ଆଗେ ଦାନ୍ତ ନା ଆଗେ ଜିଭ ? ଜାଣନ୍ତୁ ଏହାର ରହସ୍ୟ କ’ଣ

Advertisment
ଆଗେ ଦାନ୍ତ ନା ଆଗେ ଜିଭ ? ଜାଣନ୍ତୁ ଏହାର ରହସ୍ୟ କ’ଣ

ଆଜିକୁ ପ୍ରାୟ ଶହେ ବର୍ଷ ପୂର୍ବେ କନ୍‌ଫ୍ୟୁସିୟସ ନାମକ ଜଣେ ବିଖ୍ୟାତ ଦାର୍ଶନିକ ଥିଲେ। ସେ ଅନେକ କଥାର ସହଜ ସମାଧାନ କରି ପାରୁଥିଲେ।
କନ୍‌ଫ୍ୟୁସିୟସଙ୍କର ମୃତ୍ୟୁ ସନ୍ନିକଟ ହେବାବେଳେ ସେ ନିଜର ଶିଷ୍ୟମାନଙ୍କୁ ଡ଼କାଇଥିଲେ । ସେ ସେମାନଙ୍କୁ ଧୀରେ ଧୀରେ କହିଲେ,‘ଶିଷ୍ୟଗଣ! ମୋ’ ପାଟି ଭିତରକୁ ଭଲଭାବେ ଦେଖ, ସେଥିରେ ଜିଭ ଅଛି ନା ନାହିଁ?’
ଜଣେ ଶିଷ୍ୟ ପାଟି ଭିତରକୁ ଭଲ ଭାବେ ନିରୀକ୍ଷଣ କରି କହିଲା,‘ଗୁରୁଦେବ ଆପଣଙ୍କର ଜିଭ ତ ଅଛି।’
ସେ ଅନ୍ୟ ଜଣେ ଶିଷ୍ୟକୁ ପ୍ରଶ୍ନ କରିଥିଲେ ,ଦେଖତ ମୋ’ ପାଟିରେ ଦାନ୍ତ ଅଛି ନା ନାହିଁ?
ସେହି ଶିଷ୍ୟ ଉତ୍ତର ଦେଲେ ‘ଗୁରୁଦେବ,ଆପଣଙ୍କ ପାଟିରେ ଗୋଟିଏ ବି ଦାନ୍ତ ନାହିଁ’।

publive-image
ମହାତ୍ମା କନ୍‌ଫ୍ୟୁସିୟସ୍‌ ପୁଣି ପଚାରିଲେ,‘ପ୍ରଥମେ ଦାନ୍ତର ଜନ୍ମ ହୋଇଥିଲା,ନା ଜିଭର? ଏଥର ଶିଷ୍ୟମାନେ ଏକାସାଙ୍ଗେ କହିଥିଲେ ‘ଗୁରୁଦେବ,ଆଗେ ଜିଭ।’
ମହାତ୍ମା କନ୍‌ଫ୍ୟୁସିୟସ୍‌ ଶିଷ୍ୟମାନଙ୍କୁ ପୁଣି କହିିଲେ ‘ଠିକ୍‌ କଥା। ଜିଭ ହେଉଛି ଦାନ୍ତଠାରୁ ବୟସରେ ବଡ଼। ଅର୍ଥାତ୍‌ ଆଗେ ଜିଭର ଜନ୍ମ। ତା’ପରେ ଦାନ୍ତ ଆସିଥିଲା। ଜିଭ ସରଳ ଓ କୋମଳ, କିନ୍ତୁ ଦାନ୍ତ କ୍ରୁର ଓ କଠୋର। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe