ଆଜି ଜନ୍ମଦିନ: ସହିଦ ଦିବାକର

Advertisment
ଆଜି ଜନ୍ମଦିନ: ସହିଦ ଦିବାକର

ରଣପୁର ରାଜା ଓ ରାଜକର୍ମଚାରୀଙ୍କ ଅନ୍ଧାରି ଶାସନ ଅଧୀନରେ ପ୍ରଜାଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅବହେଳା ଓ ଅତ୍ୟାଚାର ବିରୋଧରେ ଲଢ଼ି ପ୍ରାଣବଳି ଦେଇଥିବା ଦୁଇଜଣ ଅମର ବିପ୍ଳବୀ ହେଉଛନ୍ତି ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତି। ଦିବାକର ପରିଡ଼ା ୧୯୧୧ ନଭେମ୍ବର ୩୦ ତାରିଖରେ ରଣପୁରର ଗଡ଼ବାଣୀକିଲୋ ଗ୍ରାମରେ ଜନ୍ମ ହୋଇଥିଲେ। ତାଙ୍କ ପିତାଙ୍କ ନାମ ହରିହର ପରିଡ଼ା ଓ ମାତା ତାରା ଦେବୀ। ଦିବାକର ସ୍କୁଲରେ ପଢୁଥିବା ବେଳେ ରଘୁଙ୍କ ସହିତ ଘନିଷ୍ଠ ବନ୍ଧୁତା ସ୍ଥାପନ ହୋଇଥିଲା। ଯୁବାବସ୍ଥାରେ ସେମାନଙ୍କ ମନରେ ଦେଶପ୍ରେମର ଭାବନା ଘନୀଭୂତ ହୋଇଥିଲା। ଦୁହେଁ ଭଗତ ସିଂହଙ୍କ ଭଳି ବୀରମାନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଭାରତକୁ ସ୍ବାଧୀନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।

ସେମାନଙ୍କ ଆହ୍ବାନରେ ଢେଙ୍କାନାଳ, ତାଳଚେର ଓ ରଣପୁରର ଲୋକମାନେ ବିଦ୍ରୋହରେ ସାମିଲ ହୋଇଥିଲେ। ‘ପ୍ରଜାମଣ୍ଡଳ’ ସଂଗଠନର ସମ୍ପାଦନ ଭାବେ ମନୋନୀତ ହୋଇ ଦିବାକର ତାହାର ନେତୃତ୍ବ ନେଇଥିଲେ। ୧୯୩୯ ମସିହା ଜାନୁଆରି ୫ ତାରିଖରେ ରଣପୁର ରାଜପ୍ରାସାଦରେ ପ୍ରଜାମଣ୍ଡଳର ଏକ ପ୍ରତିବାଦ ସମାବେଶ ହୋଇଥିଲା। ଏହାର ଦମନ ପାଇଁ ଆସିଥିବା ଜଣେ ବ୍ରିଟିସ୍‌ ଅଧିକାରୀଙ୍କୁ ଉତ୍ତେଜିତ ଲୋକେ ହତ୍ୟା କରିଦେଇଥିଲେ। ଏହାର ପ୍ରତିଶୋଧ ସ୍ବରୂପ ବ୍ରିଟିସ୍‌ ପ୍ରଶାସନ ରଘୁ-ଦିବାକରଙ୍କୁ ଗିରଫ କରି ହତ୍ୟାକାଣ୍ଡର ମକଦ୍ଦମା ଚଳାଇଥିଲେ। ରଘୁ-ଦିବାକରଙ୍କ ବିରୋଧରେ ମିଛ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ଏବଂ ଉଭୟଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଥିଲା। ୧୯୪୧ ଏପ୍ରିଲ ୪ ତାରିଖରେ ଝାଡ଼ଖଣ୍ଡର ଭାଗଲପୁର ଜେଲ୍‌ରେ ଓଡ଼ିଶାର ଏହି ବୀର ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା। ସେତେବେଳେ ଦିବାକରଙ୍କ ବୟସ ଥିଲା ମାତ୍ର ୨୯ ବର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe