ଚର୍ଚ୍ଚାରେ ଥିବା ଡେଲିଭରି ଗାର୍ଲ ନିଜର କାମକୁ ନେଇ କହିଲେ ଏଭଳି କଥା…

Advertisment
ଚର୍ଚ୍ଚାରେ ଥିବା ଡେଲିଭରି ଗାର୍ଲ ନିଜର କାମକୁ ନେଇ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଜଣେ ମହିଳା ଡେଲିଭରି ଡ୍ରାଇଭର ଭାବେ କାମ କରନ୍ତି। ଏହି କାମ କରିବା ସମୟରେ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।  ତାଙ୍କ କାମକୁ ନେଇ ଅନେକ ଲେ‌ାକ ସମାଲୋଚନା ମଧ୍ୟ କରିଥାଆନ୍ତି। ଅନେକ ଲୋକେ ଉକ୍ତ ମହିଳାଙ୍କୁ କହନ୍ତି କି ତାଙ୍କୁ ଏଭଳି କାମ କରିବାର ଆବଶ୍ୟକ ନାହିଁ।  କାରଣ ସେ ସୁନ୍ଦର ଦେଖା ଯାଉଛନ୍ତି। କିନ୍ତୁ ମହିଳାଙ୍କୁ ତାଙ୍କ କାମ ବହୁତ ପସନ୍ଦ ବୋଲି କହିଛନ୍ତି।

ମହିଳାଙ୍କ ନାମ କାଂସ। ସେ ୪ଜଣ ଶିଶୁଙ୍କ ମା’। କାଂସ ଆମେରିକାର ୟୁନାଇଟେଡ ପାର୍ସଲ ସର୍ଭିସ ଭାବେ କାମ କରନ୍ତି। ସେ ଟିକଟକରେ ଭିଡିଓ ବି ଅପଲୋଡ କରନ୍ତି।  ଟିକଟକରେ ଅପଲୋଡ କରିଥିବା ଭିଡିଓ ମଧ୍ୟରୁ ଏକ ଭିଡିଓରେ ସେ ଟ୍ରକରୁ ବକ୍ସ ସବୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି।

ମହିଳା ଟିକଟକ ଜରିଆରେ କହିଛନ୍ତି, ‘ମୋର ଟିକଟକ ଭିଡିଓରେ ଅନେକ ଲୋକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ମୁଁ ସୁନ୍ଦର ଦେଖାଯାଉଛି। ତେଣୁ ମୋତେ ଏଭଳି କାମ ଶୋଭା ଦେଉନାହିଁ। ଟିକଟକ ଜରିଆରେ ଅନେକ ବିବାହ ପ୍ରସ୍ତାବ ବି ଆସୁଛି। ମୁଁ ଲୋକଙ୍କୁ ତାଙ୍କ ପ୍ରଶ୍ନର ଉଚିତ ଜବାବ ବି ଦେଇଛି। ଆଉ କହିଛି ମୋର କାମକୁ ନେଇ ମୁଁ ସନ୍ତୁଷ୍ଟ ଅଛି।  ଭଲ ରୋଜଗାର ବି କରୁଛି। କାରଣ ଘରେ ମୋର ୪ଜଣ ପିଲା ରହିଛନ୍ତି। ସେମାନଙ୍କ ଭଲ ଭବିଷ୍ୟତ ପାଇଁ ମୋତେ ପରିଶ୍ରମ କରିବାକୁ ପଡ଼ୁଛି। ତେଣୁ କିଏ କ’ଣ କରୁଛି  ବା କହୁଛି ସେଥିରେ ମୋର କିଛି ଫରକ ପଡେ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe