୫୦ ଗ୍ରାମ୍‌ ନୂଆ ଖୁଦ ଅରୁଆ ଚାଉଳ ନେଇ ଭଲ‌େର ଧୋଇ ବତୁରେଇ ଦିଅନ୍ତୁ। ଏପଟେ ବୋଇତାଳୁ ଛୋଟ ଖଣ୍ଡେ, ଗୋଟେ ମୂଳା, ଗୋଟେ ବାଇଗଣ, ଛଅ ସାତଟି ଭେଣ୍ଡି, ଅଳ୍ପ ଅମୃତଭଣ୍ଡା, ଛଅଟି ଟମାଟୋ ନିଅନ୍ତୁ। ଦେଶୀ ଟମାଟୋ ହେଲେ ଭଲ। ଚାରିଟିକୁ ଗ୍ରାଇଣ୍ଡ କରନ୍ତୁ ଆଉ ଦୁଇଟି ବଡ଼ବଡ଼ ଖଣ୍ଡରେ କାଟନ୍ତୁ। ଏଥିରେ ୫୦ ଗ୍ରାମର ଖୁଦ ପାଇଁ ଦେଢ଼ ଲିଟରରୁ ଅଧିକ ପାଣି ଗରମ କରନ୍ତୁ। ପାଣି ଫୁଟିଲେ ବତୁରା ଖୁଦ ପକାନ୍ତୁ। ଗୋଟେ ଚାମଚ୍‌ ହଳଦୀ ଗୁଣ୍ଡ, ଗୋଟେ ଚାମଚ୍‌ ଲୁଣ ଦିଅନ୍ତୁ; ୧୦ ମିନିଟ୍‌ ପରେ କ୍ରମାନ୍ବୟରେ ବୋଇତାଳୁ, ଅମୃତଭଣ୍ଡା, ମୂଳା ଦେଇ ପାଞ୍ଚ ମିନିଟ୍ ଫୁଟାନ୍ତୁ। ପୁଣି ସେଥିରେ ଭେଣ୍ଡି, ବାଇଗଣ ପକାଇ ଆଉ କିଛି ସମୟ ସିଝାନ୍ତୁ। ପରିବା ସିଝି ଆସିଲେ ବଟା ଟମା‌େଟା ଓ କଟା ଟମାଟେ‌ା ପକାଇ ଘୋଡ଼ାଇ ଦିଅନ୍ତୁ। ପୁଣି ପାଞ୍ଚ ମିନିଟ୍‌ ପରେ ଦେଖିବେ ସବୁ ପରିବା ଓ ଚାଉଳ ଗୁଣ୍ଡ ମିଶି କାଞ୍ଜି ପ୍ରସ୍ତୁତ ହୋଇଯାଇଛି। 

Advertisment

Donald Trump : ଆମେରିକା ହିଁ ପ୍ରକୃତ ଜାତିସଂଘ : ଟ୍ରମ୍ପ

ଏତିକିବେଳେ ଆଉ ଅଧିକ ପାଣି ବା ଲୁଣ ଇତ୍ୟାଦି ଭାଗମାପ ଦେଖି ଦେବେ। ଏଥର ତଡ୍‌କା ପ୍ୟାନ୍‌ରେ ଦୁଇ ବଡ଼ ଚାମଚ ସୋରିଷ ତେଲ ଗରମ କରନ୍ତୁ। ବଡ଼ ଚାମଚରେ ଚାମୁଚେ ପଞ୍ଚଫୁଟଣ, ୫ରୁ ୬ଟି ଶୁଖିଲା ଲଙ୍କା, ଗୋଟିଏ ବଡ଼ ରସୁଣର କୋଲା ଛେଚା ଦେବେ, ଟିକେ ହେଙ୍ଗୁ ଓ ମୁଠାଏ ଭୁର୍ସଙ୍ଗ ପତ୍ର ପକେଇ ଛୁଙ୍କ ଦିଅନ୍ତୁ। ଏହାକୁ କାଞ୍ଜି ଡେକ୍‌ଚିରେ ପକାଇ ଘୋ‌େଡ଼ଇ ଦିଅନ୍ତୁ। ଦୁଇତିନି ମିନିଟ୍‌ ଫୁଟେଇଲା ପରେ ଓହ୍ଲେଇ ଛୁଙ୍କକୁ ମିଶେଇ ଦିଅନ୍ତୁ। ଛୁଙ୍କ ଯେତେ ଭଲହେବ କାଞ୍ଜିର ସୁଅ‌ାଦ ସେତେ ବଢ଼ିବ। ବାସି ତୋରାଣୀ ଓ ଦହିରେ ମଧ୍ୟ ଏହି ପ୍ରଣାଳୀରେ କାଞ୍ଜି କରାଯାଏ। ଓଡ଼ିଆମାନେ ଶୀତଦିନେ କାଞ୍ଜି ଖାଇବା ପୁରୁଣା ଅଭ୍ୟାସ, ଏହାକୁ ବାସୀ ରଖି ଖାଇଲେ ମଧ୍ୟ ଭଲ ଲାଗେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କୋଶଳା ଶାଗ, ମୂଳା ଶାଗ, ସଜନା ଶାଗରେ କାଞ୍ଜି ତିଆରି କରନ୍ତି। ମାଛ ଓ ଶୁଖୁଆରେ ମଧ୍ୟ କାଞ୍ଜି ତିଆରି ହୁଏ। 

Women's T20 : ମହିଳା ଟ୍ବେଣ୍ଟି-୨୦: ଶେଫାଳି, ସ୍ମୃତିଙ୍କ ଧାମାକା, ଶ୍ରୀଲଙ୍କାକୁ ୩୦ ରନରେ ହରାଇଲା ଭାରତ