ଆପଣଙ୍କ ବୁଢ଼ା ଆଙ୍ଗୁଠି ଯଦି ଏପରି, ତେବେ ଜାଣନ୍ତୁ ଆପଣ କ’ଣ କରିବାକୁ ଚାହାଁନ୍ତି, କ’ଣ କଲେ ଆପଣ ଉନ୍ନତି କରିବେ

Advertisment
ଆପଣଙ୍କ ବୁଢ଼ା ଆଙ୍ଗୁଠି ଯଦି ଏପରି, ତେବେ ଜାଣନ୍ତୁ ଆପଣ କ’ଣ କରିବାକୁ ଚାହାଁନ୍ତି, କ’ଣ କଲେ ଆପଣ ଉନ୍ନତି କରିବେ

ଆମର ହାତର ଆଙ୍ଗୁଠିରେ ରହିଛି ଅନେକ ଗୁଢ଼ କଥା। ସେ ବିଷୟରେ ଜାଣିଲେ ଆପଣ ବିସ୍ମିତ ହେବେ। ପ୍ରଥମେ ଆସନ୍ତୁ ଜାଣିବା ହାତର ଆଙ୍ଗୁଠିର ଲମ୍ବା, ତାହାର ଆକାର ଏବଂ ସଂରଚନାରୁ କେମିତି ଜାଣିବେ ଆପଣଙ୍କ ଚରିତ୍ର ବିଷୟରେ। କିଛି ଲୋକଙ୍କର ବୁଢ଼ା ଆଙ୍ଗୁଠି ତର୍ଜନୀ ଆଙ୍ଗୁଳିର ମଧ୍ୟଭାଗ ଯାଏଁ ଥାଏ, ଏହା ସାମାନ୍ୟ ଲମ୍ବା ଅଟେ । ଏହିପରି ଆଙ୍ଗୁଳି ଥିବା ଲୋକମାନଙ୍କର କିଛି ଖାସ୍‌ ଗୁଣ ଥାଏ । ଏମାନେ ନିଜ କଥା ଶୁଣନ୍ତି ଏବଂ ନିଜ ବିଚାର ଅନୁସାରେ କାମ କରନ୍ତି । ଏମାନଙ୍କର ମତ ସମସ୍ତଙ୍କଠାରୁ ଅଲଗା ହୋଇଥାଏ । ପ୍ରତ୍ୟେକ ବିଷୟ ଉପରେ ସକାରାତ୍ମକ ରାୟ ଦେଇଥାନ୍ତି ।

ଯଦି ହାତର ବୁଢ଼ା ଆଙ୍ଗୁଳି ଛୋଟ ଥାଏ : ଏହି ଲୋକମାନେ ଅନ୍ୟର ବିଚାରରେ ଚାଲନ୍ତି ଏବଂ ବହୁତ ପରିଶ୍ରମୀ ହୋଇଥାଆନ୍ତି । କିଛି ଲୋକଙ୍କର ବୁଢ଼ା ଆଙ୍ଗୁଳି ଶରୀର ତ୍ୱଚା ତୁଳନାରେ ଅଲଗା ଥାଏ । ସେହି ଲୋକମାନେ ବହୁତ ଭାବିଚିନ୍ତି କାମ କରିଥାନ୍ତି । ଏମାନଙ୍କୁ ମନେଇବା ବହୁତ କଷ୍ଟ । ଏମିତି ବି ଲୋକ ଅଛନ୍ତି ଯାହାଙ୍କର ବୁଢ଼ା ଆଙ୍ଗୁଳିକୁ ସେ କୌଣସି ଦିଗରେ ବୁଲେଇପାରିବେ । ଏମିତି ଲୋକଙ୍କର ବ୍ୟବହାର ବି ଏହିପରି । କୌଣସି ପରିସ୍ଥିତିରେ ସେ ନିଜକୁ ଚଳେଇପାରିବେ । ଏମାନଙ୍କୁ ଧନ ଉପାର୍ଜନ ପାଇଁ ବହୁତ ଆଗ୍ରହ ଥାଏ ।

publive-image girls glamour

ସମକୋଣୀ ବୁଢ଼ା ଆଙ୍ଗୁଳି: ଯଦି ଆଙ୍ଗୁଳିକୁ ସିଧା ଟାଣିବା ପରେ, ଏହା ରାଇଟ୍‌ ଆଙ୍ଗଲ୍‌ ଭଳି ରହିଥାଏ। ଏପରି ଲୋକମାନଙ୍କୁ କେହି ହରେଇ ପାରିବେ ନାହିଁ । ଯଦି କେବେ ହାରିଯାଆନ୍ତି, ତା’ହେଲେ ଆଉଥରେ ଚେଷ୍ଟା କରନ୍ତି । ଯଦି ଆଙ୍ଗୁଳିକୁ ସିଧା କରିବା ପରେ ଏହା ଭିତରକୁ ରହିଥାଏ, ଏହାକୁ ଆକ୍ୟୁଟ୍‌ ଆଙ୍ଗେଲ ବୁଢ଼ା ଆଙ୍ଗୁଳି କହନ୍ତି । ଏମିତି ଲୋକମାନଙ୍କର ଭାବତା ନକରାତ୍ମକ ହୋଇଥାଏ । ଲୋକମାନଙ୍କୁ ହଇରାଣ କରିବା, ଖରାପ କାର୍ଯ୍ୟରେ ଲିପ୍ତ ରହିବା ଆଦି ଏହି ଲୋକମାନଙ୍କର ଅଭ୍ୟାସ । ଏହି ଲୋକମାନେ ଭୂତ-ପ୍ରେତ, ଗୁଣି ଗାରେଡିକୁ ବିଶ୍ୱାସ କରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe