ଉପକୂଳ ଉଦ୍ଭିଦ ପାଇଁ କାଳ: ପ୍ଳାଷ୍ଟିକ୍‌ ପ୍ରଦୂଷଣ ଓ ସାମୁଦ୍ରିକ ବନ୍ୟା

Advertisment
ଉପକୂଳ ଉଦ୍ଭିଦ ପାଇଁ କାଳ: ପ୍ଳାଷ୍ଟିକ୍‌ ପ୍ରଦୂଷଣ ଓ ସାମୁଦ୍ରିକ ବନ୍ୟା

ଏଶ୍ବର ଉପକୂଳ ଅଞ୍ଚଳରେ ଦେଖାଯାଉଥିବା ବିବିଧ ଉଦ୍ଭିଦ ପ୍ରଜାତିର ଉନ୍ନତି ଓ ବଂଶବୃଦ୍ଧି ଦିଗରେ ପ୍ରତିବନ୍ଧକ ସାଜିଥିବା ଦୁଇଟି ପ୍ରମୁଖ କାରଣ ହେଉଛି ପ୍ଳାଷ୍ଟିକ୍‌ ପ୍ରଦୂଷଣ ଓ ଲୁଣୀ ସାମୁଦ୍ରିକ ଜଳର ଅପ୍ରତ୍ୟାଶିତ ବନ୍ୟା। ପ୍ଲାଇମାଉଥ୍‌ ବିଶ୍ବବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ବାୟୋଲୋଜିକାଲ୍‌ ଆଣ୍ଡ୍‌ ମେରାଇନ୍‌ ସାଇନ୍‌ସେସ୍‌ ଓ ଇଣ୍ଟର୍‌ନେସ୍‌ନାଲ୍‌ ମେରାଇନ୍‌ ଲିଟର୍‌ ରିସର୍ଚ୍ଚ ୟୁନିଟ୍‌ର ଗବେଷକମାନଙ୍କ ନିର୍ଯାସ ଅନୁଯାୟୀ, କ୍ଷୁଦ୍ର ପ୍ଳାଷ୍ଟିକ୍‌ ଟୁକୁଡ଼ାଗୁଡ଼ିକ ଉଦ୍ଭିଦଗୁଡ଼ିକର ବଂଶବୃଦ୍ଧିରେ ବାଧା ସୃଷ୍ଟି କରୁଥିବା ବେଳେ ଲୁଣୀ ପାଣିର ବନ୍ୟା ଯୋଗୁଁ ଉଦ୍ଭିଦର ଗୁରୁତ୍ବପୂର୍ଣ୍ଣ ତନ୍ତୁ ମୃତ୍ୟୁର କାରଣ ସାଜିଥାଏ। ଫଳସ୍ବରୂପ, ଉଦ୍ଭିଦଗୁଡ଼ିକ ଆଉ ଅଧିକ ବିକଶିତ ହୋଇପାରିନଥା’ନ୍ତି।

ପ୍ଳାଷ୍ଟିକ୍‌ର ବହୁଳ ବ୍ୟବହାର ସାଙ୍ଗକୁ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଉପରୋକ୍ତ ଉଭୟ କାରଣ ମିଳିତ ଭାବରେ ଉଦ୍ଭିଦର ସାମଗ୍ରିକ ବିକାଶ ପ୍ରତି ବିପଦ ସାଜୁଛନ୍ତି। ଫଳସ୍ବରୂପ, ଉପକୂଳବର୍ତ୍ତୀ ଉଦ୍ଭିଦଗୁଡ଼ିକର ଅଭିବୃଦ୍ଧିରେ ନକାରାତ୍ମକ ପରିବର୍ତ୍ତନ ଘଟିବା ସହ ସେମାନଙ୍କର ଆଲୋକ ସଂଶ୍ଳେଷଣ ଦକ୍ଷତା ହ୍ରାସ ପାଉଛି। ଚୂଡ଼ାନ୍ତରେ ଉଦ୍ଭିଦଗୁଡ଼ିକର ଆକାର ସମେତ ଜଳ, ପୋଷକ, ସୂର୍ଯ୍ୟାଲୋକ ଆଦି ଆହରଣ କ୍ଷମତା ଭୀଷଣ ଭାବେ ପ୍ରଭାବିତ ହେବା ସହ ପର୍ଯ୍ୟାବରଣ ପ୍ରଣାଳୀର ସ୍ବାସ୍ଥ୍ୟରେ ମଧ୍ୟ ଅବକ୍ଷୟ ଦେଖାଯାଇଛି। ଗବେଷକଙ୍କ କହିବାନୁସାରେ, ଉଦ୍ଭିଦ ଉପରେ ଏହି ଅଣୁପ୍ଳାଷ୍ଟିକ୍‌ଗୁଡ଼ିକର କୁପ୍ରଭାବ ସମୁଦ୍ର ପତ୍ତନ ବୃଦ୍ଧି ଓ ଉପକୂଳରେ ଲୁଣୀ ପାଣି ବନ୍ୟା ଯୋଗୁଁ ବହୁଗୁଣିତ ହୋଇଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe