ନାସାରନ୍ଧ୍ରରେ ବଢ଼ୁଥିବା ଦାନ୍ତକୁ ସଫଳତାର ସହ ଅସ୍ତ୍ରୋପଚାର କରି କାଢ଼ିଲେ ଡାକ୍ତର

Advertisment
ନାସାରନ୍ଧ୍ରରେ ବଢ଼ୁଥିବା ଦାନ୍ତକୁ ସଫଳତାର ସହ ଅସ୍ତ୍ରୋପଚାର କରି କାଢ଼ିଲେ ଡାକ୍ତର

image source-news18

ନୂଆଦିଲ୍ଲୀ: ଚୀନର ହାରବିନ ମେଡ଼ିକାଲ ୟୁନିଭର୍ସିଟିରେ ଜଣେ ବ୍ୟକ୍ତିଙ୍କର ନାସାରନ୍ଧ୍ରରେ ଏକ ଦାନ୍ତ ବଢ଼ୁଥିବା ଜଣାଯିବାପରେ ତାକୁ ସଫଳତାର ସହ ଅସ୍ତ୍ରୋପଚାର କରାଯାଇ କଢ଼ାଯିବା ଘଟଣା ଏବେ କେବଳ ଚୀନରେ ନୁହେଁ, ବରଂ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଝାଙ୍ଗ ବିନ ସେଙ୍ଗ ନାମକ ଜଣେ ୩୦ ବର୍ଷୀୟ ଚୀନୀ ଯୁବକ ନିଜର ଦାନ୍ତ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ କିଛିଦିନ ତଳେ ହାରବିନ ମେଡ଼ିକାଲ ୟୁନିଭର୍ସିଟିର ଡାକ୍ତରଙ୍କୁ କହିଥିଲେ।

ତାପରେ ଡାକ୍ତରଙ୍କ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ବିନ ସେଙ୍ଗଙ୍କ ନାସାରନ୍ଧ୍ରରେ ଏକ ଦାନ୍ତ ବଢ଼ୁଛି। ତେବେ ଉକ୍ତ ଦାନ୍ତଟି ଏକ ସେଣ୍ଟିମିଟରର ବୋଲି ଏକ୍ସରେ ରିପୋର୍ଟରୁ ଜଣାପଡ଼ିଥିଲା। ଉକ୍ତ ଦାନ୍ତଟି ଝାଙ୍ଗ ବିନ ସେଙ୍ଗଙ୍କ ନାସାରନ୍ଧ୍ରରେ ଦୀର୍ଘ କୋଡ଼ିଏ ବର୍ଷ ଧରି ରହିଥିଲା ବୋଲି ବି ଜଣାପଡ଼ିଥିଲା ।

Image result for harbin medical university image source-mbbs docmbbs

ଝାଙ୍ଗଙ୍କୁ ଗତ ତିନି ମାସ ହେବ ନିଶ୍ୱାସ ପ୍ରଶ୍ୱାସରେ ବାଧାସୃଷ୍ଟି ହେବାରୁ ସେ ଡାକ୍ତର ଗୁଓଲାନ ମେଇଙ୍କ ନିକଟକୁ ଯାଇଥିଲେ। ଡାକ୍ତର ଗୁଓଲାନ ମେଇ ଦାନ୍ତଟିକୁ ମାତ୍ର ୩୦ ମିନିଟର ସଫଳତାର ସହ ଅସ୍ତ୍ରୋପଚାର କରି ବାହାର କରିଥିଲେ । ଏବେ ଝାଙ୍ଗ ବିନ ସେଙ୍ଗ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe