ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ଚଳନ୍ତା ଟ୍ରେନରୁ ଜଣକ ପରେ ଜଣେ ଏପରି ତିନିଜଣ ଯୁବତୀ ଡେଉଁଥିବା ଦେଖିବାକୁ ମିଳୁଛି। ଜୀବନକୁ ବିପଦରେ ପକାଇ ଚଳନ୍ତା ଟ୍ରେନରୁ ଓହ୍ଲାଉ ଥିବା ଯୁବତୀମାନଙ୍କ ଏହି ଭିଡିଓକୁ ଆଇପିଏସ ଅଧିକାରୀ ସେୟାର କରିଛନ୍ତି। ଯିଏବି ଏହି ଭିଡିଓ ଦେଖୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
ଆଇପିଏସ କେସର ଖାଲିଦଙ୍କ କହିବାନୁସାରେ, ଏହି ଘଟଣା ମହାରାଷ୍ଟ୍ରର ଜୋଗେଶ୍ବର ରେଲୱେ ଷ୍ଟେସନରେ ଘଟିଛି। ଯେଉଁଠାରେ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ପ୍ଲାଟଫର୍ମରେ ପଡ଼ି ଯାଇଥିଲେ। ଏହି ସମୟରେ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ପ୍ଲାଟଫର୍ମ ଥିବା ଜଣେ ହୋମଗାର୍ଡ ଯୁବତୀଙ୍କୁ ବଞ୍ଚାଇ ଦେଇଥିଲେ। ଏହି ଘଟଣା ରେଲୱେ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା। ତେବେ ଏହି ସମୟରେ ଅନ୍ୟଦୁଇଜଣ ଯୁବତୀ ବି ଚଳନ୍ତା ଟ୍ରେନରୁ ପ୍ଲାଟଫର୍ମକୁ ଡେଇଁ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳୁଛି।
ଯୁବତୀଙ୍କୁ ଉଦ୍ଧାର କରିଥିବା ଗାର୍ଡଙ୍କ ପରିଚୟ ଜିଆରପି ଯବାନ ଉଲତାଫ ଶେଖ ବୋଲି ଜଣାପଡ଼ିଛି। ଉଲତାଫଙ୍କ ଏଭଳି କାମ ପାଇଁ ପ୍ରଶଂସା କରାଯାଉଛି।
Follow Us