ତିନି ଭଉଣୀ ପାଲଟିଲେ ସଉତୁଣୀ

Advertisment
ତିନି ଭଉଣୀ ପାଲଟିଲେ ସଉତୁଣୀ

ମହାଭାରତରେ ପାଞ୍ଚ ପାଣ୍ଡବ ଦ୍ରୌପଦୀଙ୍କୁ ବିବାହ କରି ସୁଖରେ ଘର ସଂସାର କରିଥିବା ଆମେ ଜାଣିଛନ୍ତି। ଅପରପକ୍ଷେ, କେଉଁଠି ପରିସ୍ଥିତିରେ ପଡ଼ି ଦୁଇ ଭଉଣୀ ଜଣେ ପୁରୁଷଙ୍କୁ ବିବାହ କରିଥିବା ନଜିର ରହିଛି। ତେବେ କେନିୟାର ତିନି ଭଉଣୀ ନିଜ ଇଚ୍ଛାରେ ଜଣଙ୍କୁ ବିବାହ କରି ସୁଖରେ ଦାମ୍ପତ୍ୟ ଜୀବନ ନିର୍ବାହ କରିବା ଘଟଣା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। କେଟ୍‌, ଇଭ୍‌ ଓ ମେରି ନାମକ ଏହି ତିନି ସହୋଦରା ଷ୍ଟିଭୋ ନାମକ ଯୁବକଙ୍କୁ ବିବାହ କରି ତିନି ସଉତୁଣୀ ସାଜିଛନ୍ତି। ମାତ୍ର ସଉତୁଣୀମାନଙ୍କ ଭିତରେ ତଥାକଥିତ କଳି ତକରାର ହେବା ପରିବର୍ତ୍ତେ ଏହି ତିନିହେଁ ସୁଖଶାନ୍ତିରେ ଦିନ ବିତାଉଥିବା କଥା ଅନ୍ୟମାନଙ୍କୁ ଚକିତ କରିଛି।

ଷ୍ଟିଭୋ ମଧ୍ୟ ତିନି ପତ୍ନୀଙ୍କର ଯାବତୀୟ ଆବଶ୍ୟକତା ପୂରଣ କରିଦେଉଥିବାରୁ ତାଙ୍କର ସୁଖର ସଂସାର ଠିକ୍‌ରେ ଚାଲିଛି ବୋଲି କହିଛନ୍ତି। ବଡ଼ ଭଉଣୀ କେଟ୍‌ ପ୍ରଥମେ ଷ୍ଟିଭୋଙ୍କୁ ଭେଟି ତାଙ୍କ ସହ ଅନ୍ୟ ଭଉଣୀମାନଙ୍କୁ ପରିଚିତ କରାଇଥିଲେ। ତେବେ ସଂଗୀତରେ କ୍ୟାରିଅର କରିବାକୁ ଚାହୁଁଥିବା ଏହି ଭଗ୍ନୀତ୍ରୟ ଷ୍ଟିଭୋଙ୍କ ସହ ମିଶିଲା ପରେ ତାଙ୍କ ସହ ହିଁ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଷ୍ଟିଭୋଙ୍କ ଦାମ୍ପତ୍ୟ ଜୀବନ ସଫଳତାର ସୂତ୍ର ହେଉଛି, ସେ ସୋମବାରକୁ ମେରିଙ୍କ ପାଇଁ, ମଙ୍ଗଳବାର କେଟ୍‌ଙ୍କ ପାଇଁ ଏବଂ ବୁଧବାର ଇଭ୍‌ଙ୍କ ପାଇଁ ସଂପୂର୍ଣ୍ଣ ଉତ୍ସର୍ଗ କରିଦେବା ସହ ସପ୍ତାହର ବାକି ଚାରିଦିନ ନିଜ କାମରେ ମନ ଦେଇଥା’ନ୍ତି। ତେଣୁ ପତ୍ନୀମାନଙ୍କ ଭିତରେ କୌଣସି ବାଦବିବାଦ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe