ଆଜି ଜନ୍ମଦିନ: ରଙ୍ଗନାଥ ମିଶ୍ର

Advertisment
ଆଜି ଜନ୍ମଦିନ: ରଙ୍ଗନାଥ ମିଶ୍ର

Navbharat Times

ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ହୋଇଥିବା ପ୍ରଥମ ଓଡ଼ିଆ ଥିଲେ ଜଷ୍ଟିସ୍ ରଙ୍ଗନାଥ ମିଶ୍ର। ସେ ଥିଲେ ବିଶିଷ୍ଟ ସାହିତ୍ୟିକ ଓ ରାଜନେତା ପଣ୍ତିତ ଗୋଦାବରୀଶ ମିଶ୍ରଙ୍କର ପୁତ୍ର। ୧୯୨୬ ନଭେମ୍ବର ୨୫ରେ ଖୋର୍ଦ୍ଧାର ବାଣପୁରରେ ତାଙ୍କର ଜନ୍ମ ହୋଇଥିଲା। ସେ ବାଣପୁର ହାଇସ୍କୁଲ, ପ୍ୟାରୀମୋହନ ଏକାଡେମୀ, ରେଭେନ୍‌ସା କଲେଜରେ ପଢ଼ିବା ପରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରି ହାସଲ କରିଥିଲେ। ୧୯୫୦ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ତାଙ୍କର ଓକିଲାତି କ୍ୟାରିୟର୍‌ ଆରମ୍ଭ ହୋଇଥିଲା।

ସମୟକ୍ରମେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି, କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପରେ ସୁପ୍ରିମ୍‌ କୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ। ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରବର୍ତ୍ତୀ ଶିଖ ବିରୋଧୀ ଦଙ୍ଗାର ତଦନ୍ତ ପାଇଁ ଗଠିତ କମିସନ୍‍ର ସେ ମୁଖ୍ୟ ଥିଲେ। ୧୯୯୦ ସେପ୍‌ଟେମ୍ବର ୨୫ରେ ସୁପ୍ରିମ୍ କୋର୍ଟର ୨୧ତମ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ ଏବଂ ୧୯୯୧ ନଭେମ୍ବର ୨୪ରେ ଅବସର ନେଇଥିଲେ। ଜଷ୍ଟିସ୍ ରଙ୍ଗନାଥ ଥିଲେ ଜାତୀୟ ମାନବାଧିକାର କମିସନ୍‌‍ର ପ୍ରଥମ ଅଧୢକ୍ଷ। ରାଜ୍ୟସଭାକୁ ନିର୍ବାଚିତ ହେବାରେ ସେ ଥିଲେ ସୁପ୍ରିମ୍ କୋର୍ଟର ଦ୍ବିତୀୟ ମୁଖ୍ୟ ବିଚାରପତି। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ରହିଥିଲେ। ୨୦୧୨ ସେପ୍‍ଟେମ୍ବର ୧୩ରେ ତାଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe