ବାଘ କରେନି ଅଯଥା ଶିକାର

Advertisment
ବାଘ କରେନି ଅଯଥା ଶିକାର

YouTube

ବାଘଟିଏ ନିଜର ପ୍ରିୟ ଶିକାର ମୃଗକୁ ପାଖରେ ପାଇ ସୁଦ୍ଧା ଅଣଦେଖା କରି ଛାଡ଼ିଯିବାର ଦୃଶ୍ୟ ସ୍ବପ୍ନରେ ବି କେବେ କଳ୍ପନା କରାଯାଇନପାରେ। ମାତ୍ର ଭାରତୀୟ ବନସେବା ଅଧିକାରୀ ରମେଶ ପାଣ୍ଡେ ତାଙ୍କ ଟ୍ବିଟର ପୃଷ୍ଠାରେ ଛାଡ଼ିଥିବା ଭିଡିଓ ଚିତ୍ରକୁ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିହେବନି। ମାତ୍ର ୧୦ ସେକେଣ୍ଡ୍‌ର ଏହି ଭିଡିଓରେ ଏକ ମହାବଳ ବାଘ ଜଙ୍ଗଲ ଭିତରେ ଆସୁଥିବା ଦେଖାଯାଉଛି। ଏପରିକି ସେ ପଛରେ ଦୁଇଟି ହରିଣଙ୍କୁ ଅତିକ୍ରମ କରି ନିର୍ବିକାର ଚିତ୍ତରେ ଆଗକୁ ସେମିତି ଚାଲିବା ଜାରି ରଖିଛି। ନା ସେ ହରିଣଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଉଛି ନା ସେମାନଙ୍କ ପ୍ରତି ଆ଼ଡ଼ନଜର ରଖୁଛି। ଅପରପକ୍ଷେ, ହରିଣ ଦୁଇଟି ପ୍ରଥମେ ଛନକା ହୋଇ ବାଘ ଆଡ଼କୁ ଚାହୁଛନ୍ତି ଏବଂ ସ୍ବଭାବତଃ ଦୌଡ଼ି ସ୍ଥାନ ଛାଡ଼ି ପଳାଉଛନ୍ତି।

ଭିଡିଓଟି ଟ୍ବିଟରରେ ପଡ଼ିବାର କିଛି ସମୟ ଭିତରେ ଦେଢ଼ ଲକ୍ଷ ଅନୁଗାମୀ ତାହାକୁ ଦେଖି ପସନ୍ଦ କରିବା ସହ ସକାରାତ୍ମକ ଟିପ୍ପଣୀ ମାନ ଛାଡ଼ିଛନ୍ତି। ଆଇଏଫ୍‌ଏସ୍‌ ପାଣ୍ଡେଙ୍କ କହିବାନୁଯାୟୀ, ବାଘମାନେ ନିଜର ଖାଦ୍ୟ ସଂଗ୍ରହରେ ଭାରି ମପାଚୁପା ବ୍ୟବହାର ଦେଖାଇଥା’ନ୍ତି। ଶିକାର ହୋଇଥିବା କୌଣସି ପ୍ରାଣୀର ମାଂସକୁ ସେମାନେ କେବେ ନଷ୍ଟ ହେବାକୁ ଦିଅନ୍ତି ନାହିଁ। ସୁତରାଂ ପୂର୍ବ ଶିକାରଟି ନ ସରିଲା ଯାଏ ସେମାନେ ଅଯଥାରେ ଅନ୍ୟ ଶିକାର କରିନଥା’ନ୍ତି। ଏହି ହିଂସ୍ର ଜନ୍ତୁଟି ନିଶାଗ୍ରସ୍ତ ଭାବେ କେବଳ ଶିକାର କରିବା ପାଇଁ ଶିକାର କରନ୍ତି ନାହିଁ। ସେମାନଙ୍କ ପେଟ ପୂରିଛି ମାନେ ସେମାନେ ଅନ୍ୟ ଜୀବ ପଛରେ ଗୋଡ଼େଇବାକୁ ପସନ୍ଦ କରନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe