ଏହି ତିନିଟି ସ୍ଥାନ ନ ଦେଖିଲେ ଗୁଜୁରାଟ ଭ୍ରମଣ ଅଧୁରା !

ଏହି ତିନିଟି ସ୍ଥାନ ନ ଦେଖିଲେ ଗୁଜୁରାଟ ଭ୍ରମଣ ଅଧୁରା !

photo-holidaymart.com

ବଲିଉଡ଼୍‍ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ ଗୁଜୁରାଟ ରାଜ୍ୟର  ଆମ୍ବାସାଡ଼ର୍‌ ହେବା ପରେ ଏହାର ଲୋକପ୍ରିୟତା ବହୁଗୁଣିତ ହୋଇଛି। ପୂର୍ବ ବର୍ଷମାନଙ୍କ ତୁଳନାରେ ଏଠାକୁ ଆଜିକାଲି ବେଶି ସଂଖ୍ୟକ ପର୍ଯ୍ୟଟକମାନଙ୍କର ଆଗମନ ଘଟୁଛି। ଗୁଜୁରାଟରେ ଅନେକ ଦର୍ଶନୀୟ ସ୍ଥାନ ରହିଛି,ତେବେ ସେଥି ମଧ୍ୟରୁ କେତୋଟି ପ୍ରାକୃତି ଶୋଭା ଲାଗି ପ୍ରସିଦ୍ଧ ଏବଂ ସେଠାକାର ବନ୍ୟ ପ୍ରାଣୀ ବା କଳାସଂସ୍କୃତି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଗୁଜୁରାଟର ଏଭଳି ତିନିଟି ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ଆସନ୍ତୁ ଜାଣିବା.....

୧-‘ଭୁଜ୍‌’:-ଯଦି ଆପଣ ଭାରତୀୟ ହସ୍ତକଳାର ଜଣେ ପ୍ରଶଂସକ ଏବଂ ତାକୁ କିଣିବା ପାଇଁ ଇଚ୍ଛୁକ,ତେବେ ଗୁଜୁରାଟ ‘ଭୁଜ’ ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ।ଏହା ଗୁଜୁରାଟର ଅହମ୍ମଦାବାଦ୍‌ଠାରୁ ପ୍ରାୟ ୩୪୦ କିଲୋମିଟର ଦୂରରେ ଅବସ୍ଥିତ।ଏହା ରାଜ୍ୟର ଉତ୍ତର-ପଶ୍ଚିମ ଦିଗରେ ରହିଛି। ଏଠାରେ ଅନେକ ସୁଦୃଶ୍ୟ ପ୍ରାଚୀନ ବିଲ୍‌ଡ଼ିଙ୍ଗ୍‌ମାନ ଥିଲା,ଯାହା ଭାରତୀୟ ସଂସ୍କୃତିର ଧରୋହର ସଦୃଶ। କିନ୍ତୁ ଭୂମିକମ୍ପ ଫଳରେ ସେଗୁଡ଼ିକ ନଷ୍ଟ ହୋଇଯାଇଛି। ଏଠାକାର ଶିଳ୍ପ ସାମଗ୍ରୀର ଯଥେଷ୍ଟ ଚାହିଦା ରହିଛି ବିଦେଶରେ।ଏଥିପାଇଁ ଶ୍ରଫ୍‌ ବଜାର୍‌ ବେଶ୍‌ ପ୍ରସିଦ୍ଧ।ଏହା ଭୁଜ୍‌ଠାରୁ ମାତ୍ର ସାତ କିଲୋମିଟର ଦୂରରେ ଅବସ୍ଥିତ ବୁଣାକାର ମାନଙ୍କର ଗ୍ରାମ।‘ଭୁଜ୍‌’ରେ ମଧ୍ୟ ଅନେକ ହସ୍ତଶିଳ୍ପ ସାମଗ୍ରୀ ଦୋକାନ ଓ ସଂଗହାଳୟ ରହିଛି। ଯେଉଁଠାରେ ଆପଣ କାରିଗର ମାନଙ୍କୁ ବି ଭେଟିପାରିବେ ଓ ହସ୍ତକଳା ଓ ହସ୍ତଶିଳ୍ପ ସଂପର୍କରେ ଜ୍ଞାନ ଆହରଣ କରିପାରିବେ।
ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‍ ଅମୀର୍‌ ଖାନ୍‌ ଭୁଜ୍‌ଠାରେ ତାଙ୍କର ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଲଗାନ୍‌’ର ସୁଟିଂ କରିବା ପରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଥିଲା।

publive-image photo-blogspot.com_.

୨-ଗିର୍‌ ରାଷ୍ଟ୍ରୀୟ ଉଦ୍ୟାନ :- ଏହା ଭାରତରେ ଥିବା ଶ୍ରେଷ୍ଠ ପାଞ୍ଚଟି ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ମଧ୍ୟରେ ଅନ୍ୟତମ।ଏହା ହେଉଛି ଏକମାତ୍ର ରାଷ୍ଟ୍ରୀୟ ଉଦ୍ୟାନ ଯେଉଁଠି ଏସୀୟ ସିଂହ ଦେଖିବାକୁ ମିଳିଥା’ନ୍ତି। ଉନ୍ନତମାନର ସଂରକ୍ଷଣ ପ୍ରକ୍ରିୟା ଯୋଗୁଁ ଏଠାରେ ଥିବା ସିଂହମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।‘ଗିର୍‌’ହେଉଛି ପଶ୍ଚିମ ଭାରତର ବୃହତ୍ତମ ଘଞ୍ଚ ଜଙ୍ଗଲ। ଏଠାରେ ବହୁସଂଖ୍ୟକ ବନ୍ୟ ପ୍ରାଣୀ ଅଛନ୍ତି। ଏତଦ୍‌ବ୍ୟତୀତ ଏଠାରେ ତିନି ଶହରୁ ଉର୍ଦ୍ଧ୍ୱ ପ୍ରକାରର ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳେ। ଯଦି ଆପଣ ମାର୍ଚ୍ଚରୁ ମଇ ମାସ ଭିତରେ ଏଠାକୁ ପର୍ଯ୍ୟଟନରେ ଯାଆନ୍ତି,ତେବେ ଭଲଭାବେ ସିଂହ ଦେଖିବାର ସୁଯୋଗ ପାଇବେ।ଏହି ଉଦ୍ୟାନ ବୁଲିବାର ସର୍ବୋତ୍କୃଷ୍ଟ ସମୟ ହେଲା ଡ଼ିସେମ୍ବରରୁ ମାର୍ଚ୍ଚ ମାସ।ଏହି ରାଷ୍ଟ୍ରୀୟ ଉଦ୍ୟାନ ଗୁଜୁରାଟର ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ।

publive-image photo-sinclair2.karoo.net/

୩-ବନ୍ୟଗଧ ସଂରକ୍ଷଣ କେନ୍ଦ୍ର:ଏହା ହେଉଛି ଭାରତର ସର୍ବବୃହତ୍‌ ବନ୍ୟ ପ୍ରାଣୀ ସଂରକ୍ଷଣ କେନ୍ଦ୍ର।ଏହା ପ୍ରାୟ ପାଞ୍ଚ ହଜାର ବର୍ଗ କିଲୋମିଟର କ୍ଷେତ୍ରରେ ପରିବ୍ୟାପ୍ତ। ବର୍ଷାଋତୁ ପରେ ପରେ ଅର୍ଥାତ୍‌ ଅକ୍ଟେବରରୁ ନଭେମ୍ବର ମାସ ଯାଏଁ ସମୟ ଏହାର ଭ୍ରମଣ କରିବା ପାଇଁ ସବୁଠୁଁ ଭଲ ସମୟ। ଆପଣ ଜିପ୍‌ ବା ମିନି ବସ୍‌ ସଫାରିର ବ୍ୟବସ୍ଥା କରିପାରନ୍ତି।
ଉତ୍ତର ଗୁଜୁରାଟରେ ଅବସ୍ଥିତ ଏହି ଅଞ୍ଚଳକୁ କୁଚ୍‌ର ଲିଟିଲ୍‌ ରନ୍‌ ବୋଲି ମଧ୍ୟ କୁହାଯାଇଥାଏ। ଅହମ୍ମଦାବାଦ୍‌ ଠାରୁ ଏହାର ଦୂରତ୍ୱ ହେଉଛି ୧୩୦ କିଲୋମିଟର। ବୀରମଗ୍ରାମ୍‌ ଠାରୁ ୪୫ କିଲୋମିଟର ,ରାଜ୍‌କୋଟ୍‌ ଠାରୁ ୧୭୫ କିଲୋମିଟର ଓ ଭୁଜ୍‌ରୁ ୨୬୫ କିଲୋମିଟର ଦୂରରେ ଏହା ଅବସ୍ଥିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe