ପ୍ରଥମ ଶିଶୁ ଯିଏକି ନିଜ ପିତାମାତାଙ୍କ ବିବାହ ଭୋଜିରେ ହୋଇଛି ସାମିଲ !

Advertisment
ପ୍ରଥମ ଶିଶୁ ଯିଏକି ନିଜ ପିତାମାତାଙ୍କ ବିବାହ ଭୋଜିରେ ହୋଇଛି ସାମିଲ !

ଇସଲାମବାଦ: ସୋସିଆଲ ମିଡିଆରେ କିଛିଦିନ ହେବ ଏକ ବର-କନ୍ୟାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ପାକିସ୍ତାନର ହାଫିଜାବାଦରେ ଘଟିଛି।

ହାଫିଜାବାଦରେ ଆୟୋଜିତ ଏକ ବିବାହ ଉତ୍ସବର ରିସେପସନ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ପଛର କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ନବଦମ୍ପତି ଷ୍ଟେଜରେ ଛିଡ଼ା ହୋଇଥିବା ବେଳେ ସେମାନଙ୍କ କୋଳରେ ଥିଲା ୨ ମାସର ଛୁଆ।

୨୬ ବର୍ଷୀୟ ରୟାନ ରଉକ ଶେଖ ଓ ତାଙ୍କ ପତ୍ନୀ ଅନମୋଲଙ୍କ ରିସେପସନ ଗତ ୨୬ ତାରିଖରେ ବେଶ୍‌ ଧୁମଧାମରେ ଆୟୋଜିତ ହୋଇଥିଲା। ବିବାହ ଭୋଜିରେ କୋଳରେ ଶିଶକୁ ଧରିଥିବା ଘଟଣାକୁ ନେଇ ରୟାନ କହିଛନ୍ତି, ସେମାନଙ୍କ ରିସେପସନ୍‌ ଗତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ହେବାର ଥିଲା। କିନ୍ତୁ ଉକ୍ତ ଦିନ ସକାଳୁ ସକାଳୁ ସେଠାକାର ସରକାର ଲକ୍‌ଡାଉନ୍‌ ଘୋଷଣା କରିଦେଲେଥିଲେ । ଫଳରେ ସେମାନଙ୍କୁ ନିଜ ରିସେପସନ୍‌କୁ ବାତିଲ କରିବାକୁ ପଡ଼ିଥିଲା। ଏହାମଧ୍ୟରେ ରମଜାନ, ଇଦ୍‌ ଆଦି ପର୍ବ ପଡ଼ିବାରୁ ବିବାହ ଭୋଜି କରିବା ସମ୍ଭବପର ହୋଇପାରି ନ ଥିଲା।

ଏହାମଧ୍ୟରେ ପତ୍ନୀ ଗର୍ଭବତୀ ହୋଇଥିଲେ। ଗତ ଜାନୁଆରିରେ ଅନମୋଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।  ପୁତ୍ର ଜନ୍ମ ହେବା ପରେ ଭୋଜିର ଆୟୋଜନ ହୋଇଥିଲା। ଆଉ ପୁତ୍ରକୁ ଧରି ବିବାହ ଭୋଜି ଦେବାର ଅନୁଭୂତି ନିଆରା ରହିଥିଲା। ଭୋଜି ବେଳର ଫଟୋ ଜଣେ ସମ୍ପର୍କୀୟ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିବା ପରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe