ସାବୁନରେ ଧୋଇସାରି ଟିସୁ ପେପରରେ ହାତ ପୋଛିବା ଅଧିକ ନିରାପଦ

Advertisment

ସମୟୋପଯୋଗୀ ସତର୍କତା

ସମୟୋପଯୋଗୀ ସତର୍କତା

ସାବୁନରେ ଧୋଇସାରି ଟିସୁ ପେପରରେ ହାତ ପୋଛିବା ଅଧିକ ନିରାପଦ

IndiaMART

ଭୁବନେଶ୍ବର: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସର୍ବନିମ୍ନ ଉପାୟ ହେଉଛିି ହାତକୁ ବାରମ୍ବାର ସାବୁନ୍ ଫେଣରେ ଧୋଇବା। କାରଣ ସଂକ୍ରାମକ ଭୂତାଣୁମାନେ ହାତ ପାପୁଲିରେ ଲାଗି ରହି ସେଠାରୁ ପର୍ଯ୍ୟାୟ କ୍ରମେ ଆମେ ଛୁଉଁଥିବା ସର୍ବସାଧାରଣ ସାମଗ୍ରୀ ଦେହକୁ ପରିବାହିତ ହୋଇ ପରେ ଅନ୍ୟର ହାତକୁ ମଧ୍ୟ ସଂକ୍ରମିତ ହେବ। ତେଣୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ଅନୁଯାୟୀ ହାତକୁ ସାବୁନ ଓ ପାଣିରେ ଧୋଇବା ଜରୁରୀ। ପାଣିର ସୁବିଧା ନଥିଲେ ୬୦% ଆଲ୍କୋହଲ୍ ମିଶ୍ରିତ କୌଣସି ସାନିଟାଇଜରରେ ପାପୁଲିକୁ ବିଶୋଧନ କଲେ ମଧ୍ୟ ଚଳିବ। ତେବେ ଏହା ପରେ ଓଦା ହାତକୁ ଶୁଷ୍କ କରିବା ଦରକାର। ତେବେ ହାତକୁ ଧୋଇ ସାରି କୌଣସି ଜେଟ୍ ଡ୍ରାୟରରେ ଶୁଖାଇବା ଅପେକ୍ଷା ଟିସୁ ପେପରରେ ହାତକୁ ପୋଛି ଶୁଖିଲା କରିବା ହିଁ ବେଶି ଫଳପ୍ରଦ ବୋଲି ବ୍ରିଟେନ୍ ସ୍ଥିତ ଲିଡ୍ସ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ କହିଛନ୍ତି। ଏହା ଦ୍ବାରା ଆମ ହାତ କରୋନା ଭୂତାଣୁମୁକ୍ତ ହୋଇପାରିବ ବୋଲି ସେମାନଙ୍କ ମତ। ଜେଟ୍ ଡ୍ରାୟରରେ ହାତ ଶୁଖାଇଲେ ସଂକ୍ରମଣ ହାର ଟିସୁ ପେପରରେ ହାତ ପୋଛିବା ଅପେକ୍ଷା ୧୦ ଗୁଣ ଅଧିକ ରହିଥାଏ।

ସମୟୋପଯୋଗୀ ସତର୍କତା
କୋଭିଡ୍–୧୯ର ନିରାକରଣ ପାଇଁ କୌଣସି ପ୍ରତିଷେଧକ ଟିକା କି ଏହାର ସଫଳ ଚିକିତ୍ସା ପାଇଁ ପ୍ରମାଣସିଦ୍ଧ ଔଷଧ ଉପଲବ୍ଧ ନହେଲା ଯାଏ ଏହା ସହ କେବଳ ଆତ୍ମରକ୍ଷାମୂଳକ ଯୁଦ୍ଧ ଚାଲୁ ରଖିବାକୁ ପଡି଼ବ। କୌଣସି ପ୍ରକାର ଗୋଷ୍ଠୀ କି ସମୂହ ସଂକ୍ରମଣ ରୋକିବା ପାଇଁ ସରକାର ତ ସାମାଜିକ ଦୂରତା ବଜାୟ ପୂର୍ବକ ଗମନାଗମନ ବନ୍ଦ, ସୀମା ସିଲ୍ ଏବଂ ଲକ୍ ଡାଉନ୍ ପରି ପଦକ୍ଷେପ ନେଇଛନ୍ତିା ସେହିପରି ଦୈନନ୍ଦିନ ଜୀବନରେ ଅନେକ କଟକଣା ମଧ୍ୟ ଜାରି କରିଛନ୍ତି। ତେବେ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡି଼ବ। ଯେପରିକି କୌଣସି ଅସୁସ୍ଥ ଲୋକଠାରୁ ନିଜକୁ ଦୂରେଇ ରଖିବା ଜରୁରୀ। କାଶୁଥିବା ବା ଛିଙ୍କୁଥିବା ବ୍ୟକ୍ତିଠାରୁ ଅତି କମ୍‌ରେ ତିନି ଫୁଟ ଦୂରତା ବଜାୟ ରଖିବା ବିଧେୟ। ଏଥିରେ ଭାବ ପ୍ରବଣତା ଅପେକ୍ଷା ବାସ୍ତବତାକୁ ପ୍ରାଧାନ୍ୟ ଦିଆଯିବା ଉଚିତ। ସେହିପରି ନିଜ ଆଖି, ନାକ କିମ୍ବା ପାଟିକୁ ବାରମ୍ବାର ନଛୁଇଁବା ସହ ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବାହାରକୁ ବାହାରିବା ନାହିଁ। ତେବେ ଜ୍ବର, କାଶ କିମ୍ବା ଶ୍ବାସକ୍ରିୟାରେ ସମସ୍ୟା ଲାଗିରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ପଡି଼ବ। ନିଜେ କାଶିବା ବା ଛିଙ୍କିବା ବେଳେ ମୁହଁରେ ଟିସୁ ପେପର କି କପଡ଼ା ଢାଙ୍କି ତାହାକୁ ପରେ ନର୍ଦ୍ଦମାକୁ ଫିଙ୍ଗିଦେବା ଦରକାର। ବାରମ୍ବାର ଛୁଉଁଥିବା ବସ୍ତୁ ବା ସମତଳକୁ ସଂକ୍ରମଣନିରୋଧୀ ରାସାୟନିକ ପଦାର୍ଥ ଦ୍ବାରା ସଫେଇ କରିବା ଜରୁରୀ। ବିଶେଷ କରି ଶୌଚାଳୟରୁ ବାହାରିବା ପରେ କି ନାକ ସଫା କରିବା ପରେ ଏବଂ ଖାଇବା ପୂର୍ବରୁ ହାତକୁ ୨୦ ସେକେଣ୍ତ୍ ଯାଏ ସାବୁନ ଫେଣରେ ଧୋଇବାକୁ ପଡି଼ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe