ଆମ ଜୀବନ ଓ ସଂସ୍କୃତି ଉପରେ ବଲିଉଡ୍‌ ଚଳଚ୍ଚିତ୍ରମାନଙ୍କର ପ୍ରଭାବ କେତେ ସୁଦୂରପ୍ରସାରୀ ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀରେ। ୨୦୧୧ରେ ମୁକ୍ତିଲାଭ କରିଥିବା ‘ଜିନ୍ଦଗୀ ନା ମିଲେଗୀ ଦୋବାରା’ରେ ସ୍ପେନ୍‌ର ବାର୍ଷିକ ଟମାଟୋ ଲଢ଼େଇ ପ୍ରତିଯୋଗିତ ‘ଲା ଟମାଟିନା’ର ଦୃଶ୍ୟଗୁଡ଼ିକ ଏତେ ଆକର୍ଷଣୀୟ ଥିଲା ଯେ ସେହି ଉତ୍ସବକୁ ଭାରତର ବିଭିନ୍ନ ସ୍ଥାନରେ ପାଳିବା ପାଇଁ ଉଦ୍ୟମ କରାଯାଇ ଆସୁଛି। ଏ ବର୍ଷ ହୋଲିକୁ ଅଭିନବ ଢଙ୍ଗରେ ସ୍ବାଗତ କରିବା ପାଇଁ ଦିଲ୍ଲୀର ଏକ କ୍ୟାଫେ ‘ସନ୍‌ଡାଉନର୍‌ ଟମାଟିନା’ କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲା।

Advertisment

Women's Day: ମହିଳା ଦିବସ ସ୍ବତନ୍ତ୍ର: ଓଡ଼ିଶା ଡିସକମ୍‌ର ‘ନୂଆ ଆରମ୍ଭ’ ଅଭିଯାନ

ସ୍ପେନ୍‌ର ‘ଲା ଟମାଟିନା’ ପରି ଏଥିରେ ମଧ୍ୟ ପ୍ରଚୁର ମାତ୍ରାରେ ପାଚିଲା ଟମାଟୋ ରଖାଯାଇଥିଲା। ଅଂଶଗ୍ରହଣକାରୀମାନେ ପରସ୍ପରକୁ ଟମାଟୋ ମାଡ଼ କରିବା ସହିତ ଟମାଟୋ ରସ ଭର୍ତ୍ତି କରି ପିଚକାରି ମାରିଥିଲେ ଏବଂ ବଲିଉଡ୍‌ ଓ ହଲିଉଡ୍‌ ଗୀତର ତାଳାତାଳେ ନୃତ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ସହରୀ ଭାରତୀୟମାନେ ଆଜିକାଲି ବିଶ୍ବର ବିଭିନ୍ନ ସଂସ୍କୃତିକୁ ଭାରତୀୟ ଶୈଳୀରେ ଉପଭୋଗ କରିବାକୁ ପସନ୍ଦ କରୁଛନ୍ତି। ସ୍ବାଭାବିକ ଭାବେ ଚିନ୍ତାଶୀଳ ଲୋକମାନେ ଏ ଧାରା ନେଇ ଉଦ୍‌ବେଗ ପ୍ରକଟ କରୁଛନ୍ତି। ଗୋଟିଏ ପଟେ ଏତେ ମାତ୍ରାରେ ଖାଦ୍ୟ ଦ୍ରବ୍ୟ ନଷ୍ଟ ହେଉଛି, ଅନ୍ୟ ପଟେ ଆମ ନିଜ ସଂସ୍କୃତିକୁ ଭୁଲିଯାଇ ଲୋକମାନେ ପାଶ୍ଚାତ୍ୟ ସଂସ୍କୃତି ଅନୁକରଣ କରିବାର ମନୋବୃତ୍ତିରୁ ମୁକ୍ତ ହୋଇ ପାରୁ ନାହାନ୍ତି।

Child Marriage: ମା’ଙ୍କ ଠାରୁ ପ୍ରେରଣା ପାଇ ବାଲ୍ୟବିବାହ ବନ୍ଦ କରିବା ଅଭିଯାନରେ ଉମା