ଯୁବପିଢ଼ିଙ୍କଠାରେ ଥାଇରଏଡ୍ ସମସ୍ୟା କାହିଁକି ବଢୁଛି?
ମହିଳାଙ୍କ ଶରୀରରେ ଥାଇରଏଡ୍ ସମସ୍ୟା ଅଧିକ ଦେଖାଯାଉଛି। ଛୋଟବେଳୁ ପିଲାଙ୍କୁ ବହୁ ବାରଣ ଭିତରେ ରଖାଯାଉଛି, ଯାହା ଦ୍ବାରା ରୋଗପ୍ରତିରୋଧକ ଶକ୍ତି କମି କମି ଯାଉଛି। ଅଟୋଇମ୍ୟୁନ୍ ହାଇପୋଥାଇରଏଡିଜ୍ମ ସମସ୍ୟାଟି ମହିଳାଙ୍କ ଶରୀରରେ ଅଧିକ ଦେଖାଯାଉଛି। ପୂର୍ବରୁ ଯୁବପିଢ଼ି ଥାଇରଏଡ୍ ପରୀକ୍ଷାକୁ ଗୁରୁତ୍ବ ଦେଉ ନଥିଲେ, କିନ୍ତୁ ଏହା ଏବେ ମାସକୁ ଥରେ ପରୀକ୍ଷା କରାଯାଉଥିବାରୁ ରୋଗ ବିଷୟେର ଜଣାପଡୁଛି।
ଏହାର ଲକ୍ଷଣ କ’ଣ ରହିଛି?
ହାଇପୋଥାଇରଏଡିଜ୍ମର ଲକ୍ଷଣଗୁଡ଼ିକ ଧୀରେ ଧୀରେ ଦେଖାଯାଏ। ଏହା ହଠାତ୍ ଜଣାପଡ଼େ ନାହିଁ। ଓଜନ ବୃଦ୍ଧି, କେଶ ଝଡ଼ିବା, ପାଦ ଓ ମୁହଁ ଫୁଲିବା, ଦୁର୍ବଳ ଲାଗିବା, ଚର୍ମ ଶୁଷ୍କ ହେବା ଓ ଅନିୟମିତ ଋତୁସ୍ରାବ ହେବା ଏହାର ଲକ୍ଷଣ। ସେଥିପାଇଁ ରୁଟିନ୍ ପରୀକ୍ଷାରେ ଥାଇରଏଡ୍ ଟେଷ୍ଟକୁ ସାମିଲ କରିବା ଦରକାର।
ଓଜନ ବୃଦ୍ଧି ଓ ହ୍ରାସ ହେବା ପଛରେ ଥାଇରଏଡ୍ର ଭୂମିକା ରହିଛି କି?
ହଁ, ହାଇପୋଥାଇରଏଡିଜ୍ମରେ ଓଜନ ବୃଦ୍ଧି ହୋଇଥାଏ। ଯେତେବେଳେ ଆମେ ଡାକ୍ତରଙ୍କୁ ହଠାତ୍ ଆମ ଓଜନ ବୃଦ୍ଧିର କାରଣ ପଚାରିଥାଉ, ସେତେବେଳେ ଡାକ୍ତର ପ୍ରଥମେ ଥାଇରଏଡ୍ ପରୀକ୍ଷା କରିବାକୁ କହିଥାନ୍ତି। ମଣିଷ ବେକରେ ପ୍ରଜାପତି ଆକୃତିର ଏକ ଗ୍ରନ୍ଥି ରହିଛି, ଯାହା ମେଟାବୋଲିଜିମ୍ ନିୟନ୍ତ୍ରଣ କରୁଥିବା ହରମୋନକୁ ନଷ୍ଟ କରିଥାଏ। ଏହା ଦ୍ୱାରା ହଠାତ୍ ଓଜନ ବୃଦ୍ଧି ହୋଇଥାଏ।
ଥାଇରଏଡ୍ ପାଇଁ ଗଳକଣ୍ଟକ ହୋଇପାରେ କି?
ଗଳକଣ୍ଟକ ଗଳାରେ ହୋଇଥାଏ। ଏହା ଗଏଟର୍ କୁହାଯାଏ। ଆୟୋଡିନ୍ କମ୍ ଓ ଅଧିକ ହେଲେ ଏହି ସମସ୍ୟା ଦେଖାଯାଏ। ଯେଉଁମାନଙ୍କ ଶରୀରରେ ଆୟୋଡିନ୍ ଅଭାବ ହୋଇଥାଏ ସେମାନଙ୍କ ଶରୀରରେ ଏହା ଦେଖାଯାଏ। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏହି ରୋଗୀ କମ୍ ଦେଖାଯାଆନ୍ତି କାରଣ ଆମ ଖାଦ୍ୟରେ ପ୍ରଚୁର ଆୟୋଡିନ୍ ରହିଥାଏ।
ଏହାର ଘରୋଇ ଚିକିତ୍ସା କ’ଣ ରହିଛି?
ସୋୟା-ଭିତ୍ତିକ ଖାଦ୍ୟ, ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି, କ୍ୟାଫିନ୍ ଜାତୀୟ ଖାଦ୍ୟ, ତେଲ ମସଲା ଓ ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ। ଥାଇରଏଡ୍ ରୋଗରେ ପୀଡ଼ିତ ଲୋକମାନେ ଅତ୍ୟଧିକ ଚିନି ଏବଂ ମିଠା ଦ୍ରବ୍ୟ ଖାଆନ୍ତୁ ନାହିଁ। କ୍ୟାଲ୍ସିଅମ୍ ଓ ଭିଟାମିନ୍ ଜାତୀୟ ଖାଦ୍ୟ ଖାଇବା ଉଚିତ।
ମହିଳାଙ୍କଠାରେ ବଢ଼ୁଛି ଥାଇଏରଡ୍ ସମସ୍ୟା
Advertisment
Follow Us