଜ କେବେ ଶେଷ ହୁଏ ନାହିଁ । ଏହା ମଧ୍ୟରେ ଥିବା କ୍ଷୁଦ୍ର ଚିପ ସ୍ୱୟଂ ଚାର୍ଜ ହୋଇଥାଏ। ତେବେ ଏଥିରେ ବ୍ୟାଟେରି ଏବଂ ଅନ୍ୟନ୍ୟା ସୁବିଧା ଥିବା ପରେ ମଧ୍ୟ ଏହା ଏକ ସାଧାରଣ ଡେବଟ୍‌ କାର୍ଡ଼ / କ୍ରେଡିଟ୍‌ କାର୍ଡ ଭଳି ଓ୍ଵାଲେଟରେ ଜାଗା ହୋଇଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe