୬୦୦ ରୋଲ୍ସ ରଏସ, ୩୦୦ ଫରାରୀ ଗାଡ଼ି; ସୁନା ଖଚିତ ରାଜମହଲ ଭଳି ଘରେ ଏଭଳି ଜୀବନ ବଞ୍ଚୁଛନ୍ତି ସୁଲତାନ ହସନଲ

Advertisment
୬୦୦ ରୋଲ୍ସ ରଏସ, ୩୦୦ ଫରାରୀ ଗାଡ଼ି; ସୁନା ଖଚିତ ରାଜମହଲ ଭଳି ଘରେ ଏଭଳି ଜୀବନ ବଞ୍ଚୁଛନ୍ତି ସୁଲତାନ ହସନଲ

ନୂଆଦିଲ୍ଲୀ: ଯଦିଓ ଏହି ପୃଥିବୀରେ ଅନେକ ଧନୀ ଲୋକ ଅଛନ୍ତି, କିନ୍ତୁ ବ୍ରୁନେଇ ଦେଶର ସୁଲତାନଙ୍କ କଥା କିଛି ଅଲଗା। ସେ ଯେଉଁଭଳି ଭାବେ ଜୀବନ ଅତିବାହିତ କରୁଛନ୍ତି, ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଲୋକଙ୍କ ପାଖରେ ଗୋଟେ କି ଦୁଇଟି ବିଳାସପୂର୍ଣ୍ଣ ଗାଡ଼ି ଥିବା ବେଳେ ତାଙ୍କ ପାଖରେ ରହିିଛି ୭୦୦୦ଟି ବିଳାସପୂର୍ଣ୍ଣ ଗାଡ଼ି। ଆଜ୍ଞା ହଁ, ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ଏଠାରେ ଆମେ ବ୍ରୁନେଇର ସୁଲତାନ ହସନଲ ବୋଲକିୟାଙ୍କ କଥା କହୁଛୁ। ସେ ଦୁନିଆର ସବୁଠାରୁ ଧନୀ ସୁଲତାନମାନଙ୍କ ମଧ୍ୟରେ ଜଣେ। ହସନଲ ବୋଲକିୟାଙ୍କ ସମ୍ପତ୍ତି ୧୪,୭୦୦ କୋଟିରୁ ଅଧିକ ବୋଲି ଜଣାପଡ଼ିିଛି।

jfir4q6o ndtv

ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ଆୟର ସବୁଠାରୁ ବଡ଼ ଉତ୍ସ ହେଉଛି ତୈଳ ଭଣ୍ଡାର ଏବଂ ପ୍ରାକୃତିକ ଗ୍ୟାସ। ବ୍ରୁନେଇର ଏହି ସୁଲତାନଙ୍କ କାହାଣୀ ଅତ୍ୟନ୍ତ ଅନନ୍ୟ। ତାଙ୍କ ପାଖରେ ଏବେ ୬୦୦ରୋଲ୍ସ ରୋଏସ୍, ୩୦୦ଫରାରୀ ଗାଡି ସହିତ ୭୦୦୦ବିଳାସପୂର୍ଣ୍ଣ କାର ଅଛି। ଏହା ସହ ସେ ରହୁଥିବା ମହଲରେ ସୁନା ଖଚିତ ହୋଇଛି। ଏହି ମହଲର ମୂଲ୍ୟ ୨୫୫୦କୋଟିରୁ ଅଧିକ ହୋଇଥିବା ବେଳେ ଏହି ମହଲରେ ୧୭୦୦ରୁ ଅଧିକ କୋଠରୀ, ୨୫୭ଟି ଗାଧୁଆ ଘର, ପାଞ୍ଚଟି ସୁଇମିଂ ପୁଲ, ଗାଡି ରଖିବା ପାଇଁ ୧୧୦ଟି ଗ୍ୟାରେଜ ବ୍ୟତୀତ ୨୦୦ ଘୋଡା ପାଇଁ ଶୀତତାପ ନିୟନ୍ତ୍ରିତ ଷ୍ଟଲ ମଧ୍ୟ ଅଛି। ଆଜିକାଲି ଏଭଳି ଜୀବନ ବଞ୍ଚୁଥିବା ଲୋକଙ୍କ ସଂଖ୍ୟା କମ ଥିବା ବେଳେ ସୁଲତାନଙ୍କ ଏଭଳି ଜୀବନ ବଞ୍ଚିବା ଶେ‌ୖଳୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe