ମାଆଙ୍କ ଜୀବନ ବଞ୍ଚାଇବାକୁ ନିଆଁ ଲାଗିଥିବା ୧୫ ମହଲା କୋଠା ଉପରକୁ ଚଢ଼ିଗଲେ ସାହସୀ ପୁଅ, ଭିଡିଓ ଭାଇରାଲ୍‌

The Independent

ନୂଆଦିଲ୍ଲୀ: କଥାରେ ଅଛି ମାଆ ଋଣ କେବେ ସନ୍ତାନ ଶୁଝି ପାରନ୍ତିନି। ବେଳେ ବେଳେ କିନ୍ତୁ ସେହି ଋଣରୁ ଶୁଝିବାର କିଞ୍ଚିତ ପ୍ରୟାସ କରାଯାଇପାରେ। ଆଜି ଆମେ କହିବୁ ମାଆ ପାଇଁ ଜୀବନକୁ ବାଜି ଲଗାଇବାର ସାହସ ରଖିପାରୁଥିବା ୩୫ ବର୍ଷିଅ ଯୁବକ ଜର୍ମନଙ୍କ ବିଷୟରେ। େଓ୍ଵଷ୍ଟ୍‍ ଫିଲାଡେଲଫିଆର ଜର୍ମନ ନିଜ ମାଆଙ୍କ ଜୀବନ ରକ୍ଷା କରିବା ପାଇଁ ନିଆଁ ଲାଗିଥିବା ୧୫ ତାଲା କୋଠା ଉପରକୁ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଚଢ଼ିବା ସହ ପୁଣି ସେହି ପଛ ପଟ ଦେଇ ତଳକୁ ଓହ୍ଲାଇ ଆସିବା ବେଳର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଜାଣିବାକୁ ମିଳିଛି ଯେ େଓ୍ଵଷ୍ଟ୍‍ ଫିଲାଡେଲଫିଆରେ ଥିବା ଏକ ୧୫ ମହଲା କୋଠାରେ ନିଆଁ ଲାଗି ଯାଇଥିଲା। ସେହି କୋଠାର ୧୪ ମହଲାରେ ରହୁଥିଲେ ଜର୍ମନଙ୍କ ମାଆ। ନିଆଁ ଲାଗିବା ପରେ ଜର୍ମନ ନିଜ ମାଆଙ୍କୁ ଉଦ୍ଧାର କରିବା ପାଇଁ ଯିବାକୁ ବାହାରିବାରୁ ତାଙ୍କୁ ପୁଲିସ୍‌ ଛାଡ଼ିନଥିଲା। ଶେଷରେ ସେ କିଛି ଉପାୟ ନପାଇ ପଛ ପଟ ଦେଇ ବିନା କୌଣସି ସୁରକ୍ଷାରେ ୧୪ ମହଲା ଉପରକୁ ଚଢ଼ି ନିଜ ମାଆଙ୍କ ଜୀବନ ବଞ୍ଚାଇବା ସହ ପୁଣି ସେହି ବାଟ ଦେଇ ଫେରି ଆସିଥିଲେ।

ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଭିଡିଓ କରାଯିବା ପରେ ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିିଛି। ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣଙ୍କୁ ପ୍ରଥମେ ପୁଲିସ୍‌ ଗିରଫ କରିଥିଲେ ବି ପରେ ନିଜ ମାଆଙ୍କ ଜୀବନ ବଞ୍ଚାଇବାକୁ ଏପରି କରିଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe