ଆଜି ବିଶ୍ୱ ବାସହୀନ ଦିବସ

Advertisment
ଆଜି ବିଶ୍ୱ ବାସହୀନ ଦିବସ

worldhomelessday.org

ପ୍ରତି ବର୍ଷ ଅକ୍‌ଟୋବର‌ ୧୦ ତାରିଖରେ ପାଳନ କରାଯାଉଛି ‘ବିଶ୍ୱ ବାସହୀନ ଦିବସ’ ବା ‘ଵାର୍ଲ‌୍‌ଡ ହୋମ୍‌ଲେସ୍‌ ଡେ’। ୨୦୦୫ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ସାରା ବିଶ୍ୱରେ ପ୍ରାୟ ଦଶ କୋଟି ଲୋକଙ୍କର ମୁଣ୍ତ ଗୁଞ୍ଜିବା ପାଇଁ ଘର ନାହିଁ। ସେତେବେଳେ ଶହେ କୋଟି ଲୋକ ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ରହୁଥିଲେ। ସ˚ପ୍ରତି ଆମ ଦେଶରେ ବାସହୀନଙ୍କ ସ˚ଖ୍ୟା ୧.୭୭ କୋଟି। ମଣିଷ ବାସଶୂନ୍ୟ ଅବସ୍ଥାରେ ରାସ୍ତା କଡ଼େ ଜୀବନ ବିତାଇବା କିଛି ନୂଆ କଥା ନୁହେଁ। ୧୩୮୩ରେ ଇ˚ଲଣ୍ତ୍‌ରେ ବାସଶୂନ୍ୟ ଲୋକଙ୍କ ସ˚ଖ୍ୟା ବେଶ୍‌ ଅଧିକ ଥିବା ସହ ସେମାନେ ନାନା ଛୋଟ-ବଡ଼ ଅପରାଧ ଘଟାଉଥିବାରୁ ଅନ୍ୟମାନଙ୍କ ସୁରକ୍ଷା ପାଇଁ ‘ଇ˚ଲିସ୍‌ ପୋର‌୍‌ ଲଜ୍‌’ ପ୍ରଚଳନ କରାଯାଇଥିଲା। ସେହି ଆଇନ ଅନୁଯାୟୀ ବାସହୀନଙ୍କୁ ଗିରଫ କରିବା ସହ କାରାଗାରରେ ଅଟକ ରଖାଯାଉଥିଲା, ବେତ ମାଡ଼ ଦିଆଯାଉଥିଲା। ଜ୍ୟାକ୍‌ ଲଣ୍ତନ୍‌ ବାସହୀନଙ୍କ ଦୁର୍ଦଶା ସ˚ପର୍କରେ ‘ଦ ପିଉପଲ୍‌ ଇନ୍‌ ଦ ଆବିସ୍‌’ ନାମକ ପୁସ୍ତକ ଲେଖିଥିଲେ। ୧୯୩୬ରେ ଚାର୍ଲି ଚାପ୍‌ଲିନ୍‌ଙ୍କ ଦ୍ୱାରା ଲିଖିତ, ନିର୍ଦେଶିତ ଓ ଅଭିନୀତ ଚଳଚ୍ଚିତ୍ର ‘ମଡର୍ନ‌୍‌ ଟାଇମ୍‌ସ’, ବାସହୀନଙ୍କ ଉପରେ ଆଧାରିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe