ଶିକ୍ଷକ ପାଲଟିଲେ ଇଞ୍ଜିନିୟର, ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅସମର୍ଥ ଛାତ୍ରଙ୍କର ଅଫ୍‌ଲାଇନ୍‌ କ୍ଲାସ୍‌ ନେଇ ସାଜିଲେ ଉଦାହରଣ

Advertisment
ଶିକ୍ଷକ ପାଲଟିଲେ ଇଞ୍ଜିନିୟର, ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅସମର୍ଥ ଛାତ୍ରଙ୍କର ଅଫ୍‌ଲାଇନ୍‌ କ୍ଲାସ୍‌ ନେଇ ସାଜିଲେ ଉଦାହରଣ

www.newindianexpress.com

ଚେନ୍ନାଇ: ତାମିଲନାଡୁର ପୁଡୁକୋଟ୍ଟାଇର ଥୋଣ୍ଡାଇମାନ ଓରାନି ନାମକ ଏକ ଗ୍ରାମରେ ଏକ ଭିନ୍ନ ପ୍ରକାରର ସେତୁ ନିର୍ମାଣ କରି ଚର୍ଚ୍ଚା ପାଲଟିଥିବା କିଛି ଇଞ୍ଜିନିୟର ଏବେ ଅନ୍ୟ ଏକ କାରଣରୁ ଲୋକପ୍ରିୟ ହେବାରେ ଲାଗିଛନ୍ତି। ‌ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅସମର୍ଥ ଛାତ୍ରଛାତ୍ରୀଙ୍କ ହାତମୁଠାରେ ଶିକ୍ଷା ଯୋଗାଇ ଉଦାହରଣ ପାଲଟିଛନ୍ତି  ଅରବିନ୍ଦ ଏବଂ ତାଙ୍କ ତିନି ବନ୍ଧୁ ବିଘ୍ନେଶ, ଭବାନୀଶଙ୍କର ଓ ଶରତ।

ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଏହି ୪ ବନ୍ଧୁ ଏକ ସମୟ ସାରଣୀ ପ୍ରସ୍ତୁତ କରି କରୋନା ସମୟରେ ପାଠପଢ଼ାରେ ଅଣହେଳା ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ଲାସ୍‌ ନେଉଥିବାର ସୂଚନା ରହିଛି।

ଥୋଣ୍ଡାଇମାନ ଓରାନିର ଦଶମ ଶ୍ରେଣୀର‌ ଛାତ୍ରଛାତ୍ରୀମାନେ ସକାଳ ୧୦ଟାରେ ମର୍ଣ୍ଣିଂ ସେସନ୍‌ରେ ଯୋଗ ଦେଇଥାନ୍ତି। ୧୨ ଜଣ ଛାତ୍ରଙ୍କର ଏକ ଦଳ ଇଞ୍ଜିନିୟରମାନଙ୍କ ଦ୍ବାରା ହେଉଥିବା ସେସନ୍‌ରେ ଯୋଗ ଦେଉଥିବ‌ାର ଦେଖିବାକୁ ମିଳିଛି। ଏହି ସେସନ୍‌ ସେମାନଙ୍କ ଘର ସାମ୍ନାରେ ହୋଇଥାଏ। ୧୦ଟାରୁ କ୍ଲାସ୍‌ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୁଏ।

publive-image New Indian Express

ସେହିପରି ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଙ୍କୁ ନେଇ ଏକ ୨୮ ଜଣିଆ ଦଳ ଅଛି। ସେମାନଙ୍କ ସେସନ୍‌ ମଧ୍ୟ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲେ। ଏହି ଚାରି ଜଣ ବନ୍ଧୁ ପ୍ରଥମେ ଜୁଲାଇ ମାସରେ ବିଦ୍ୟାଳୟଗୁଡ଼ିକ ପାଠ୍ୟପୁସ୍ତକ ବଣ୍ଟନ କରିବା ପରେ କ୍ଲାସ ନେବା କଥ ଚିନ୍ତା କରିଥିଲେ।

ତେବେ, ଚାରି ବନ୍ଧୁ ‌ଯେଉଁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ସେମାନେ ଜଣେ ଜଣେ କୃଷି ପରିବାରର ପିଲା। ସେମ‌ାନେ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଫୋନ୍‌ କିଣିବାକୁ ଅକ୍ଷମ ହୋଇଥିବାରୁ ଏହି ୪ ଇଞ୍ଜିନିୟର ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି। ଖୋଲା ସ୍ଥାନକୁ ଶ୍ରେଣୀ ଗୃହରେ ପରିଣତ କରି ଛାତ୍ରଛାତ୍ରୀମାନଙ୍କ ପାଇଁ କଳାପଟା, ନୋଟ୍‌ବୁକ୍‌ ଓ କଲମ ମଧ୍ୟ କିଣିଛନ୍ତି ଏହି ଇଞ୍ଜିନିୟରମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe