ଚଳନ୍ତା କାର ଉପରକୁ ଏକା ସଙ୍ଗେ ଡେଇଁ ପଡ଼ିଲେ ତିନି ବାଘ, ବାପ-ପୁଅ ଗୁରୁତର

ଚଳନ୍ତା କାର ଉପରକୁ ଏକା ସଙ୍ଗେ ଡେଇଁ ପଡ଼ିଲେ ତିନି ବାଘ, ବାପ-ପୁଅ ଗୁରୁତର

ସିମଲା: ସିମଲା ଗ୍ରାମୀଣ ବିଧାନସଭା କ୍ଷେତ୍ରସ୍ଥିତ କାଲିହଟ୍ଟିରେ ଚଳନ୍ତା କାର ଉପରେ ତିନିଟି ବାଘ ଏକାସଙ୍ଗେ ଡେଇଁ ପଡ଼ିଥିଲେ। ଏହି ଆକ୍ରମଣରେ କାର ଭିତରେ ଥିବା ବାପ-ପୁଅ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ଖେଳି ଯାଇଛି।

publive-image www.jagran.com

ଶନିବାର ସନ୍ଧ୍ୟାରେ ଦୋଛନାରେ ବସବାସ କରୁଥିବା ଜିୟାଲାଲ ନିଜର ପୁଅ ସହିତ କାରରେ ଘରକୁ ଫେରୁଥିଲେ। କାଲିହଟ୍ଟି ପାଖରେ ଏକ ନଳା ନିକଟରେ ବାପ-ପୁଅ ଯାଉଥିବା ସମୟରେ ହଠାତ ତିନିଟି ବାଘ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ତିନିଟି ବାଘ ଗାଡ଼ିକୁ ଝାମ୍ପିବା ହେତୁ କାଚ ଭାଙ୍ଗି ଯାଇଥିଲା। ବାଘ ଆକ୍ରମଣରେ ଜୟଲାଲ ଗୁରୁତର ଆହତ ହୋଇଥିଲେ। ବାପାକୁ ବଞ୍ଚାଇବାକୁ ଆସି ପୁଅ ମଧ୍ୟ ବାଘ ଆକ୍ରମଣର ଶିକାର ହୋଇଥିଲା। ଏହାପରେ ଦୁହେଁ ଡାକ ଛାଡି ଥିଲେ, ଏମାନଙ୍କ ଡାକ ଶୁଣିବା ପରେ ସ୍ଥାନୀୟଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଭୟରେ ତିନିଟି ବାଘ ଦୌଡ଼ି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ସ୍ଥାନୀୟ ପଞ୍ଚାୟତ ପୁଲିସ ଓ ବନବିଭାଗ ଅଧିକାରୀଙ୍କୁ ଏହି ଘଟଣା ସମୟରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe